ବାଇକ୍‌ରେ ଚାଲାଣ ହେଉଛି ବିଦେଶୀ ମଦ

ବଇଣ୍ଡା,୧୯।୧୦(ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନରୁ ବାଇକ୍‌ ଯୋଗେ ଗ୍ରାମାଞ୍ଚଳକୁ ପେଟି ପେଟି ମଦ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ଏହି କାରବାର ଚାଲୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଚଢାଉ କରାଯାଉ ନାହିଁ। ଫଳରେ ଗ୍ରାମାଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି।
ଗ୍ରାମାଞ୍ଚଳର କେତେକ ଦୋକାନରେ ଚୋରା ମଦ ବ୍ୟବସାୟ କରାଯାଉଛି। ଏହି ଚୋରା ବ୍ୟବସାୟରେ ଅତ୍ୟଧିକ ଲାଭ ହେଉଥିବାରୁ କେତେଜଣ ଦୋକାନୀ ଏପରି ବେଆଇନ କାରବାର କରୁଛନ୍ତି। ବଇଣ୍ଡା ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ବ୍ୟବସାୟୀ ବ୍ୟବସାୟ ବୃଦ୍ଧି କରିବା ପାଇଁ ବାଇକ୍‌ ମାଧ୍ୟମରେ ଗ୍ରାମାଞ୍ଚଳକୁ ମଦ ଚାଲାଣ କରୁଛନ୍ତି। ବିଶେଷକରି ପ୍ରତ୍ୟେକ ଦିନ ସକାଳେ ଓ ରାତି ସମୟରେ ଏହି ଚାଲାଣ କରାଯାଉଛି। ବଇଣ୍ଡା, ଗାଁ ବଇଣ୍ଡା, ଲୁହାମୁଣ୍ଡା, କଣ୍ଟେଇକୋଳିଆ, ମଧପୁର, ଜାମୁନାଳି, ଖଣ୍ଡବର, ଅଶୁ୍ରବାହାଳ, ବାଦିବାହଳ ଆଦି ସ୍ଥାନରେ ଚୋରା ବିଦେଶୀ ମଦ କାରବାର କରାଯାଉଛି। ସେହିପରି ଜାତୀୟ ରାଜପଥ କଡରେ ଥିବା କେତେକ ହୋଟେଲରେ ନିରାପଦରେ ଏହି କାରବାର କରାଯାଉଛି। ଅବକାରୀ ବିଭାଗର କେତେଜଣ କର୍ମଚାରୀଙ୍କ ସହ ସଲାସୁତରା କରି ଏହି ବ୍ୟବସାୟ କରୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରବିବାର ରାତିରେ ଉକ୍ତ ମଦ ଦୋକାନର ଜଣେ କର୍ମଚାରୀ ବାଇକ୍‌ରେ ମଦ ଚାଲାଣ କରୁଥିବାବେଳେ ଧରାପଡି ହଟହଟା ହୋଇଥିଲେ। ଏହି ମଦ ବ୍ୟବସାୟ ଯୋଗୁ ଅନେକ ସମୟରେ ଗ୍ରାମାଞ୍ଚଳରେ ଗଣ୍ଡଗୋଳ ପରିସ୍ଥିତ ସୃଷ୍ଟି ହେଉଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍‌ପି ଦୃଷ୍ଟି ଦେଇ ଚୋରା ମଦ କାରବାର ଉପରେ ରୋକ ଲଗାଇବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ହଣ୍ଡପା ଥାନା ଆଇଆଇସି ନମିତା ନାୟକ କହିଛନ୍ତି, ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ପୂର୍ବରୁ ୨ ଥର ମଦ କାଉଣ୍ଟର କର୍ମଚାରୀଙ୍କୁ ଗିରଫ କରାଯାଇଛି। ପୁଣି ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri