ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କିଛିଦିନ ଧରି ସେ ଅସୁସ୍ଥ ଥିବାବେଳେ ନବରଙ୍ଗପୁର ଜିଲା ସଦର ମହକୁମା ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧୀନ ଥିଲେ ।

ତାଙ୍କ ବିୟୋଗରେ ଜିଲାର ରାଜନୈତିକ ଓ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ ଅନର ପରେ ତାଙ୍କ ପୈତୃକ ଗାଁ ତେନ୍ତୁଳୀଖୁଣ୍ଟି ବ୍ଲକ ଚିତ୍ରୋକୋଟ ଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ । ଡମ୍ବରୁଧର ମାଝୀ ନବରଙ୍ଗପୁର ଜିଲା ରାଜନୀତିର ଜଣେ ପରିଚିତ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ । ୧୯୬୬ ମସିହାରେ କଟକ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଶିକ୍ଷା ଶେଷ କରିବା ପରେ ୧୯୬୭ରେ ସେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ । ଚତୁର୍ଥ ବିଧାନସଭା (୧୯୬୭-୧୯୭୧) ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ସ୍ୱତନ୍ତ୍ର ଦଳ ପ୍ରାଥୀ ଭାବେ ନିର୍ବାଚିନ ଲଢ଼ି ବିଜୟୀ ହୋଇଥିଲେ । ପଞ୍ଚମ ବିଧାନସଭା (୧୯୭୧-୧୯୭୩) ଡାବୁଗାଁ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚିତ ।

ସପ୍ତମ ବିଧାନସଭା (୧୯୭୭-୧୯୮୦) କୋଡିଙ୍ଗା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ । ଅଷ୍ଟମ ବିଧାନସଭା (୧୯୮୦-୧୯୮୫)କୋଡିଙ୍ଗା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୯ମ ବିଧାନସଭା (୧୯୮୫-୧୯୯୦)ଡାବୁଗାଁରୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ତତ୍ତ୍ୱାବଧାନରେ ସେ କଂଗ୍ରେସରେ ଯୋଗଦେଇଥିଲେ । ୨୦୦୯ରେ ବିଜେଡିରେ ଯୋଗ ଦେଇ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏମପି ପ୍ରାର୍ଥୀ ହୋଇ ପରାଜୟ ହୋଇଥିଲେ । ୨୦୧୮ରେ ପୁଣି ସେ ଭାଜପାରେ ଯୋଗ ଦେଇଥିଲେ । ୧୯୭୦-୭୧ରେ ସେ କୃଷି, ସମବାୟ, ବାଣିଜ୍ୟ ଓ ପରିବହନ ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କଂଗ୍ରେସ ସମୟରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ମାଝୀ ଜଳ ସମ୍ପଦ ଓ ଶକ୍ତି, ହେମାନନ୍ଦ ବିଶ୍ୱାଳଙ୍କ ସମୟରେ ଆଦିବାସୀ କଲ୍ୟାଣ, ମନ୍ତ୍ରୀ ରହିଥିଲେ ।

ସେ ବିଧାୟକ ଥିବା ସମୟରେ ନବରଙ୍ଗପୁର କଲେଜ, ଡାବୁଗାଁ ଭୈରବୀ ମହାବିଦ୍ୟାଳୟ, ଡାବୁଗାଁ ଗୌରୀ ଦେବି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା । ନବରଙ୍ଗପୁର ଇନ୍ଦ୍ରାବତୀ ପୋଲ ନିର୍ମାଣ ତାଙ୍କ ସମୟରେ ହୋଇଥିଲା । ତେବେ କଂଗ୍ରେସ ରାଜନୀତିରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଗୋଷ୍ଠୀ ମଧ୍ୟରୁ ହେମାନନ୍ଦ ବିଶ୍ୱାଳଙ୍କ ସହ ଡମ୍ବରୁଧର ମାଝୀଙ୍କ ଘନିଷ୍ଠତା ରହିଥିଲା। ଦୀର୍ଘ ରାଜନୈତିକ ଜୀବନରେ ଜନସାଧାରଣଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ରହିଥିଲା। ତାଙ୍କ ବିୟୋଗ ନବରଙ୍ଗପୁର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି । ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି । ବିୟୋଗ ସମୟରେ ଝିଅ, ଜ୍ୱାଇଁ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ଶୁଭୟୁ କଷ୍ୟପ, ସୋନପୁର ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝୀ,ପରିବାର ବର୍ଗ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦାରା୍ୱାନ, ତେନ୍ତୁଳୀଖୁଣ୍ଟି ବି ଦି ଓ ମନୋଜ କୁମାର ପାଣିଗ୍ରାହୀ,
ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ଭତ୍ରା, ପୂର୍ବତନ ଏମ ପି ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ବରିଷ୍ଠ କଂଗ୍ରେସ ନେତା ମୁନା ତ୍ରିପାଠୀ, ଚନ୍ଦ୍ର ଧ୍ବଜ ମାଝୀ ସମେତ ଜିଲ୍ଲାର ବହୁ ରାଜନେତା ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକ ସନ୍ତପ୍ତ ପାରିବାରକୁ ସମବେଦନା ଜଣାଇବା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?