ଡମ୍ପିଂୟାର୍ଡ ହେଲାନି, ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା ହୋଇପଡ଼ିଛି। ଜୈବ ବର୍ଜ୍ୟବସ୍ତୁଗୁଡିକୁ ୪୮ ଘଣ୍ଟା ଭିତରେ ନଷ୍ଟ କରିବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ପାଳନ କରାଯାଉ ନାହିଁ। ଜିଲାର ଏକାଧିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ (ସିଏଚ୍‌ସି) ଗଦା ଗଦା ବିପଜ୍ଜନକ ବର୍ଜ୍ୟବସ୍ତୁ ପଡ଼ିିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଅନୁରୂପ ଭାବେ ଜିଲା ମୁଖ୍ୟାଳୟରେ ଡମ୍ପିଂୟାର୍ଡ ନ ଥିବାରୁ ଅଳିଆ, ଆବର୍ଜନା ଏଣେତେଣେ ପଡି ପରିବେଶ ଦୂଷିତ ହେଉଛି।
ଏହାର ସ୍ଥାୟୀ ସମାଧାନ ପାଇଁ ଜଗତ୍‌ସିଂହପୁର ପୌର ପରିଷଦ ସ୍ଥାନୀୟ କଣ୍ଟାବଲ୍ଲଭପୁରଠାରେ ଏକ ଡମ୍ପିଂୟାର୍ଡ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ ସେଠାରେ ଆଉ ଡମ୍ପିଂୟାର୍ଡ କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ଥିର କରାଯାଇଛି। କାରଣ କଣ୍ଟାବଲ୍ଲଭପୁର ଗ୍ରାମବାସୀ ସେଠାରେ ଡମ୍ପିଂୟାର୍ଡ ପାଇଁ ପାଚେରି ନିର୍ମାଣକୁ ତୀବ୍ର ବିରୋଧ କରିଥିଲେ। ଲୋକ ପ୍ରତିନିଧି ଓ ଗ୍ରାମବାସୀଙ୍କ ଦାବିକୁ ସମ୍ମାନ ଜଣାଇ ପରିଷଦ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏହା ଦ୍ୱାରା ଜଗତ୍‌ସିଂହପୁର ସହରର ପରିବେଶ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ଏବେ ପୂର୍ବଭଳି ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ କଲେଜ ଛକ ନିକଟ କେନାଲ ଆରପଟେ ଅଳିଆଗଦା ଯୋଗୁ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ପ୍ରତ୍ୟହ କୌଣସି ବ୍ୟକ୍ତି ଏଥିରେ ନିଆଁ ଲଗାଇ ଦେଉଥିବାରୁ ଦିନରାତି ଧୂଆଁ ହୋଇ ଆକାଶରେ ବାଦଲର ଭ୍ରମ ସୃଷ୍ଟି କରୁଛି। ଏନେଇ ପାଖଆଖ ଅଞ୍ଚଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଫଳରେ ଛାତ୍ରୀଛାତ୍ର, କର୍ମଚାରୀ, କଲେଜ ଛକର ବ୍ୟବସାୟୀ ଓ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ନିଷ୍ପତ୍ତି ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ବର୍ଜ୍ୟବସ୍ତୁକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା ସାଧାରଣ, ରସାୟନିକ, ପାଥୋଲୋଜିକାଲ, ରେଡିଓଆକ୍ଟିଭ୍‌, ଫାର୍ମାସ୍ୟୁଟିକାଲ୍‌ସ ଇତ୍ୟାଦି। ଏଗୁଡ଼ିକର ଠିକ୍‌ ପରିଚାଳନା କରା ନ ଗଲେ ସ୍ବାସ୍ଥ୍ୟକେନ୍ଦ୍ର ସମେତ ସେ ଅଞ୍ଚଳର ପରିବେଶ ପ୍ରଦୂଷିତ ହେବାର ସମ୍ଭାବନା ରହିଛି। ବର୍ଜ୍ୟବସ୍ତୁ ଅଧିକ ଦିନ ରହିଲେ ଦୁର୍ଗନ୍ଧ ହେବା ସହ ସଂକ୍ରମିତ କୀଟ, ପୋକ ଆଦି ବହୁଗୁଣିତ ହେବାର ଭୟ ଥାଏ। ଏଥିଯୋଗୁ ବହୁ ମାରାତ୍ମକ ରୋଗ ହେବାର ସମ୍ଭାବନା ଥାଏ। ଏଥିସହ ଜୈବ ବର୍ଜ୍ୟବସ୍ତୁର ଜଳ, ରକ୍ତ, ଶରୀରର ବିଭିନ୍ନ ପରିତ୍ୟକ୍ତ ଅଂଶରୁ ବାହାରୁଥିବା ପଚା ପାଣି ଅନ୍ୟତ୍ର ଯାଇ ରୋଗ ସୃଷ୍ଟି କରିଥାଏ। ଏସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ଭାବେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା କରାଯିବା ଅତ୍ୟନ୍ତ ଜରୁରି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ପଦକ୍ଷେପ ନିଆଯାଇଛି। ଜଗତ୍‌ସିଂହପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଥିପାଇଁ ବ୍ୟବସ୍ଥା ହୋଇଛି। ପ୍ରତ୍ୟହ ଯେଉଁ ଜୈବ ବର୍ଜ୍ୟବସ୍ତୁ ବାହାରୁଛି ସେଗୁଡିକୁ ପ୍ରଥମେ ନିର୍ଦ୍ଦିଷ୍ଟ ଅଞ୍ଚଳରେ (କଣ୍ଟେନମେଣ୍ଟ ଏରିଆ) ରଖାଯାଉଛି। ତା’ପରେ ବିଶୋଧନ ପରେ ନଷ୍ଟ କରାଯାଉଛି। ଏହାକୁ ପରିଚାଳନା ପାଇଁ ବିଭିନ୍ନ ମାଧ୍ୟମ ରହିଛି। କେଉଁ ଜୈବ ବର୍ଜ୍ୟବସ୍ତୁକୁ ଅଟୋକ୍ଲୋଭିଂ ତ ଆଉ କେଉଁଗୁଡ଼ିକୁ ରାସାୟନିକ ଭାବେ (ହାଇପୋକ୍ଲୋରାଇଟ୍‌) ପରିଚାଳନା କରାଯିବ ତାହା ସ୍ଥିର କରାଯାଉଛି। ବିଶେଷକରି କଠିନ ବର୍ଜ୍ୟବସ୍ତୁ ଯଥା ଛୁଞ୍ଚତ୍, ସିରିଞ୍ଜଗୁଡିକର ମୁନ ଭାଙ୍ଗି ଦିଆଯିବା ସହ ଅତ୍ୟଧିକ ଉତ୍ତାପରେ ତରଳା ଯାଇଥାଏ। ଏସବୁ ବ୍ୟବହୃତ ବର୍ଜ୍ୟବସ୍ତୁକୁ ୪୮ ଘଣ୍ଟା ଭିତରେ ନଷ୍ଟ କରାଯିବା ନିୟମ ରହିଛି। କିନ୍ତୁ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବର୍ଜ୍ୟବସ୍ତୁ ପରିଚାଳନା ପ୍ରହସନ ସାଜିଛି। ୨୦୧୬ରେ ସରକାର ଜୈବ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ ଜିଲାସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ନ ହେବା ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦେଇଛି। ହେଲେ କମିଟିର କୋହଳ ମନୋଭାବ ଯୋଗୁ ଜିଲାରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ହେଉନାହିଁ।
ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ସମସ୍ୟାର ସମାଧାନ ପାଇଁ ଚିନ୍ତା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri