ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ
ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେଉଥିବାରୁ ଚନ୍ଦ୍ର ପୃଥିବୀକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରିବ। ଏହି ପରିପ୍ରେକ୍ଷୀରେ କେବଳ ସୂର୍ଯ୍ୟର ବାହ୍ୟ ସ୍ତର ଦୃଶ୍ୟମାନ ହେବ। ଏହି ଗ୍ରହଣରେ ଚନ୍ଦ୍ର ସୂର୍ଯ୍ୟଙ୍କ ପ୍ରାୟ ୯୪ ପ୍ରତିଶତ ଗ୍ରାସ କରିନେବ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେତୁ ଦିନରେ ଅନ୍ଧକାର ରହିବ। ଭାରତରେ ଏହି ସୂର୍ଯ୍ୟପରାଗ ଗ୍ରହଣ କେବଳ ଆଂଶିକ ଦେଖାଦେବ। ଆମେରିକା, ୟୁରୋପ ଏବଂ ଏସିଆର ଉତ୍ତର ଭାଗରେ ମଧ୍ୟ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଏବଂ ରୁଷିଆରେ ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ।

ସୂର୍ଯ୍ୟପରାଗ ଅପରାହ୍ନ ୧ ଟାରୁ ସନ୍ଧ୍ୟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ପର୍ଯ୍ୟନ୍ତ ରହିବ। ସୂର୍ଯ୍ୟପରାଗର ସମୁଦାୟ ଅବଧି ପ୍ରାୟ ୫ ଘଣ୍ଟା ହେବ।

ମେଷ – ଏହି ସୂର୍ଯ୍ୟପରାଗ କାଳରେ ମେଶ ରାଶିର ବ୍ୟକ୍ତିମାନେ ବିତର୍କରୁ ଦୂରେଇ ରହିବା ଉଚିତ୍‌। ନିଜ କଥାକୁ ନିୟନ୍ତ୍ରଣରେ ରଖ। ଆର୍ଥିକ କ୍ଷତି ହୋଇପାରେ।

ବୃଷ – ସୂର୍ଯ୍ୟପରାଗ ହେତୁ ବୃଷର ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। କ୍ୟାରିୟର ଏବଂ କାର୍ଯ୍ୟ କ୍ଷେତ୍ରରେ ସତର୍କତା ବ୍ୟବହାର କରନ୍ତୁ।

ମିଥୁନ – ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ପ୍ରତିବନ୍ଧକର ସାମ୍ନା କରିପାରନ୍ତି। ଧନ ହାନି ଯୋଗ ରହିଛି। ଟଙ୍କା ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ। ପାରସ୍ପରିକ ସମ୍ପର୍କ ଭଲ ହେବ।

କର୍କଟ – ଏହି ରାଶିର ବ୍ୟକ୍ତିମାନେ ସଚେତନ ରହିବା ଆବଶ୍ୟକ । ବିତର୍କରୁ ଦୂରେଇ ରୁହନ୍ତୁ। ତୁମର ବକ୍ତବ୍ୟ ଉପରେ ନିୟନ୍ତ୍ରଣ କରନ୍ତୁ। ବିରୋଧୀଙ୍କଠାରୁ ସତର୍କ ରୁହନ୍ତୁ।

ସିଂହ- ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ଲାଭ ପାଇପାରିବେ। ଧନ ଲାଭର ଯୋଗ ରହିଛି। କାହା ବିଷୟରେ ନକାରାତ୍ମକ ଚିନ୍ତାଧାରା ଆଣିବା ଠାରୁ ଦୂରେଇ ରୁହନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ନିବେଶ କରନ୍ତୁ।

କନ୍ୟା- ଏହି ରାଶିର ଲୋକମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ୍‌। କାହାକୁ ରୁଣ ଦେବା ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସମ୍ପର୍କ ମଧୁର ହେବ।

ତୁଳା- ଏହି ରାଶିର ଲୋକମାନେ ଯତ୍ନର ସହ କିଛି କାମ କରିବା ଉଚିତ୍‌। ମାନସିକ ଚାପରୁ ଦୂରରେ ରୁହନ୍ତୁ। ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ବିଛା- ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ମନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ କରନ୍ତ। ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଧ୍ୟାନ କରନ୍ତୁ।

ଧନୁ- ଏହି ରାଶିର ବ୍ୟକ୍ତିମାନେ କ୍ୟାରିୟର ଏବଂ ଶିକ୍ଷା ପ୍ରତିଯୋଗିତାରେ ସଫଳତା ପାଇବେ। କଠିନ ପରିଶ୍ରମ କରନ୍ତୁ। ସମୟ ନଷ୍ଟ କରିବା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ। କୌଣସି କାର୍ଯ୍ୟରେ ନିବେଶ କରିବା ଲଭଦାୟକ ହୋଇପାରେ।

ମକର – ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଯେକୌଣସି କାର୍ଯ୍ୟକୁ ଭାବିଚିନ୍ତି କରନ୍ତୁ। କାହାକୁ ଅଧିକ ବିଶ୍ୱାସ କରିବା କ୍ଷତିକାରକ ହୋଇପାରେ।

କୁମ୍ଭ- ଏହି ରାଶିର ଲୋକମାନେ ସେମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍‌। ବିରୋଧୀମାନେ ପରାସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାବଧାନ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ।

ମୀନ – ଏହି ରାଶିର ବ୍ୟକ୍ତିମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆପଣଙ୍କ ସାଥୀଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଭାତଥାଳିରେ ଆଉ ରହିବନି ଭାତ

ଓ୍ବାଶିଂଟନ,୧୭।୩: ଆସନ୍ତା ୩୦ ବର୍ଷ ପରେ ଭାରତୀୟ ଭାତଥାଳିରେ ଆଉ ଭାତ ଦେଖିବାକୁ ମିଳିବ ନାହିଁ। ଭାତଥାଳିରୁ ଏହା ଗାଏବ ହୋଇଯିବ। ଆମେରିକାର ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟ...

ଏହି ଦେଶରେ ବିବାହ ପୂର୍ବରୁ ବରକନ୍ୟାଙ୍କୁ ଗଛରେ ବାନ୍ଧି ଫିଙ୍ଗା ଯାଏ ପଚା ମାଛ, ପଚା ଅଣ୍ଡା

ବିବାହକୁ ନେଇ ପ୍ରତି ରାଜ୍ୟ ଏବଂ ପ୍ରତି ଦେଶରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ସାରା ବିଶ୍ୱ ବିବିଧତାରେ ପରିପୂର୍ଣ୍ଣ। ବିବାହକୁ ନେଇ ପ୍ରତ୍ୟେକ ଦେଶରେ...

ଲୋ ବଜେଟ ଓ୍ବାଲ୍‌ ଡେକୋରେଶନ୍‌

ଯଦି ଘର ସଜାଇବା ପସନ୍ଦ, ହେଲେ ଏଥିପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ନ ଚାହାନ୍ତି ତେବେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ କେତେକ ସାମଗ୍ରୀ...

ରାତାରାତି କୋଟିପତି ହୋଇଗଲେ ୫ ସନ୍ତାନର ମା’

ଆମେରିକାରେ ରହୁଥିବା ଜଣେ ମହିଳା ରାତାରାତି କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉବର ଇଟ୍ସରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣଙ୍କ ପାଖାପାଖି...

ଏମିତି ଫ୍ରିଜ୍‌ରେ ରଖନ୍ତୁ ଜିନିଷ

ଫ୍ରିଜ୍‌ରେ କେଉଁଠି କେଉଁ ଜିନିଷ ରଖିଲେ ତାହା ଖରାପ ହୁଏ ନାହିଁ ଏକଥା ଜାଣିରଖିବା ନିହାତି ଜରୁରୀ। ନଚେତ୍‌ ଫ୍ରିଜ୍‌ରେ ଥାଇ ବି ଅନେକ ଜିନିଷ...

ଏହି ଗୁମ୍ଫାରେ ଆଜି ବି ରହିଛି ରାବଣଙ୍କ ମୃତଦେହ, ରହସ୍ୟ ଜାଣିଲେ…

ରାମାୟଣ ସମ୍ବନ୍ଧୀୟ ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ। ବିଶ୍ୱାସ କରାଯାଏ, ଆଜି ମଧ୍ୟ ଶ୍ରୀଲଙ୍କାରେ ରାମାୟଣ ଏବଂ ଭଗବାନ ରାମଙ୍କ ସହ ଜଡ଼ିତ...

ନିଆରା ପ୍ରତିଯୋଗିତା ‘ପନଜତ୍‌ ପିନାଙ୍ଗ’

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ପ୍ରଚଳିତ ହୋଇ ଆସୁଛି। ସେହିଭଳି ବିଭିନ୍ନ ଅବସରରେ ନିଆରା ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେବେ...

ମାରିଦେଇ ବର୍ତ୍ତିଯିବେ ଭାବିଥିଲେ ହେଲେ ପାଇଲେ ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week