ବର୍ଷକରେ ପାଞ୍ଚ ସାତ ରକମର ଟିକା

ସହଦେବ ସାହୁ

କରୋନା ଯେତିକି ଖରାପ କରିଛି, ସେତିକି ଭଲ କରିଛି ବୋଲି କହିବା। ସାରା ପୃଥିବୀକୁ ଏକ କରିଦେଲା, ସବୁ ବୈଜ୍ଞାନିକଙ୍କୁ ଟିକା ତିଆରି କାମରେ ଲଗାଇଦେଲା। ବର୍ଷକ ଭିତରେ ଛ’ ସାତଟା ଟିକା ତିଆରି ହେବା ସମ୍ଭବ ହୋଇଛି: କୋଭିଶିଲ୍ଡ, କୋଭାକ୍ସିନ୍‌, ସାଇନୋଭାକ୍‌, ସାଇନୋଫାର୍ମ, ସ୍ପୁଟନିକ୍‌, ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଆଦି। ଆଉ କେତେଟା ବି ବାହାରି ପଡ଼ିବ ବର୍ଷ ଶେଷ ଆଡ଼କୁ। ମଣିଷର ଏ କାରନାମା ଆଗରୁ ନ ଥିଲା। ୧୯୧୮ ଫ୍ଲୁ ଆରମ୍ଭ ହୋଇଛି ପକ୍ଷୀମାନଙ୍କଠାରୁ ଏଚ୧ଏନ୍‌୧ ଭୂତାଣୁ ଆସିଥିବାରୁ, କିନ୍ତୁ ତାହାର ଟିକା ୧୦୦ ବର୍ଷ ପରେ ବାହାରିଛି। ଫୁସ୍‌ଫୁସ୍‌ ରୋଗ, ମଧୁମେହ ଓ ଅପସ୍ମାର ଭଳି ସବୁଦିନିଆ ରୋଗ ଅଷ୍ଟ୍ରେଲିଆର ୭ ଲକ୍ଷ ଆଦିମ ଅଧିବାସୀଙ୍କୁ (ଆବୋରିଜନାଲ) ଘାରୁଛି, କିନ୍ତୁ ସେଗୁଡ଼ିକର ଟିକା କାହିଁ? ଏଡ୍‌ସ କଥା ଦେଖନ୍ତୁ। ମଣିଷର ଇମ୍ୟୁନ୍‌ ବ୍ୟବସ୍ଥାକୁ ନଷ୍ଟ କରିଦେଉଥିବା ଲକ୍ଷଣ (ଆକ୍ୱାୟାର୍ଡ ଇମ୍ୟୁନାଡେଫିସିଏନ୍ସି ସିଣ୍ଡ୍ରୋମ୍‌, ସଂକ୍ଷେପରେ ଏଡ୍‌ସ) ନାମକ ରୋଗ ଯେଉଁ ଭୂତାଣୁ ଦ୍ୱାରା ସଂକ୍ରମିତ ହୁଏ, ତାକୁ ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍‌ (ସଂକ୍ଷେପରେ ଏଚ୍‌ଆଇଭି) ଆଣିଥାଏ। ଚାଇନାର ଉହାନ୍‌ ସହରର ମାଛମାଂସ ହାଟରୁ (ବିଶେଷତଃ ବାଦୁଡ଼ି ମାଂସରୁ) କରୋନା ଭାଇରସ୍‌ ଆସିଛି ବୋଲି ଯେମିତି କୁହାଯାଉଛି, ସେଇମିତି କୁହାଯାଏ ଯେ କଙ୍ଗୋ ଡିମୋକ୍ରାଟିକ୍‌ ରିପବ୍ଲିକ୍‌ର ରାଜଧାନୀ କିନ୍ଶାସାର ଏକ ବନ୍ୟପ୍ରାଣୀ-ମାଂସ ହାଟରୁ (ସିମ୍ପାଜି ବା ବାନର ମାଂସ ଜରିଆରେ) ଏଡ୍‌ସ ଭାଇରସ୍‌ ଆସିଛି ବୋଲି କୁହାଯାଉଛି। ଏଡ୍‌ସ ରୋଗର ଟିକା ଏଯାଏ ବାହାରି ନ ଥିବା ବେଳେ କୋଭିଡ୍‌-୧୯ର ଟିକା ବାହାରିଗଲାଣି। ମନେରଖିବା କଥା ଯେ, ୧୯୨୦ ଦଶକରୁ ଏଡ୍‌ସ ଆରମ୍ଭ ହୋଇଥିଲେ ବି, ଏବଂ ଏଯାଏ ପ୍ରାୟ ୪ କୋଟି ଲୋକ ସଂକ୍ରମିତ ଓ ପ୍ରାୟ ୮ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ ହେଁ ତାହାର ଟିକା ବାହାରିନାହିଁ। ଅବଶ୍ୟ ଆଜି ଏଚ୍‌ଆଇଭି ବା ଏଡ୍‌ସ ରୋଗର ଔଷଧ ବାହାରିସାରିଛି। କିନ୍ତୁ ପ୍ରଶ୍ନ ହେଉଛି, ଯଦି କୋଭିଡ୍‌-୧୯କୁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ମହାମାରୀ ବୋଲି ଘୋଷଣା କରିବାର ମାସେ ନ ପୂରୁଣୁ ଟିକା ବାହାରିପାରିଲା, ତେବେ ଆଜିଯାଏ କାହିଁକି ଏଡ୍‌ସ ଟିକା ବାହାରିନାହିଁ? ବହୁଦିନ ବିତିଯାଇଥିବାରୁ ଆଉ ଔଷଧ ବାହାରି ଯାଇଥିବାରୁ ଏଡ୍‌ସ ମହାମାରୀକୁ ଆମେ ଆଉ ମହାମାରୀ ଭଳି ଦେଖୁନାହୁଁ। ମାଇଗ୍ରାଣ୍ଟ ଲେବରରମାନେ ଏଡ୍‌ସ ବହନ କରି ଗାଁକୁ ଆସୁଥିଲେ ମଧ୍ୟ ଆମେ ଚୁପ୍‌ ରହୁଛୁ, ଅର୍ଥାତ୍‌ ଏଡ୍‌ସ ଆମର ଦେହସୁହା ହୋଇଗଲାଣି। ଚାରି ପାଞ୍ଚ ବର୍ଷ ପରେ ବି କୋଭିଡ୍‌-୧୯ ଦେହସୁହା ହୋଇଯିବ, କିନ୍ତୁ କେତେ ଯେ ଲୋକ ପ୍ରାଣ ହରାଇଥିବେ ଆଜିକାଲିକାର ଗଣତନ୍ତ୍ର ବା ବିକଶିତ ରାଷ୍ଟ୍ର ବୋଲାଉଥିବା ଦେଶର ସରକାରମାନେ ବିପ୍ଳବର ସମ୍ମୁଖୀନ ହେବେ ନାହିଁ ତ! ବିଜ୍ଞାନର ପ୍ରଗତି ଏତେ ବେଶି ହୋଇଛି ଓ ବାୟୋଟେକ୍ନୋଲଜିର ବିକାଶ ଏତେ ହୋଇଗଲାଣି ଯେ, ଏବେ ବସୁଧୈବ କୁଟୁମ୍ବକମ୍‌ ଭାବ ଏତେ ବେଶି ବ୍ୟାପିଛି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା କୋଭିଡ୍‌-୧୯କୁ ମହାମାରୀ ଘୋଷଣା କରିବାର ମାସେ ନ ପୂରୁଣୁ ସାତ ସାତଟା ଟିକା ବାହାରିପଡ଼ିଲା।
ଟିକାକରଣ ପଛରେ କି ବୈଜ୍ଞାନିକ ତତ୍ତ୍ୱ ଅଛି ଆମେ ଜାଣୁ। ଆମ ଦେହରେ ରୋଗପ୍ରତିରୋଧକାରୀ ଶକ୍ତି (ଇମ୍ୟୁନ୍‌ ସିଷ୍ଟମ୍‌) ଅଛି, ତାହା ଭାଇରସ୍‌ଟିଏ ଦେଖିଲା କ୍ଷଣି ତାକୁ କିପରି ହରାଇହେବ ସେହି ଚେଷ୍ଟା କରେ ଏବଂ ଥରେ ହରାଇଦେଲେ ତାହା ଶିଖିନିଏ ଓ ମନେରଖେ, ଅର୍ଥାତ୍‌ ଅଭ୍ୟାସରେ ପକାଇଦିଏ। ପରେ ଏମିତିକା ଭାଇରସ୍‌ ଆସିଗଲେ ସେଇମିତି ଲଢ଼େଇ କରିବ। ତେଣୁ ବୈଜ୍ଞାନିକମାନେ ଭାଇରସ୍‌ର ନକଲଟିଏ (ଅର୍ଥାତ୍‌ ମୃତ ବା ଦୁର୍ବଳ ଭାଇରସ୍‌) ନେଇ ତାକୁ ମଣିଷ ଦେହରେ ପୂରାନ୍ତି, ତାହାହିଁ ଇଞ୍ଜେକ୍‌ଶନ୍‌ ବା ଟିକାକରଣ। ବାହାରର ଆକ୍ରମଣ ଆସିଗଲା ଭାବି ଆମ ଦେହର ରୋଗପ୍ରତିରୋଧକାରୀ ଶକ୍ତି ଯଥା ଟି-ସେଲ୍‌ମାନେ ଲଢ଼େଇରେ ଲାଗିଯାଆନ୍ତି ଆଗନ୍ତୁକ ଭାଇରସ୍‌କୁ ହରାଇବାକୁ। ଏଯାବତ୍‌ ଟିକା ତିଆରି କରିବାରେ ଭାଇରସ୍‌ର ଖଣ୍ଡ ଖଣ୍ଡ ଟୁକୁରା, ଯାହାକୁ ଆମେ ଆଣ୍ଟିଜେନ୍‌ କହୁ, ବ୍ୟବହାର ହେଉଥିଲା। ସାବଧାନତା ହରାଇଲେ ଜୀବନ୍ତ ଭାଇରସ୍‌ ବି ଟିକାରେ ଯାଇପାରେ ତ ଫଳ ବିଷମୟ ହେଉଥିଲା; ଯେପରି ୧୯୫୫ରେ ଏକ ଦୁର୍ବଳ ଭୂତାଣୁରୁ ବସନ୍ତଟିକା କରିବା ଅବସ୍ଥାରେ ତ୍ରୁଟି ରହିଥିବା ଯୋଗୁ ୧୦ଟି ପିଲା ମରିଥିଲେ ଆଉ ଶହ ଶହ ପଙ୍ଗୁ ହୋଇଯାଇଥିଲେ। ଆଗକାଳର ଟିକା ତିଆରି ପ୍ରକ୍ରିୟାରେ ମଲା ବା ଦୁର୍ବଳ ଭୂତାଣୁକୁ ୟିଷ୍ଟ ବା ଇ.କୋଲାଇ ଭଳି କୋଷ-ବ୍ୟବସ୍ଥା ଭିତରେ ବଢ଼ାଯାଇଥାଏ, ସେହି ୟିଷ୍ଟ ବା ଇ.କୋଲାଇ ଜୀବାଣୁ ବଂଶ ବୃଦ୍ଧି କରି ମୃତ ବା ଦୁର୍ବଳ ଭୂତାଣୁ ସଂଖ୍ୟାକୁ ବହୁଗୁଣିତ କରିଥାଏ। ଏହାହିଁ ଆଣ୍ଟିଜେନ୍‌ ଭାବେ ପ୍ରକାଶପାଏ, ତାକୁ ବୈଜ୍ଞାନିକମାନେ ଅମଳ କରନ୍ତି। ଏ କାମ ବଡ଼ ଧୀର। କରୋନା ମହାମାରୀ ସମୟରେ ନୂଆ ବାୟୋଟେକ୍ନୋଲଜି ଆସିଯାଇଛି। ପୃଥିବୀର ବୈଜ୍ଞାନିକମାନେ ଯିଏ ଯେଉଁଠି ଥାଆନ୍ତୁ, ନୂଆ ବାୟୋଟେକ୍ନୋଲଜିକୁ କାମରେ ଲଗାଇଲେ ଏବଂ ବିକଶିତ ଦେଶମାନଙ୍କରେ ସରକାର ଅକୁଣ୍ଠ ସାହାଯ୍ୟ କଲେ। ବୈଜ୍ଞାନିକମାନେ ଜାଣିଛନ୍ତି ଯେ ପ୍ରତି କୋଷରେ ତାହା ତିଆରିର ପାଠ ଥାଏ, ତାକୁ ଏମ୍‌ଆର୍‌ଏନ୍‌ଏ କହନ୍ତି। ଆର୍‌ଏନ୍‌ଏ ହେଉଛି ବଂଶଗୁଣ, ଏମ୍‌ ହେଉଛି ମେସେଞ୍ଜର ଅର୍ଥାତ୍‌ ତାକୁ ପଢ଼ିବାର ପ୍ରକ୍ରିୟା, ଚାବିକାଠି କହିଲେ ଚଳିବ। ବୈଜ୍ଞାନିକମାନେ ମଲା ଭୂତାଣୁ ନ ନେଇ ଭୂତାଣୁର ବଂଶବୃଦ୍ଧିର (ଜେନେଟିକ୍ସ) କ୍ରମନ୍ବୟତା (ସିକ୍ୱେନ୍ସ) ଦେଖନ୍ତି, ତା’ର ଅତିଦରକାରୀ ଅଂଶ ଖୋଜନ୍ତି, ଯଥା ସ୍ପାଇକ୍‌ ପ୍ରୋଟିନ୍‌, ଯାହା ଚାବିକାଠି ଥିବା ଖୋଳ ଭଳି କାମ କରେ, କୋଷର ତାଲା ଖୋଲିଦିଏ, ତା’ ଭିତରେ ପଶିଯାଏ, ସେଇଠି ନିଜର ନକଲ ତିଆରି କରେ ଏବଂ ପାଖଆଖର କୋଷମାନଙ୍କୁ ସେହି ପ୍ରକାରର ନକଲ ତିଆରି କରିବାକୁ ପ୍ରବର୍ତ୍ତାଏ। ଅର୍ଥାତ୍‌ ଆମ ଦେହ କୋଷ କେବଳ ସ୍ପାଇକ୍‌ ପ୍ରୋଟିନ୍‌ ତିଆରି କରିଦେବ ତ ଆମ ଇମ୍ୟୁନ୍‌ ବ୍ୟବସ୍ଥା ସଂକ୍ରମଣକାରୀ ଭୂତାଣୁକୁ ପ୍ରବେଶ କରିବାକୁ ଦେବ ନାହିଁ। ପଶିଥିବା ଭୂତାଣୁକୁ ବଂଶବୃଦ୍ଧି କରିବାକୁ ଦେବନାହିଁ, କାରଣ ତାହାର ବଢ଼ିବାର ସ୍ପାଇକ୍‌ ପ୍ରୋଟିନ୍‌ ମିଳିବ ନାହିଁ। କୃତ୍ରିମ (ସିନ୍ଥେଟିକ୍‌) ଏମ୍‌ଆର୍‌ଏନ୍‌ଏ ଟେକ୍ନୋଲଜି ପଛରେ ଥିବା ସ୍ବପ୍ନ ଏବେ ସାକାର ହୋଇଛି। ନୂଆ ଟିକାକରଣ ବ୍ୟବସ୍ଥାରେ କୃତ୍ରିମ ଏମ୍‌ଆର୍‌ଏନ୍‌ଏ ତିଆରି ହେଉଛି, ତାହା କେବଳ ସ୍ପାଇକ୍‌ ପ୍ରୋଟିନ୍‌ ତିଆରି କରୁଛି। ଭୂତାଣୁର ବାକି ଅଂଶ ତିଆରି କରୁନାହିଁ। ଏମ୍‌ଆର୍‌ଏନ୍‌ଏ, ଏକ ପ୍ରକାରର କ୍ଷୀଣାୟୁ ଗୋଟିକିଆ ଖିଅବାଲା ଅଣୁ, ଯାହା ଡିଏନ୍‌ଏରୁ ପାଠ ନେଇ କୋଷ-ଆବରଣକାରୀ ସ୍ପାଇକ୍‌ ପ୍ରୋଟିନ୍‌ ତିଆରି କରିଥାଏ। ଆମ ଦେହ ଆଣ୍ଟିବଡି ତିଆରିର ଏକ କାରଖାନା ହୋଇଯାଏ। ୨୦୨୦ରେ ବୈଜ୍ଞାନିକମାନେ ବରାଦ ଅନୁଯାୟୀ ଏମ୍‌ଆର୍‌ଏନ୍‌ଏ ତିଆରି କରିବାର କାଇଦା ପାଇଗଲେ, ବହୁପରିମାଣରେ ତିଆରି କରିବାର କଳ ବାହାର କଲେ, ଏହି କ୍ଷଣଭଙ୍ଗୁର ଏମ୍‌ଆର୍‌ଏନ୍‌ଏକୁ କେମିତି ମଣିଷର କୋଷ ଭିତରକୁ ଇଞ୍ଜେକ୍ଟ କରିହେବ ତାହା ଜାଣିଗଲେ। ଟିକା ପାଇଁ କୋଡିଂ (ସୂତ୍ର) ମିଳିଗଲା। ଅମାପ ସଂଖ୍ୟାରେ ତିଆରି (ମାସ୍‌ ପ୍ରଡ୍ୟୁସ୍‌) କରିବାର ତରିକା ମିଳିଗଲା। ଏ କଥା ଆଗେ ସମ୍ଭବ ନ ଥିଲା। ଏ ସବୁ ନୂଆ କଥା, ଯାହା କରୋନାର କରୁଣା ବୋଲି କହିବା।
କରୋନାର ଆଉ ଗୋଟିଏ କରୁଣା, ସେ ଲୋକଙ୍କୁ ଜଣାଇଦେଲା ଯେ ଯେପର୍ଯ୍ୟନ୍ତ ବିଶ୍ୱରେ ଜଣେ ବି ଭୂତାଣୁଗ୍ରସ୍ତ ଥିବ ସେପର୍ଯ୍ୟନ୍ତ ପୃଥିବୀ କୋଭିଡ୍‌-୧୯ ମୁକ୍ତ ହୋଇ ନ ଥିବ। ଅର୍ଥାତ୍‌ ଆମେ ସମସ୍ତେ ଗୋଟିଏ ପରିବାରର କୁଟୁମ୍ବ। କରୋନା ଆହୁରି ବି ଜଣାଉଛି ଯେ ବଣଜଙ୍ଗଲର ପଶୁପକ୍ଷୀଙ୍କୁ ତୁମର ଖାଦ୍ୟ କର ନାହିଁ, ସେମାନଙ୍କୁ ପ୍ରାକୃତିକ ପରିବେଶରେ ବିଚରଣ କରିବାକୁ ଦିଅ। ପରିଶେଷରେ କରୋନା ମନେପକାଇ ଦେଉଛି ଯେ କ୍ଲିନ୍‌ନେସ୍‌ ଇଜ୍‌ ନେକ୍‌ଷ୍ଟ ଟୁ ଗଡ୍‌ଲିନେସ୍‌, ଦେବତ୍ୱ ଲାଭ କରିବାକୁ ହେଲେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?