ଭାସିଗଲା ଡାଇଭର୍ସନ ରୋଡ

ନୂଆଗାଁ,୨୩।୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ୫୭ ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର.ଡି. ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ଡାହୁକା ନଦୀରେ ଶନିବାର ସାମାନ୍ୟ ପାଣି ଆସିବା ଫଳରେ ଡାଇଭର୍ସନ ରୋଡ ଧୋଇ ହୋଇଯାଇଛି । ଫଳରେ ଜାତୀୟ ରାଜପଥରୁ ଜଗନ୍ନାଥପ୍ରସାଦ, ଗୌଡ ଚାଞ୍ଚେରାପଲି, କନ୍ଦଳବ ସମେତ ୩ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।
ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ ଚାଞ୍ଚେରାପଲି ଦେଇ ଯାଇଥିବା ଆର.ଡି. ରାସ୍ତାର ଡାହୁକା ନଦୀରେ ଥିବା ପୋଲଟି ଗତ ୨ ବର୍ଷ ତଳେ ଭୁଶୁଡି ପଡିଥିଲା । ଫଳରେ ଆଖପାଖ ଗ୍ରାମବାସୀଙ୍କ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଜଣାଇବା ପରେ ସେହି ସ୍ଥାନରେ ପୋଲ ନିର୍ମାଣ ସହିତ ଜାତୀୟ ରାଜପଥଠାରୁ ୩.୫ କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ୩୭୪.୮୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି ଟେଣ୍ଡର ମାଧ୍ୟମରେ ଭୁବନେଶ୍ୱରର ପାଲ୍‌ ଆଣ୍ଡ ପାଲ୍‌ ଇନଫ୍ରାଷ୍ଟ୍ରକଚର ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଉକ୍ତ କାମ ୨୪ା୮ା୨୨ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ପୋଲ ନିର୍ମାଣ ସମୟରେ ନଦୀର ପାଣି ନିଷ୍କାସନ ଓ ଲୋକଙ୍କ ଯାତାୟତର ସୁବିଧା ପାଇଁ ଏକ ପକ୍କା ଡାଇଭର୍ସନ ରୋଡ ନିର୍ମାଣ କରିବାର ନିୟମ ରହିଥିବା ବେଳେ ଠିକାସଂସ୍ଥା ଅଳ୍ପ କିଛି ମାଟି ପକାଇ ଅତି ନିମ୍ନମାନର ଡାଇଭର୍ସନ ରୋଡ ନିର୍ମାଣ କରିଥିଲେ । ଫଳରେ ନଦୀର ଉପର ମୁଣ୍ଡରେ ଗୋଟିଏ ବନ୍ଧ ଭାଙ୍ଗି ଯିବାରୁ ସେହି ପାଣିରେ ଡାଇଭର୍ସନ ରୋଡଟି ଧୋଇ ହୋଇ ଯାଇଛି । ନଦୀରେ ପାଣି ଚାଲିଥିବାରୁ କୌଣସି ଯାନବାହାନ ଯିବା ସମ୍ଭବ ହେଉ ନାହିଁ । ଏପରିକି ପାଣି ଆସୁଥିବାରୁ ଲୋକମାନେ ଚାଲି ଯିବା ମଧ୍ୟ ଅସମ୍ଭବ । ଡାଇଭର୍ସନ ରୋଡ ଭାଙ୍ଗିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାକୁ ମରାମତି କରାଯାଇନାହିଁ । ଏ ବାବଦରେ ଠିକାସଂସ୍ଥାର ସୁପରଭାଇଜର ପ୍ରଦୀପ୍ତ କୁମାର ମଲିକଙ୍କୁ ପଚାରିବାରୁ ବିଭାଗ ତରଫରୁ ବିଲ୍‌ ନ ମିଳିବାରୁ କାମ ବନ୍ଦ ରଖାଯାଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ବିଲ୍‌ ବନ୍ଦ କରିଥିବା ଅଭିଯୋଗ ବିଷୟରେ ଆର.ଡି. କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କୁ ପଚାରିବାରେ ଏତେ ବଡ କାମରେ ମାତ୍ର ୧୨ ଲକ୍ଷ ଟଙ୍କା ବିଲ ବାକିଥିବା କହିଛନ୍ତି । ସୂଚନାଯୋଗ୍ୟ, ଠିକାଦାରର ରାସ୍ତା ନିର୍ମାଣ କାର୍ଯ୍ୟରେ ଶିଥିଳତା ଓ ପ୍ରଥମେ ପୋଲ ନିର୍ମାଣ ନ କରି ରାସ୍ତା କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ନୂଆଗାଁ ବ୍ଲକରେ ଚଳିତ ମାସ ୧୧ ତାରିଖରେ ଆୟୋଜିତ ପ୍ରଥମ ସମିତି ବୈଠକରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଆର୍‌.ଡି ଏସ୍‌.ଡି.ଓ. ତ୍ରିଲୋଚନ ପଣ୍ଡାଙ୍କୁ ତାଗିଦ କରିବା ସହ ଯାତାୟତର ସୁବିଧା ଦୃଷ୍ଟିରୁ ପ୍ରଥମେ ପୋଲ କାମ ଶେଷ କରନ୍ତୁ , ତା’ପରେ ରାସ୍ତା କାମ କରିବେ । ନଚେତ୍‌ କାମ କରନ୍ତୁ ନାହିଁ ବୋଲି କହିଥିଲେ । ଏହା ପରେ ଠିକାଦାର କାମ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri