Posted inଖେଳ

୩ଟିସି ସଲିଡାରିଟି କପ୍‌ରୁ ଓହରିଲେ ଡିକକ୍‌

ଜୋହାନ୍ସବର୍ଗ,୧୮।୭(ପି.ଟି.): କାଇଟ୍ସ ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୩ ଟିମ କ୍ରିକେଟ (୩ଟିସି) ସଲିଡାରିଟି କପ୍‌ର ପ୍ରାରମ୍ଭିକ ସଂସ୍କରଣରୁ ଓହରିଯାଇଛନ୍ତି। ଏହି କପ୍‌ ମାଧ୍ୟମରେ ଦକ୍ଷିଣ ଆଫ୍ରିକାକୁ ପୁଣି କ୍ରିକେଟ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କୋଭିଡ୍‌- ୧୯ ମହାମାରୀ କାରଣରୁ ଦକ୍ଷିଣ ଆଫ୍ରିକା ସମେତ ସାରା ବିଶ୍ୱରେ ସବୁ ପ୍ରକାର କ୍ରିକେଟ କାର୍ଯ୍ୟକଳାପ ବନ୍ଦ ରହିଥିଲା।
ଡିକକ୍‌ଙ୍କ ଅନୁପସ୍ଥିତିରେ ଟେମ୍ବା ବଭୁମା କାଇଟ୍ସ ଦଳର ନେତୃତ୍ୱ ନେବେ। ଡିକକ୍‌ଙ୍କ ବଦଳ ଖେଳାଳି ଭାବେ ୨୪ ବର୍ଷୀୟ ଉଇକେଟକିପର ରିୟାନ ରିକେଲଟନଙ୍କୁ ଦଳରେ ସାମିଲ କରାଯାଇଛି। ବ୍ୟକ୍ତିଗତ କାରଣରୁ ଡିକକ୍‌ ଏହି ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି ବୋଲି କ୍ରିକେଟ ସାଉଥ୍‌ ଆଫ୍ରିକା ତରଫରୁ କୁହାଯାଇଛି। ଡିକକ୍‌ଙ୍କ ପୂର୍ବରୁ ଦ୍ରୁତ ବୋଲର କାଗିସୋ ରାବାଡ଼ା, ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ ଓ ମିଡିୟମ ପେସର ସିସାନ୍ଦା ମାଗାଲା ମଧ୍ୟ ଏହି ଟୁର୍ନାମେଣ୍ଟରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯାଇଛନ୍ତି।
ଶୁକ୍ରବାର ହେନେରିଚ କ୍ଲାସେନଙ୍କ ବଦଳରେ ବ୍ୟାଟ୍ସମ୍ୟାନ ରିଜା ହେଣ୍ଡ୍ରିକ୍ସଙ୍କୁ କିଙ୍ଗ୍‌ଫିସରର ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ବ୍ଲାକ ଲାଇଭ ମ୍ୟାଟର (ବିଏଲ୍‌ଏମ୍‌) ବିପ୍ଳବକୁ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ସମର୍ଥନ କରିବା ପରେ ଏହି ନିଷ୍ପତ୍ତି ନିଆଯାଥିଲା। ୩ଟିସି ଟୁର୍ନାମେଣ୍ଟ ଜୁନ୍‌ ୨୭ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ମହମାରୀକୁ ଦୃଷ୍ଟିରେ ରଖି ଏହି ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କପ୍‌ରେ ଦକ୍ଷିଣ ଆଫ୍ରିକାର ଶ୍ରେଷ୍‌ଂ ୨୪ଜଣ କ୍ରିକେଟର ୩ଟି ଦଳରେ ବିଭକ୍ତ ହୋଇ ଅଂଶଗ୍ରହଣ କରିବେ। ଏହି ୩ଟି ଦଳ ହେଲ ଦି ଇଗଲ୍ସ, କିଙ୍ଗ୍‌ଫିସର ଓ ଦି କାଇଟ୍ସ। ପ୍ରତ୍ୟେକ ଦଳରେ ୮ଜଣ ଖେଳାଳି ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri