ଆପଣଙ୍କ ବ୍ଲକରେ କେବେ ନିର୍ବାଚନ ଜାଣନ୍ତୁ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଘୋଷଣା କରିଛନ୍ତି। କେଉଁ ପର୍ଯ୍ୟାୟରେ କେଉଁ ବ୍ଲକରେ ଭୋଟ୍‌ ଗ୍ରହଣ କରାଯିବ ତାହା ନିମ୍ନରେ ଉଲ୍ଲେଖ କରାଗଲା।
ଫେବୃୟାରୀ ୧୬: ପ୍ରଥମ ପର୍ଯ୍ୟାୟ
ଅନୁଗୋଳ ଜିଲାର ଅନୁଗୋଳ ଓ ବଅଁରପାଳ ବ୍ଲକ, ବାଲେଶ୍ୱର ଜିଲାର ଭୋଗରାଇ ଓ ଜଳେଶ୍ୱର, ବଲାଙ୍ଗୀରର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ, ବରଗଡ଼ ଜିଲାର ଝାରବନ୍ଧ, ପାଇକମାଲ, ଭଟ୍‌ଲି, ଅମ୍ବାଭୋନା, ଭଦ୍ରକର ଭଦ୍ରକ, ବନ୍ତ, ବୌଦ୍ଧ ଜିଲାର କଣ୍ଟାମାଳ, କଟକର ମାହାଙ୍ଗା, କଟକ ସଦର ଏବଂ ନରସିଂହପୁର ବ୍ଲକରେ ନିର୍ବାଚନ ହେବ। ସେହିପରି ଦେବଗଡ଼ର ରିଆମାଳ, ଢେଙ୍କାନାଳର ହିନ୍ଦୋଳ, ଗଁଦିଆ, ଗଜପତିର ମୋହନା, ଗଞ୍ଜାମର ସେରଗଡ଼, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି, ଦିଗପହଣ୍ଡି ଓ ପୋଲସରା, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ଯାଜପୁରର ଧର୍ମଶାଳା ଓ ଯାଜପୁର, ଝାରସୁଗୁଡ଼ାର ଲଇକେରା, କିରିମିରା ଓ ଝାରସୁଗୁଡ଼ା, କଳାହାଣ୍ଡିର ଗୋଲାମୁଣ୍ଡା ଓ ଜୁନାଗଡ଼, କନ୍ଧମାଳର ବାଲିଗୁଡ଼ା ଓ କେ. ନୂଆଗଁା, କେନ୍ଦ୍ରାପଡ଼ାର ଆଳି, ଡେରାବିଶ ବ୍ଲକରେ ନିର୍ବାଚନ ହେବ। ସେହିପରି କେନ୍ଦୁଝରର ଘସିପୁରା, ଘଟଗଁା, ବାଂଶପାଳ, ଖୋର୍ଦ୍ଧାର ଟାଙ୍ଗୀ, ବୋଲଗଡ଼, କୋରାପୁଟର ବୋରିଗୁମ୍ମା, ଶିମିଳିଗୁଡ଼ା ଓ ବନ୍ଧୁଗଁା, ମାଲକାନଗିରିର ମାଲକାନଗିରି, ମୟୂରଭଞ୍ଜର ଖୁଣ୍ଟା, ଜିବିନଗର, ସାମଖୁଣ୍ଟା, ବାଙ୍ଗିରିପୋଷି, କୋଳିଆନା, ରାସଗୋବିନ୍ଦପୁର ଓ ମୋରଡ଼ା, ନବରଙ୍ଗପୁରର ଝରିଗଁା, ଚନ୍ଦାହାଣ୍ଡି, ନୟାଗଡ଼ର ଓଡ଼ଗଁା, ନୂଆପଡ଼ାର ନୂଆପଡ଼ା, ପୁରୀର କଣାସ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ରାୟଗଡ଼ାର ବିଷମକଟକ, ଚନ୍ଦ୍ରପୁର ଓ ମୁନିଗୁଡ଼ା, ସମ୍ବଲପୁରର ଜୁଜୁମୁରା, ରେଢ଼ାଖୋଲ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି ଓ ସୁନ୍ଦରଗଡ଼ର ବାରଗଁା, କୁଅଁାରମୁଣ୍ଡା, ଲାଠିକଟା ଓ ବଣାଇଗଡ଼ ବ୍ଲକ।
ଫେବୃୟାରୀ ୧୮: ଦ୍ୱିତୀୟ ପର୍ଯ୍ୟାୟ
ଅନୁଗୋଳ ଜିଲାର ଛେଣ୍ଡିପଦା, କଣିହଁା, ବାଲେଶ୍ୱରର ବସ୍ତା, ବାଲିଆପାଳ, ବଲାଙ୍ଗୀରର ଆଗଲପୁର, ଲୋଇସିଂହା, ପୁଇଁତଳା, ବରଗଡ଼ର ରାଜବୋରାସମ୍ବର, ଗାଇସିଲଟ, ଅତାବିରା, ଭଦ୍ରକର ଭଣ୍ଡାରିପୋଖରୀ, ଚାନ୍ଦବାଲି, ବୌଦ୍ଧର ବୌଦ୍ଧ, କଟକର ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡ଼ମ୍ବା, ଦେବଗଡ଼ର ବାରକୋଟ, ଢେଙ୍କାନାଳର ଓଡ଼ପଡ଼ା, ଢେଙ୍କାନାଳ, ଗଜପତିର ନୂଆଗଡ଼ା, ଆର୍‌. ଉଦୟଗିରି, ଗଞ୍ଜାମର ସୋରଡ଼ା, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ଚିକିଟି, ବୁଗୁଡ଼ା, ଜଗତ୍‌ସିଂହପୁରର ଜଗତ୍‌ସିଂହପୁର, ଯାଜପୁରର ଦଶରଥପୁର, ବଡ଼ଚଣା, ଝାରସୁଗୁଡ଼ାର କୋଲାବିରା ଓ ଲଖନପୁର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି କଳାହାଣ୍ଡିର ନର୍ଲା, ଏମ୍‌. ରାମପୁର, କର୍ଲାମୁଣ୍ଡା, କନ୍ଧମାଳର କୋଟଗଡ଼, ତୁମୁଡ଼ିବନ୍ଧ, କେନ୍ଦ୍ରାପଡ଼ାର ରାଜକନିକା, ମାର୍ଶାଘାଇ, କେନ୍ଦୁଝରର ହରିଚନ୍ଦନପୁର, ତେଲକୋଇ, ଖୋର୍ଦ୍ଧାର ବାଣପୁର, ବେଗୁନିଆ, କୋରାପୁଟର କୋରାପୁଟ, ଜୟପୁର ଓ ପଟାଙ୍ଗି, ମାଲକାନଗିରିର କୋରୁକୋଣ୍ଡା, ଖଇରପୁଟ, ମୟୂରଭଞ୍ଜର କପ୍ତିପଦା, ବେତନଟି, ଶୁଳିଆପଦା, ସାରସକଣା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନୟାଗଡ଼ର ରଣପୁର, ନୂଆପଡ଼ାର କୋମନା, ପୁରୀର ନିମାପଡ଼ା, ଗୋପ, ରାୟଗଡ଼ାର ଗୁଣୁପୁର, ରାମନାଗୁଡ଼ା, ସମ୍ବଲପୁରର ମାନେଶ୍ୱର, ନାକଟିଦେଉଳ, ସୁବର୍ଣ୍ଣପୁରର ବିନିକା, ସୋନପୁର ଓ ସୁନ୍ଦରଗଡ଼ର ସବ୍‌ଡେଗା, କୁଟୁରା, ନୂଆଗଁା, ବିଶ୍ରା ବ୍ଲକ।
ଫେବୃୟାରୀ ୨୦: ତୃତୀୟ ପର୍ଯ୍ୟାୟ
ଅନୁଗୋଳ ଜିଲାର ଆଠମଲ୍ଲିକ, ପାଲଲହଡ଼ା, ବାଲେଶ୍ୱରର ଖଇରା, ସୋର, ଶିମୁଳିଆ, ବଲାଙ୍ଗୀରର ବଙ୍ଗୋମୁଣ୍ଡା, ତୁରିକେଲା, ମୁରିବାହାଲ, ବରଗଡ଼ର ବରପାଲି, ବିଜେପୁର,ଭେଡେନ, ଭଦ୍ରକର ତିହିଡ଼ି, ବୌଦ୍ଧର ହରଭଙ୍ଗା, କଟକର ସାଲେପୁର, କଣ୍ଟାପଡ଼ା ଓ ତିଗିରିଆ, ଦେବଗଡ଼ର ତିଲେଇବଣି, ଢେଙ୍କାନାଳର ପରଜଙ୍ଗ, କାମାକ୍ଷାନଗର, ଗଜପତିର ରାୟଗଡ଼ା, ଗଞ୍ଜାମର ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର ଓ ବେଲଗୁଣ୍ଠା, ଜଗତ୍‌ସିଂହପୁରର ତିର୍ତ୍ତୋଲ, ବିରିଡ଼ି, ଯାଜପୁରର ବିଞ୍ଝାରପୁର, କୋରେଇ, କଳାହାଣ୍ଡିର ଧର୍ମଗଡ଼, କୋକସରା, ଜଇପାଟଣା, କନ୍ଧମାଳର ଫୁଲବାଣୀ, ଫିରିଙ୍ଗିଆ, ଖଜୁରିପଡ଼ା, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦୁଝରର ହାଟଡ଼ିହି, ଝୁମ୍ପୁରା ଓ ଆନନ୍ଦପୁର, ଖୋର୍ଦ୍ଧାର ଚିଲିକା, ଖୋର୍ଦ୍ଧା, କୋରାପୁଟର ନନ୍ଦପୁର, କୁନ୍ଦ୍ରା, ଲକ୍ଷ୍ମୀପୁର, ମାଲକାନଗିରିର ମାଥିଲି, ପଡ଼ିଆ, ମୟୂରଭଞ୍ଜର ବଡ଼ସାହି, ଉଦଳା, ନବରଙ୍ଗପୁରର କୋସାଗୁମୁଡ଼ା, ନବରଙ୍ଗରପୁର, ନୟାଗଡ଼ର ନୟାଗଡ଼, ନୂଆପଡ଼ାର ଖଡ଼ିଆ, ପୁରୀର ସତ୍ୟବାଦୀ, ପୁରୀ ସଦର, ରାୟଗଡ଼ାର କାଶୀପୁର, କଲ୍ୟାଣସିଂହପୁର, ସମ୍ବଲପୁରର ଜମନକିରା ଓ ରେଙ୍ଗାଳି, ସୁବର୍ଣ୍ଣପୁରର ତରଭା, ସୁନ୍ଦରଗଡ଼ର ବାଲିଶଙ୍କରା, ରାଜଗାଙ୍ଗପୁର ଓ କୋଇରା ବ୍ଲକ।
ଫେବୃୟାରୀ ୨୨: ଚତୁର୍ଥ ପର୍ଯ୍ୟାୟ
ଅନୁଗୋଳ ଜିଲାର କିଶୋରନଗର, ତାଳଚେର, ବାଲେଶ୍ୱରର ବାହାନଗା, ଔପଦା, ନୀଳଗିରି, ବଲାଙ୍ଗୀରର ବଲାଙ୍ଗୀର, ଗୁଡ୍‌ଭେଲା, ଦେଓଗଁା, ବରଗଡ଼ର ସୋଏଲା, ଭଦ୍ରକର ବାସୁଦେବପୁର, କଟକର ଟାଙ୍ଗୀ-ଚୌଦ୍ୱାର, ଆଠଗଡ଼, ବାଙ୍କୀ-ଡମପଡ଼ା, ଢେଙ୍କାନାଳର କଙ୍କଡ଼ାହାଡ଼, ଭୁବନ, ଗଜପତିର ଗୁମା, କାଶୀନଗର, ଗଞ୍ଜାମର ଖଲ୍ଲିିକୋଟ, ପୁରୁଷୋତ୍ତମପୁର, ଜଗନ୍ନାଥ ପ୍ରସାଦ, କେ.ଏସ୍‌. ନଗର, ଜଗତ୍‌ସିଂହପୁରର ରଘୁନାଥପୁର ଓ କୁଜଙ୍ଗ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଯାଜପୁରର ସୁକିନ୍ଦା, ଦାନଗଦି, କଳାହାଣ୍ଡିର ଭବାନୀପାଟଣା, ଲାଞ୍ଜିଗଡ଼, କନ୍ଧମାଳର ଜି. ଉଦୟଗିରି, ଚକାପାଦ, ଟିକାବାଲି, କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା, ଗରଦପୁର, କେନ୍ଦୁଝରର ପାଟଣା, ଚମ୍ପୁଆ ଓ ଯୋଡ଼ା, ଖୋର୍ଦ୍ଧାର ବାଲିପାଟଣା ଓ ଭୁବନେଶ୍ୱର, କୋରାପୁଟର କୋଟପାଡ଼, ଦଶମନ୍ତପୁର, ନାରାୟଣପାଟଣା, ମାଲକାନଗିରିର କାଲିମେଳା, ମୟୂରଭଞ୍ଜର ଜାମ୍‌ଦା, ବାହାଲଦା, ତିରିଙ୍ଗି, ରାଇରଙ୍ଗପୁର, ଯଶିପୁର, ରରୁଁଆ ଓ ଶୁକ୍ରୁଳି, ନବରଙ୍ଗପୁରର ପାପଡ଼ାହାଣ୍ଡି, ଡାବୁଙ୍ଗା, ନୟାଗଡ଼ର ନୂଆଗଁା, ଦଶପଲ୍ଲା, ଗଣିଆ, ନୂଆପଡ଼ାର ସିନାପାଲି, ପୁରୀର ଡେଲାଙ୍ଗ, ପିପିଲି, ରାୟଗଡ଼ାର ରାୟଗଡ଼ା, କୋଲନରା, ସମ୍ବଲପୁରର ବାମରା, ଧନକଉଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ସୁନ୍ଦରଗଡ଼ର ଲେଫ୍ରିପଡ଼ା, ତେଲେଙ୍ଗିରି, ଲହୁଣିପଡ଼ା ବ୍ଲକ।
ଫେବୃୟାରୀ ୨୪: ପଞ୍ଚମ ପର୍ଯ୍ୟାୟ
ବାଲେଶ୍ୱର ଜିଲାର ରେମୁଣା, ବାଲେଶ୍ୱର, ବଲାଙ୍ଗୀରର ସଇଁତଳା, ଟିଟିଲାଗଡ଼, ବରଗଡ଼ର ବରଗଡ଼, ଭଦ୍ରକର ଧାମନଗର, କଟକର ନିଆଳି, ବାଙ୍କୀ, ଗଜପତିର ପାରଳାଖେମୁଣ୍ଡି(ଗୋସାଣି), ଗଞ୍ଜାମର ବେଗୁନିଆପଡ଼ା, ଆସିକା, ଭଞ୍ଜନଗର, ଜଗତ୍‌ସିଂହପୁରର ନାଉଗଁା, ଏରସମା, ଯାଜପୁରର ବରୀ, ରସୁଲପୁର, କଳାହାଣ୍ଡିର ପି.ଏଚ୍‌. ରାମପୁର, କଲମପୁର, କେସିଙ୍ଗା, କନ୍ଧମାଳର ଦାରିଙ୍ଗିବାଡ଼ି, ରାଇକିଆ, କେନ୍ଦ୍ରାପଡ଼ାର ମହାକାଳପଡ଼ା, କେନ୍ଦୁଝରର କେନ୍ଦୁଝର, ସହରପଦା, ଖୋର୍ଦ୍ଧାର ବାଲିଅନ୍ତା, ଜଟଣୀ, କୋରାପୁଟର ବୈପାରିଗୁଡ଼ା, ଲମତାପୁଟ, ମାଲକାନଗିରିର ଚିତ୍ରକୁଣ୍ଡା, ମୟୂରଭଞ୍ଜର କୁସୁମୀ, ବିଶୋଇ, ବିଜାତଳା, ଠାକୁରମୁଣ୍ଡା ଓ କରଞ୍ଜିଆ, ନବରଙ୍ଗପୁରର ରାଇଘର, ଉମରକୋଟ, ନୟାଗଡ଼ର ଖଣ୍ଡପଡ଼ା, ଭାପୁର, ନୂଆପଡ଼ାର ବୋଡେନ, ପୁରୀର କାକଟପୁର, ଅସ୍ତରଙ୍ଗ, ରାୟଗଡ଼ାର ପଦ୍ମପୁର, ଗୁଡ଼ାରି, ସମ୍ବଲପୁରର କୁଚିଣ୍ଡା, ସୁବର୍ଣ୍ଣପୁରର ଉଲୁଣ୍ଡା, ସୁନ୍ଦରଗଡ଼ର ସଦର ଏସ୍‌ଏସଏନଜି, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?