Posted inଖେଳ

ଏହି ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀଙ୍କୁ କରୋନା

କୋଲକାତା, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଲକ୍ଷ୍ମୀରତନ ଶୁକ୍ଳାଙ୍କ ସ୍ତ୍ରୀ ସ୍ମିତା ସନ୍ୟାଲ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସ୍ମିତା ବର୍ତ୍ତମାନ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ରହିଛନ୍ତି। ଯେତେବେଳେ କି ତାଙ୍କ ସ୍ବାମୀ ତଥା ଲକ୍ଷ୍ମୀରତନ ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରରେ କ୍ରୀଡ଼ା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସ୍ତ୍ରୀଙ୍କୁ କରୋନା ହୋଇଥିବା ନେଇ ଲକ୍ଷ୍ମୀରତନ ନିଜେ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ‘ହଁ ମୋ ସ୍ତ୍ରୀ ସ୍ମିତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି। ତାଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସେ ମେଡିସନ ଖାଉଛନ୍ତି। ମୁଁ, ମୋର ଦୁଇ ପୁଅ ଏବଂ ବୃଦ୍ଧ ବାପା ସମସ୍ତେ ଘରେ କ୍ୱାରାଣ୍ଟାଇନରେ ରହିଛୁ। ଗୁରୁବାର ମଧ୍ୟ ଆମେ ନିଜର ଟେଷ୍ଟ କରାଇଥିଲୁ’ ବୋଲି ଶୁକ୍ଳା କହିଛନ୍ତି। ୧୯୯୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଲକ୍ଷ୍ମୀରତନ ଭାରତ ପକ୍ଷରୁ ମାତ୍ର ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ବେଙ୍ଗଲ ରଣ୍‌ଜୀ ଦଳର ନେତୃତ୍ୱ ନେଇଥିବା ଏହି ଅଲ୍‌ରାଉଣ୍ଡର ୧୦୦ରୁ ଊର୍ଦ୍ଧ୍ୱ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୧୫ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ଶୁକ୍ଳା ପରେ ରାଜନୀତିରେ ପାଦ ଥାପିଥିଲେ। ୨୦୧୬ରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ୍‌ରୁ ଉତ୍ତର ହାଓ୍ବଡା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ତାଙ୍କୁ ମମତା ବାନାର୍ଜୀଙ୍କ ସରକାରରେ କ୍ରୀଡ଼ା ଏବଂ ଯୁବ ବିଭାଗ ମନ୍ତ୍ରୀ ପଦ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?