ବାଧ୍ୟରେ ନଇଁଛନ୍ତି

ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧିଜନିତ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ୍‌ ବଢ଼ିଚାଲିଛି। ୨୦୨୨ ମେ’ ୨୧ ସନ୍ଧ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଟୁଇଟ୍‌ କରିଥିଲେ, ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲରେ ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଏହି ଟିକସ ହ୍ରାସ ଫଳରେ ପେଟ୍ରୋଲ ଦର ଲିଟର ପିଛା ୯.୫୦ ଓ ଡିଜେଲ ୭ ଟଙ୍କା କମିବ ବୋଲି ସେ ସୂଚନା ଦେଇଥିଲେ। ଅର୍ଥମନ୍ତ୍ରୀଙ୍କ ଏହି ଟୁଇଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଟୁଇଟ୍‌ କରିଥିଲେ। ଏହା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ନେଇ ଏସ୍‌. ଜୟଶଙ୍କର, ରାଜନାଥ ସିଂ ଓ ଅମିତ୍‌ ଶାହାଙ୍କ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଯୋଗୀ ଆଦିତ୍ୟ ନାଥ ଓ ଶିବରାଜ ସିଂ ଚୌହାନଙ୍କ ଭଳି ମୁଖ୍ୟମନ୍ତ୍ରୀମାନେ ଟୁଇଟ୍‌ କରି ଲେଖିଥିଲେ ‘ଥ୍ୟାଙ୍କ ୟୁ ମୋଦି ଜୀ’। ଭାଜପାର ଏହି ନେତାମାନଙ୍କ ଟୁଇଟ୍‌କୁ ଦେଖି ମନେହେଲା ସତେଯେମିତି ମୋଦି ହିଁ ଏପରି ଜନ ମଙ୍ଗଳକାରୀ ଐତିହାସିକ ନିଷ୍ପତ୍ତି ନେଇପାରନ୍ତି।
୨୦୧୪ ମେ’ ୨୬ ପୂର୍ବରୁ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସବୁବେଳେ ପୂର୍ବ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଆସୁଥିଲେ। ‘ଗାତର ଦୋଷ’ ଗପ ଯେଉଁମାନେ ଶୁଣିଥିବେ, ସେମାନେ ମୋଦିଙ୍କ ପରିସ୍ଥିତି ଭଲଭାବେ ବୁଝିପାରୁଥିବେ। କାରଣ କେବଳ ତେଲ ଦର ବୃଦ୍ଧି ନୁହେଁ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ମୋଦିଙ୍କ ପୂର୍ବ ମତ ଆଉ ତାଙ୍କୁ ମନେପଡ଼ୁ ନାହିଁ। ଇତିମଧ୍ୟରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦକୁ ମୋଟ ୨୭ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିସାରିଛନ୍ତି। ଅପରପକ୍ଷେ ସୀତାରାମନ୍‌ କହିଛନ୍ତି ଯେ, ୨୧ ମେ’ରେ କରାଯାଇଥିବା ଶୁଳ୍କ ହ୍ରାସ ଦ୍ୱାରା କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ହରାଇବେ। ଏଥିରୁ ସାଧାରଣ ନାଗରିକ ଭାବିପାରନ୍ତି ଯେ, ଏହି ଶୁଳ୍କ ହ୍ରାସ ପରେ ଏବଂ ଆସନ୍ତା ୧୨ ମାସ ଭିତରେ ତେଲ ଦର ବୃଦ୍ଧି କରାଯିବ ନାହିଁ। ଅର୍ଥନୀତିରେ ଚାଲବାଜିର ସ୍ଥାନ ନାହିଁ। ସରକାରଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପର ସିଧା ପ୍ରଭାବ ସର୍ବନିମ୍ନ ସ୍ତରରେ ଥିବା ଗରିବଙ୍କଠାରୁ ଆରମ୍ଭକରି ମଧ୍ୟବିତ୍ତଙ୍କୁ ଜୀବନମୂର୍ଚ୍ଛା ମାଡ଼ କରିସାରିଲାଣି। ଏହା ସ୍ବୀକାରଯୋଗ୍ୟ ଯେ, ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ଦ୍ୱାରା ରାଜ୍ୟ ଟିକସ ହ୍ରାସ ମଧ୍ୟ କରାଯାଉଛି। ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଅବଶ୍ୟ ଓଡ଼ିଶା ସରକାର ସେ ଦିଗରେ କୌଣସି ପଦକ୍ଷେପ ନେବାକୁ ଉଚିତ ମନେକରି ନାହାନ୍ତି। ମନେରଖିବାକୁ ହେବ ଯେ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ ପ୍ରତ୍ୟେକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। କିନ୍ତୁ ସାଧାରଣ ନାଗରିକଙ୍କ ଜୀବନଶୈଳୀରେ ଘଟିଥିବା କ୍ଷତି କେବଳ ଏବେକାର ତୈଳ ଦର ବୃଦ୍ଧି ଯୋଗୁ ହୋଇନାହିଁ। ୨୦୧୬ ନଭେମ୍ବର ବିମୁଦ୍ରୀକରଣଠାରୁ ଆରମ୍ଭକରି ପ୍ରତ୍ୟେକଟି ସରକାରୀ ନିଷ୍ପତ୍ତି ଦେଶର ଅର୍ଥନୀତି ସହିତ ଅଯଥାରେ ଖେଳୁଥିବା ଭଳି ମନେହେଉଛି। ହୁଏତ ସେଥିପାଇଁ ଦେଶର କେତେକ ବ୍ୟବସାୟିକ ମହାସଂଘ ବିଭିନ୍ନ ହାଇକୋର୍ଟରେ ଇଣ୍ଟରନେଟ୍‌ ନିଷେଧ ଭଳି ସରକାରୀ ନିଷ୍ପତ୍ତିକୁ ବିରୋଧ କରି ଦର୍ଶାଇଛନ୍ତି ଯେ, ଏଭଳି ପଦକ୍ଷେପ ଅର୍ଥନୀତିକୁ ଦୁର୍ବଳ କରୁଛି। ସେଥିପାଇଁ ତେଲ ଉପରୁ ଏହି ଟିକସ ହ୍ରାସ ରାତାରାତି କୌଣସି ପ୍ରଭାବ ପକାଇବ ବୋଲି ବିଶ୍ୱାସ କରିହେଉ ନାହିଁ। ଅପରପକ୍ଷେ ପୂର୍ବର କେତେକ ଉଦାହରଣକୁ ଦେଖିଲେ କହିହେବ ଯେ, ତେଲ ଉପରେ ହ୍ରାସ କରାଯାଇଥିବା ଟିକସକୁ ଅଳ୍ପ କେତେମାସ ଭିତରେ ପୁନର୍ବାର ବଢ଼ାଇ ଦିଆଯିବ। ଏବେ ମୁଦ୍ରାସ୍ଫୀତି ଏବଂ ବିଶେଷକରି ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ମୋଦି ସରକାର ବାଧ୍ୟରେ ନଇଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?