Posted inଜାତୀୟ

ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟ୍‌କା: ଜେଡିୟୁରେ ସାମିଲ ହେବେ ଲାଲଙ୍କୁ ସମୁଦି

ପାଟନା,୧୯।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳ ବଦଳ ନୀତି ଜୋରସୋରରେ ଚାଲିଛି। ନିକଟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ତଥା ବିଧାୟକ ଚନ୍ଦ୍ରିକା ରାୟ ଆରଜେଡି ଛାଡ଼ି ଜେଡିୟୁରେ ସାମିଲ ହେବାକୁ ଯାଉଛନ୍ତି। ଚନ୍ଦ୍ରିକାଙ୍କ ବ୍ୟତୀତ ଅନ୍ୟ ୨ ବିଧାୟକ ଫରାଜ ଫାତମୀ ଓ ଜୟବର୍ଦ୍ଧନ ଯାଦବ ଜେଡିୟୁରେ ସାମିଲ ହେବେ ବୋଲି କୁହାଯାଉଛି। ଏହି ୩ବିଧାୟକମାନେ ଗୁରୁବାର ଜେଡିୟୁରେ ସାମିଲ ହୋଇପାରନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରିକା ରାୟ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ଶଶୂର ହୋଇଥିବା ବେଳେ ଗତ କିଛି ଦିନରୁ ୨ ପରିବାରର ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସମ୍ପର୍କରେ ତିକ୍ତତା ଆସିବା ପରେ ଚନ୍ଦ୍ରିକା ବିହାର ଛପରାର ପରସା ଆସନରୁ ବିଧାୟକ ଥିବା ବେଳେ ଫେବୃଆରୀରୁ ଆରଜେଡି ଛାଡିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କିତା ହତ୍ୟା ମାମଲାର ଯାଞ୍ଚ କରିବ ଏସ୍‌ଆଇଟି: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀଙ୍କୁ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି...

କଂସ ବଂଶଜଙ୍କୁ ଧ୍ୱଂସ କରିବା ପାଇଁ ମତେ ପଠାଇଛନ୍ତି ଭଗବାନ: କେଜରିଓ୍ବାଲ…

ବଡୋଦରା,୮।୧୦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ପାଲ ଗୁଜରାଟରେ ତାଙ୍କ ବିରୋଧରେ ଲଗାଯାଇଥିବା ହିନ୍ଦୁ ବିରୋଧୀ ପୋଷ୍ଟରର ଜବାବ ଦେଇଛନ୍ତି। ବଡୋଦରାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ...

ଅତ୍ୟଧିକ ଆଣ୍ଟିବାୟୋଟିକ୍‌ ବ୍ୟବହାର କରୁଛନ୍ତି ଭାରତୀୟ: ଲାନ୍‌ସେଟ୍‌

ନୂଆଦିଲ୍ଲୀ, ୭ା୯: କୋଭିଡ୍‌-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍‌ଲେଟ୍‌ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍‌ ଔଷଧ ସେବନ ଉଦ୍‌ବେଗଜନକ ହୋଇଛି। ୨୦୧୯ରେ ଭାରତରେ...

ଡେମଚୋକ୍‌ରୁ ଧରାପଡ଼ିଲେ ଚାଇନା ସୈନ୍ୟ: ଗୁପ୍ତ କାଗଜପତ୍ର ଜବତ

ଲେହ, ୧୯।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ସୋମବାର ଲଦାଖର ଡେମଚୋକ୍‌ ଅଞ୍ଚଳରୁ ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ଯବାନମାନେ...

୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

୧୧ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ସମ୍ପର୍କରେ ଘୋଷଣା କରାଯାଇଛି। ଏସମ୍ପର୍କରେ ବାଚସ୍ପତି ଭେଙ୍କୟା ନାଇଡୁ ବୁଧବାର ସୂଚନା ଦେଇଛନ୍ତି।...

ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍‌; ପାଦତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍‌ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍‌...

ୟୁନିଭରସିଟିରେ କୋଭିଡ୍‌ ଓ୍ବାର୍ଡ…

ଲକ୍ଷ୍ନୌ,୧୭।୪: କରୋନା ସଂକ୍ରମଣ ନେଇ ଉତ୍ତରପ୍ରଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଆହ୍ଲାବାଦ ୟୁନିଭରସିଟିକୁ କୋଭିଡ୍‌...

Advertisement
Archives

Model This Week