Posted inଖେଳ

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ,୧୮।୭(ଏପି): ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଉଇକେଟକିପର ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ୍‌ ରେଫରୀ ବେରୀ ଜର୍ମନ ପରଲୋକ ଗମନ କରିଛନ୍ତି। ୮୪ ବର୍ଷ ବୟସରେ ଶନିବାର ତାଙ୍କର ଦେହାନ୍ତ ହୋଇଛି ବୋଲି ସାଉଥ୍‌ ଅଷ୍ଟ୍ରେଲିଆନ କ୍ରିକେଟ ଆସୋସିଏଶନ ସୂଚନା ଦେଇଛି। ତେବେ ତାଙ୍କ ବିଷୟରେ ଅଧିକ କିଛି ଆସୋସିଏଶନ ତରଫରୁ କୁହାଯାଇନାହିଁ।
୧୯୫୯ରେ କାନପୁରରେ ଭାରତ ବିପକ୍ଷରେ ଜର୍ମନ ଟେଷ୍ଟ ପଦାର୍ପଣ କରିଥିଲେ। ସେ ମୋଟ ୧୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୪.୮୧ ରନ ହାରରେ ୪୦୦ ରନ ସଂଗ୍ରହ କରିବା ସହ ୫୦ଟି କ୍ୟାଚ୍‌ ନେଇଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ସେ ଗୋଟିଏ ମାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ। ଇଂଲଣ୍ଡ ବିପକ୍ଷ ଆଶେସ୍‌ ଗସ୍ତରେ ଯେତେବେଳେ ବିଲ୍‌ ଲରୀ ଅନୁପସ୍ଥିତ ରହିଥିଲେ ସେତେବେଳେ ଜର୍ମନ ନେତୃତ୍ୱ ନେବାର ସୁଯୋଗ ହାସଲ କରିଥିଲେ। ଜର୍ମନ ଦକ୍ଷିଣ ଅଷ୍ଟ୍ରେଲିଆରେ ଅନ୍ୟତମ ବିଶ୍ୱସ୍ତରୀୟ କ୍ରିକେଟ ରୂପେ ଜଣାଶୁଣା। ସେ ଜଣେ ଲଢୁଆ ଖେଳାଳି ଓ ଭଦ୍ରଲୋକ ଥିଲେ ବୋଲି ସାଉଥ୍‌ ଅଷ୍ଟ୍ରେଲିଆନ କ୍ରିକେଟ ଆସାସିଏଶନ ଅଧ୍ୟକ୍ଷ ଆଣ୍ଡ୍ର୍ୟୁ ସିନ୍‌କ୍ଲେୟାର କହିଛନ୍ତି। ଜର୍ମନଙ୍କର ସ୍ତ୍ରୀ ଓ ୪ ସନ୍ତାନ ରହିଛନ୍ତି। ସେ ମଧ୍ୟ ୧୯୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରତିପକ୍ଷ ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି। ପୂରା...

ଯୁବରାଜଙ୍କ ଅବସର ଚିନ୍ତା

ନୂଆଦିଲ୍ଲୀ, ୨୦।୫(ପି.ଟି.)- ସୀମିତ ଓଭର କ୍ରିକେଟରେ ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବା ଲାଗି ଗୁରୁତର ସହ...

କିଙ୍ଗ୍ସ ଇଲେଭେନକୁ ହରାଇଲା ଶାହରୁଖ ଖାନଙ୍କ କେକେଆର୍‌

ଆବୁଧାବି, ୧୦।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ଶନିବାର ଅନୁଷ୍ଠିତ ୨୪ତମ ମୁକାବିଲାରେ ବଲିଉଡ୍‌ ସୁପର୍‌ଷ୍ଟାର ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)...

ହକି ଷ୍ଟାଡିୟମରେ ମାଇକେଲଙ୍କୁ ଗାର୍ଡ ଅଫ୍‌ ଅନର

ରାଉରକେଲା ଅଫିସ,୨ା ୧- ବିଶିଷ୍ଟ ହକି ତାରକା ମାଇକେଲ କିଣ୍ଡୋଙ୍କ ଶେଷକୃତ୍ୟ ଶୁକ୍ରବାର ଖ୍ରୀଷ୍ଟୀୟ ରୀତିନୀତିରେ ହମିରପୁର ଚର୍ଚ୍ଚରେ ଶେଷ ହୋଇଛି। ପୂର୍ବାହ୍ନରେ ତାଙ୍କ ମୃତଦେହ...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ସଂଶୋଧନ ନେଇ ସିଓଏର ପ୍ରସ୍ତାବ

ନୂଆଦିଲ୍ଲୀ,୧୬।୧୦(ପି.ଟି.) – ଖୁବ୍‌ ଶୀଘ୍ର ପୂର୍ବତନ କ୍ରିକେଟରମାନଙ୍କୁ କ୍ରିକେଟ ପ୍ରଶାସନରେ ଏକାଧିକ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ଅନ୍ତରାୟ ସୃଷ୍ଟି...

କୋହଲି ପାଳିବେ ୩୧ତମ ଜନ୍ମଦିନ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ୩୧ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀର...

ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦: ବେଙ୍ଗଲଠାରୁ ହାରିଲା ଓଡ଼ିଶା

କୋଲକାତା, ୧୧ା୧ (ପି.ଟି.)-ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦ ଟୁର୍ନାମେଣ୍ଟର ରବିବାର ଖେଳାଯାଇଥିବା ଏକ ଏଲିଟ୍‌ ଗ୍ରୁପ୍‌ ‘ବି’ ମ୍ୟାଚରେ ଆୟୋଜକ ବେଙ୍ଗଲ ୯ ଉଇକେଟରେ...

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

Advertisement
Archives

Model This Week