Posted inଖେଳ

ଚେତନ ଚୌହାନଙ୍କ ପରେ ଆଉ ଜଣେ କ୍ରିକେଟର୍‌ଙ୍କ ବିୟୋଗ

ବେଙ୍ଗାଲୁରୁ, ୧୯।୮: ରବିବାର ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନଙ୍କ ବିୟୋଗ ଘଟିଥିଲା। ଏହାର ୪ଦିନ ନ ବିତୁଣୁ ଆଉ ଜଣେ କ୍ରିକେଟର୍‌ ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି ଗୋପାଳସ୍ବାମୀ କସ୍ତୁରୀରଙ୍ଗମ। ବୁଧବାର ହାର୍ଟ ଆଟାକ୍‌ରେ ୮୯ ବୟସରେ ଗୋପାଳସ୍ବାମୀ ଇହଲୀଳା ସମ୍ବରଣ କରିଛନ୍ତି। ଏହି ଡାହାଣହାତୀ ଦ୍ରୁତ ବୋଲର କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ ମଧ୍ୟ ଦେଶ ସ୍ବାଧୀନତା ପରେ ଘରୋଇ କ୍ରିକେଟ୍‌ରେ ବେଶ୍‌ ସକ୍ରିୟ ଥିଲେ। ସେତେବେଳେ ସେ ମହୀଶୂର ଟିମ୍‌ ପକ୍ଷରୁ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଖେଳିଥିଲେ। ୧୯୪୮ରୁ ୧୯୬୩ ପର୍ଯ୍ୟନ୍ତ ସେ ୩୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୯୪ ଉଇକେଟ୍‌ ହାସଲ କରିଥିଲେ। ୧୯୫୨ରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳରେ ସାମିଲ ହୋଇଥିଲେ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଗୋପାଳସ୍ବାମୀ ଏହି ଗସ୍ତରୁ ଓହରି ଯାଇଥିଲେ। କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିସାରିବା ପରେ ସେ ବିସିସିଆଇ ପିଚ୍‌ କ୍ୟୁରେଟର୍‌ ଭାବେ ବହୁବର୍ଷ କାର୍ଯ୍ୟ କରିଥିଲେ। ଏପରିକି ବିସିସିଆଇର ଗ୍ରାଉଣ୍ଡ୍‌ ଓ ଉଇକେଟ୍‌ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦ୍ୱାୟିତ୍ୱ ତୁଲାଇଥିଲେ। ସେହିଭଳି ଗୋପାଳସ୍ବାମୀ କର୍ନାଟକ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏଶନ (କେଏସ୍‌ସିଏ)ର ଉପସଭାପତି ମଧ୍ୟ ରହିଥିଲେ। ଗୋପାଳସ୍ବାମୀଙ୍କ ପୁଅ କେ. ଶ୍ରୀରାମ ମଧ୍ୟ ବର୍ତ୍ତମାନ ବିସିସିଆଇର ପିଚ୍‌ କ୍ୟୁରେଟର୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଫିଟ୍‌ନେସ ଟେଷ୍ଟରେ ଫେଲ୍‌ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୧୦।୩ : ପୁଣି ଥରେ ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି ମିଷ୍ଟ୍ରି ସ୍ପିନର ବୁରଣ ଚକ୍ରବର୍ତ୍ତୀ। ଏଥିଯୋଗୁ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରୁ ସେ...

ରୋହିତଙ୍କ ଛକାରେ ଦର୍ଶକ ଆହତ

ବର୍ମିଂହାମ,୩।୭- ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ୨୮ ରନ୍‌ରେ ବିଜୟୀ ହୋଇଛି। ଏହି ଇନିଂସ ଅବସରରେ...

ଦଣ୍ଡିତ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୨୧।୩ : ଏଠାରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୩-୨ ବ୍ୟବଧାନରେ ହାତେଇ ନେଇଛି ଟିମ୍‌ ଇଣ୍ଡିଆ।...

ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଛକାରେ ରକ୍ତ ଜୁଡୁବୁଡୁ ହେଲେ ଦର୍ଶକ: ଦେଖନ୍ତୁ ଭିଡିଓ

ସିଡନୀ,୧୫।୧୧: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ବେନ ମ୍ୟାକଡେରମୋଟଙ୍କ ଏକ ଛକାରେ ଜଣେ ପ୍ରଶଂସକ ରକ୍ତ ଜୁଡୁବୁଡୁ ହୋଇଛନ୍ତି। ପ୍ରଶଂସକ ଜଣଙ୍କ ବଲ୍‌ଟି ଧରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ...

ଦଳକୁ ଫେରିଲେ ୪୧ ବର୍ଷୀୟ ଖେଳାଳି

ଆମଷ୍ଟରଡାମ,୧୨।୯: ୪୧ ବର୍ଷ ବୟସରେ ନେଦରଲାଣ୍ଡ୍ସର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ରିଆନ ଟେନ ଡୋଚେଟ୍‌। ଏହି ଅଭିଜ୍ଞ ଅଲରାଉଣ୍ଡରଙ୍କୁ ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି...

ପାକିସ୍ତାନ ପାଇଁ କଡ଼ା ପରୀକ୍ଷା

ଟୁର୍ନାମେଣ୍ଟରୁ ଏଲିମିନେଟ୍‌ ହେବାର ଦ୍ୱାରଦେଶରୁ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା ପାକିସ୍ତାନ। ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକା ପରାଜିତ ହୋଇ ନ ଥିଲେ ଏବେ ସେମିଫାଇନାଲ...

ସିଏସ୍‌ଏ ଶ୍ରେଷ୍ଠ ପୁରସ୍କାର: ନର୍ଜେ, ମାରକ୍ରାମଙ୍କ ନାମ ସୁପାରିସ

ଜୋହାନ୍ସବର୍ଗ,୨୫।୫(ପି.ଟି.): କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଏନରିଚ୍‌ ନର୍ଜେ ଓ ବ୍ୟାଟ୍ସମ୍ୟାନ...

ସ୍ତ୍ରୀ ଜାଣିଲେ ମାରିବେ, କାହିଁକି ଏମିତି କହିଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ନର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ସେ ଟିକ୍‌ଟକ୍‌ରେ ଭିଡିଓ କରି ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥାନ୍ତି। ସେ...

Advertisement
Archives

Model This Week