Posted inଖେଳ

ସେବାଷ୍ଟିଆନ କୋଡ୍ରାଙ୍କୁ ପ୍ରଥମ ଏଟିପି ଟାଇଟଲ

ପର୍ମା (ଇଟାଲୀ),୩୧।୫(ଏପି): ଆମେରିକୀୟ ଯୁବ ଟେନିସ ଖେଳାଳି ସେବାଷ୍ଟିଆନ କୋଡ୍ରା କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏମିଲିଆ- ରୋମାଙ୍ଗା ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ୨୦ ବର୍ଷୀୟ କୋଡ୍ରା ଇଟାଲୀୟ ଓ୍ବାଇଲ୍ଡ କାର୍ଡ ଖେଳାଳି ମାର୍କୋ ସେକହିନାଟୋଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଏହି ଟୁର୍ନାମେଣ୍ଟରେ କୋଡ୍ରା ଗୋଟିଏ ହେଲେ ବି ସେଟ୍‌ ଡ୍ରପ୍‌ କରି ନ ଥିଲେ। ବିଶ୍ୱର ୬୩ ନମ୍ବର ଖେଳାଳି କୋଡ୍ରା ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ୧୦୪ତମ ର଼୍ୟାଙ୍କର ଖେଳାଳି ସେକହିନାଟୋଙ୍କୁ ମାତ୍ର ୭୫ ମିନିଟ୍‌ରେ ୬-୨, ୬-୪ ସେଟ୍‌ରେ ହରାଇ ଟାଇଟଲ ହାସଲ କରିଛନ୍ତି।
ଦୀର୍ଘ ୧୧ ବର୍ଷ ପରେ ଆମେରିକାର ପ୍ରଥମ ଖେଳାଳିଭାବେ କୋଡ୍ରା ୟୁରୋପିଆନ କ୍ଲେ କୋର୍ଟରେ ଟ୍ରଫି ହାସଲ କରିଛନ୍ତି। ପୂର୍ବରୁ ୨୦୧୦ରେ ସାମ କ୍ୟୁରେ ବେଲଗ୍ରେଡ୍‌ରେ ଟ୍ରଫି ହାସଲ କରିଥିଲେ। ତେବେ ଗତ ଜାନୁୟାରୀରେ କୋଡ୍ରା ଡେଲ୍‌ରେ ବିଚ୍‌ ଓପନ୍‌ରେ ଫାଇନାଲରେ ହୁବେର୍ଟ ହୁରକାଜଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ଜିତିଥିବାରୁ କୋଡ୍ରା ଖୁସି ଜାହିର କରିଛନ୍ତି।
ଓପନ ଏରାରେ ତୃତୀୟ ବାପା- ପୁଅ ଯୋଡି ଭାବେ କ୍ରୋଡା ଓ ତାଙ୍କ ପିତା ପେଟର କୋଡ୍ରା ଟୁର୍‌ ଲିବେଲ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ପୂର୍ବରୁ ଭାରତର ରାମନାଥନ କ୍ରିଷ୍ଣନ ଓ ରମେଶ କ୍ରିଷ୍ଣନ, ଫିଲ୍‌ ଡେଣ୍ଟ ଓ ଟେଲର ଡେଣ୍ଟ ବାପା- ପୁଅ ଯୋଡି ଏହି ସଫଳତା ହାସଲ କରିଥିଲେ। ପୂର୍ବରୁ କୋଡ୍ରା କ୍ରମାଗତ ଭାବେ ଏଟିପି ଟୁର୍‌ରେ ଦୁଇଟି ଟାଇଟଲ ହାସଲ କରି ନ ଥିଲେ। ତେବେ ଏହି ଟୁର୍ନାମେଣ୍ଟରେ ସେ ଐତିହାସିକ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri