ଆପଣଙ୍କ ବ୍ଲକରେ କେବେ ନିର୍ବାଚନ ଜାଣନ୍ତୁ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଘୋଷଣା କରିଛନ୍ତି। କେଉଁ ପର୍ଯ୍ୟାୟରେ କେଉଁ ବ୍ଲକରେ ଭୋଟ୍‌ ଗ୍ରହଣ କରାଯିବ ତାହା ନିମ୍ନରେ ଉଲ୍ଲେଖ କରାଗଲା।
ଫେବୃୟାରୀ ୧୬: ପ୍ରଥମ ପର୍ଯ୍ୟାୟ
ଅନୁଗୋଳ ଜିଲାର ଅନୁଗୋଳ ଓ ବଅଁରପାଳ ବ୍ଲକ, ବାଲେଶ୍ୱର ଜିଲାର ଭୋଗରାଇ ଓ ଜଳେଶ୍ୱର, ବଲାଙ୍ଗୀରର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ, ବରଗଡ଼ ଜିଲାର ଝାରବନ୍ଧ, ପାଇକମାଲ, ଭଟ୍‌ଲି, ଅମ୍ବାଭୋନା, ଭଦ୍ରକର ଭଦ୍ରକ, ବନ୍ତ, ବୌଦ୍ଧ ଜିଲାର କଣ୍ଟାମାଳ, କଟକର ମାହାଙ୍ଗା, କଟକ ସଦର ଏବଂ ନରସିଂହପୁର ବ୍ଲକରେ ନିର୍ବାଚନ ହେବ। ସେହିପରି ଦେବଗଡ଼ର ରିଆମାଳ, ଢେଙ୍କାନାଳର ହିନ୍ଦୋଳ, ଗଁଦିଆ, ଗଜପତିର ମୋହନା, ଗଞ୍ଜାମର ସେରଗଡ଼, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି, ଦିଗପହଣ୍ଡି ଓ ପୋଲସରା, ଜଗତ୍‌ସିଂହପୁର ଜିଲାର ବାଲିକୁଦା, ଯାଜପୁରର ଧର୍ମଶାଳା ଓ ଯାଜପୁର, ଝାରସୁଗୁଡ଼ାର ଲଇକେରା, କିରିମିରା ଓ ଝାରସୁଗୁଡ଼ା, କଳାହାଣ୍ଡିର ଗୋଲାମୁଣ୍ଡା ଓ ଜୁନାଗଡ଼, କନ୍ଧମାଳର ବାଲିଗୁଡ଼ା ଓ କେ. ନୂଆଗଁା, କେନ୍ଦ୍ରାପଡ଼ାର ଆଳି, ଡେରାବିଶ ବ୍ଲକରେ ନିର୍ବାଚନ ହେବ। ସେହିପରି କେନ୍ଦୁଝରର ଘସିପୁରା, ଘଟଗଁା, ବାଂଶପାଳ, ଖୋର୍ଦ୍ଧାର ଟାଙ୍ଗୀ, ବୋଲଗଡ଼, କୋରାପୁଟର ବୋରିଗୁମ୍ମା, ଶିମିଳିଗୁଡ଼ା ଓ ବନ୍ଧୁଗଁା, ମାଲକାନଗିରିର ମାଲକାନଗିରି, ମୟୂରଭଞ୍ଜର ଖୁଣ୍ଟା, ଜିବିନଗର, ସାମଖୁଣ୍ଟା, ବାଙ୍ଗିରିପୋଷି, କୋଳିଆନା, ରାସଗୋବିନ୍ଦପୁର ଓ ମୋରଡ଼ା, ନବରଙ୍ଗପୁରର ଝରିଗଁା, ଚନ୍ଦାହାଣ୍ଡି, ନୟାଗଡ଼ର ଓଡ଼ଗଁା, ନୂଆପଡ଼ାର ନୂଆପଡ଼ା, ପୁରୀର କଣାସ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ରାୟଗଡ଼ାର ବିଷମକଟକ, ଚନ୍ଦ୍ରପୁର ଓ ମୁନିଗୁଡ଼ା, ସମ୍ବଲପୁରର ଜୁଜୁମୁରା, ରେଢ଼ାଖୋଲ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି ଓ ସୁନ୍ଦରଗଡ଼ର ବାରଗଁା, କୁଅଁାରମୁଣ୍ଡା, ଲାଠିକଟା ଓ ବଣାଇଗଡ଼ ବ୍ଲକ।
ଫେବୃୟାରୀ ୧୮: ଦ୍ୱିତୀୟ ପର୍ଯ୍ୟାୟ
ଅନୁଗୋଳ ଜିଲାର ଛେଣ୍ଡିପଦା, କଣିହଁା, ବାଲେଶ୍ୱରର ବସ୍ତା, ବାଲିଆପାଳ, ବଲାଙ୍ଗୀରର ଆଗଲପୁର, ଲୋଇସିଂହା, ପୁଇଁତଳା, ବରଗଡ଼ର ରାଜବୋରାସମ୍ବର, ଗାଇସିଲଟ, ଅତାବିରା, ଭଦ୍ରକର ଭଣ୍ଡାରିପୋଖରୀ, ଚାନ୍ଦବାଲି, ବୌଦ୍ଧର ବୌଦ୍ଧ, କଟକର ନିଶ୍ଚିନ୍ତକୋଇଲି, ବାରଙ୍ଗ ଓ ବଡ଼ମ୍ବା, ଦେବଗଡ଼ର ବାରକୋଟ, ଢେଙ୍କାନାଳର ଓଡ଼ପଡ଼ା, ଢେଙ୍କାନାଳ, ଗଜପତିର ନୂଆଗଡ଼ା, ଆର୍‌. ଉଦୟଗିରି, ଗଞ୍ଜାମର ସୋରଡ଼ା, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ଚିକିଟି, ବୁଗୁଡ଼ା, ଜଗତ୍‌ସିଂହପୁରର ଜଗତ୍‌ସିଂହପୁର, ଯାଜପୁରର ଦଶରଥପୁର, ବଡ଼ଚଣା, ଝାରସୁଗୁଡ଼ାର କୋଲାବିରା ଓ ଲଖନପୁର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି କଳାହାଣ୍ଡିର ନର୍ଲା, ଏମ୍‌. ରାମପୁର, କର୍ଲାମୁଣ୍ଡା, କନ୍ଧମାଳର କୋଟଗଡ଼, ତୁମୁଡ଼ିବନ୍ଧ, କେନ୍ଦ୍ରାପଡ଼ାର ରାଜକନିକା, ମାର୍ଶାଘାଇ, କେନ୍ଦୁଝରର ହରିଚନ୍ଦନପୁର, ତେଲକୋଇ, ଖୋର୍ଦ୍ଧାର ବାଣପୁର, ବେଗୁନିଆ, କୋରାପୁଟର କୋରାପୁଟ, ଜୟପୁର ଓ ପଟାଙ୍ଗି, ମାଲକାନଗିରିର କୋରୁକୋଣ୍ଡା, ଖଇରପୁଟ, ମୟୂରଭଞ୍ଜର କପ୍ତିପଦା, ବେତନଟି, ଶୁଳିଆପଦା, ସାରସକଣା, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନୟାଗଡ଼ର ରଣପୁର, ନୂଆପଡ଼ାର କୋମନା, ପୁରୀର ନିମାପଡ଼ା, ଗୋପ, ରାୟଗଡ଼ାର ଗୁଣୁପୁର, ରାମନାଗୁଡ଼ା, ସମ୍ବଲପୁରର ମାନେଶ୍ୱର, ନାକଟିଦେଉଳ, ସୁବର୍ଣ୍ଣପୁରର ବିନିକା, ସୋନପୁର ଓ ସୁନ୍ଦରଗଡ଼ର ସବ୍‌ଡେଗା, କୁଟୁରା, ନୂଆଗଁା, ବିଶ୍ରା ବ୍ଲକ।
ଫେବୃୟାରୀ ୨୦: ତୃତୀୟ ପର୍ଯ୍ୟାୟ
ଅନୁଗୋଳ ଜିଲାର ଆଠମଲ୍ଲିକ, ପାଲଲହଡ଼ା, ବାଲେଶ୍ୱରର ଖଇରା, ସୋର, ଶିମୁଳିଆ, ବଲାଙ୍ଗୀରର ବଙ୍ଗୋମୁଣ୍ଡା, ତୁରିକେଲା, ମୁରିବାହାଲ, ବରଗଡ଼ର ବରପାଲି, ବିଜେପୁର,ଭେଡେନ, ଭଦ୍ରକର ତିହିଡ଼ି, ବୌଦ୍ଧର ହରଭଙ୍ଗା, କଟକର ସାଲେପୁର, କଣ୍ଟାପଡ଼ା ଓ ତିଗିରିଆ, ଦେବଗଡ଼ର ତିଲେଇବଣି, ଢେଙ୍କାନାଳର ପରଜଙ୍ଗ, କାମାକ୍ଷାନଗର, ଗଜପତିର ରାୟଗଡ଼ା, ଗଞ୍ଜାମର ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର ଓ ବେଲଗୁଣ୍ଠା, ଜଗତ୍‌ସିଂହପୁରର ତିର୍ତ୍ତୋଲ, ବିରିଡ଼ି, ଯାଜପୁରର ବିଞ୍ଝାରପୁର, କୋରେଇ, କଳାହାଣ୍ଡିର ଧର୍ମଗଡ଼, କୋକସରା, ଜଇପାଟଣା, କନ୍ଧମାଳର ଫୁଲବାଣୀ, ଫିରିଙ୍ଗିଆ, ଖଜୁରିପଡ଼ା, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦୁଝରର ହାଟଡ଼ିହି, ଝୁମ୍ପୁରା ଓ ଆନନ୍ଦପୁର, ଖୋର୍ଦ୍ଧାର ଚିଲିକା, ଖୋର୍ଦ୍ଧା, କୋରାପୁଟର ନନ୍ଦପୁର, କୁନ୍ଦ୍ରା, ଲକ୍ଷ୍ମୀପୁର, ମାଲକାନଗିରିର ମାଥିଲି, ପଡ଼ିଆ, ମୟୂରଭଞ୍ଜର ବଡ଼ସାହି, ଉଦଳା, ନବରଙ୍ଗପୁରର କୋସାଗୁମୁଡ଼ା, ନବରଙ୍ଗରପୁର, ନୟାଗଡ଼ର ନୟାଗଡ଼, ନୂଆପଡ଼ାର ଖଡ଼ିଆ, ପୁରୀର ସତ୍ୟବାଦୀ, ପୁରୀ ସଦର, ରାୟଗଡ଼ାର କାଶୀପୁର, କଲ୍ୟାଣସିଂହପୁର, ସମ୍ବଲପୁରର ଜମନକିରା ଓ ରେଙ୍ଗାଳି, ସୁବର୍ଣ୍ଣପୁରର ତରଭା, ସୁନ୍ଦରଗଡ଼ର ବାଲିଶଙ୍କରା, ରାଜଗାଙ୍ଗପୁର ଓ କୋଇରା ବ୍ଲକ।
ଫେବୃୟାରୀ ୨୨: ଚତୁର୍ଥ ପର୍ଯ୍ୟାୟ
ଅନୁଗୋଳ ଜିଲାର କିଶୋରନଗର, ତାଳଚେର, ବାଲେଶ୍ୱରର ବାହାନଗା, ଔପଦା, ନୀଳଗିରି, ବଲାଙ୍ଗୀରର ବଲାଙ୍ଗୀର, ଗୁଡ୍‌ଭେଲା, ଦେଓଗଁା, ବରଗଡ଼ର ସୋଏଲା, ଭଦ୍ରକର ବାସୁଦେବପୁର, କଟକର ଟାଙ୍ଗୀ-ଚୌଦ୍ୱାର, ଆଠଗଡ଼, ବାଙ୍କୀ-ଡମପଡ଼ା, ଢେଙ୍କାନାଳର କଙ୍କଡ଼ାହାଡ଼, ଭୁବନ, ଗଜପତିର ଗୁମା, କାଶୀନଗର, ଗଞ୍ଜାମର ଖଲ୍ଲିିକୋଟ, ପୁରୁଷୋତ୍ତମପୁର, ଜଗନ୍ନାଥ ପ୍ରସାଦ, କେ.ଏସ୍‌. ନଗର, ଜଗତ୍‌ସିଂହପୁରର ରଘୁନାଥପୁର ଓ କୁଜଙ୍ଗ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଯାଜପୁରର ସୁକିନ୍ଦା, ଦାନଗଦି, କଳାହାଣ୍ଡିର ଭବାନୀପାଟଣା, ଲାଞ୍ଜିଗଡ଼, କନ୍ଧମାଳର ଜି. ଉଦୟଗିରି, ଚକାପାଦ, ଟିକାବାଲି, କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା, ଗରଦପୁର, କେନ୍ଦୁଝରର ପାଟଣା, ଚମ୍ପୁଆ ଓ ଯୋଡ଼ା, ଖୋର୍ଦ୍ଧାର ବାଲିପାଟଣା ଓ ଭୁବନେଶ୍ୱର, କୋରାପୁଟର କୋଟପାଡ଼, ଦଶମନ୍ତପୁର, ନାରାୟଣପାଟଣା, ମାଲକାନଗିରିର କାଲିମେଳା, ମୟୂରଭଞ୍ଜର ଜାମ୍‌ଦା, ବାହାଲଦା, ତିରିଙ୍ଗି, ରାଇରଙ୍ଗପୁର, ଯଶିପୁର, ରରୁଁଆ ଓ ଶୁକ୍ରୁଳି, ନବରଙ୍ଗପୁରର ପାପଡ଼ାହାଣ୍ଡି, ଡାବୁଙ୍ଗା, ନୟାଗଡ଼ର ନୂଆଗଁା, ଦଶପଲ୍ଲା, ଗଣିଆ, ନୂଆପଡ଼ାର ସିନାପାଲି, ପୁରୀର ଡେଲାଙ୍ଗ, ପିପିଲି, ରାୟଗଡ଼ାର ରାୟଗଡ଼ା, କୋଲନରା, ସମ୍ବଲପୁରର ବାମରା, ଧନକଉଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ସୁନ୍ଦରଗଡ଼ର ଲେଫ୍ରିପଡ଼ା, ତେଲେଙ୍ଗିରି, ଲହୁଣିପଡ଼ା ବ୍ଲକ।
ଫେବୃୟାରୀ ୨୪: ପଞ୍ଚମ ପର୍ଯ୍ୟାୟ
ବାଲେଶ୍ୱର ଜିଲାର ରେମୁଣା, ବାଲେଶ୍ୱର, ବଲାଙ୍ଗୀରର ସଇଁତଳା, ଟିଟିଲାଗଡ଼, ବରଗଡ଼ର ବରଗଡ଼, ଭଦ୍ରକର ଧାମନଗର, କଟକର ନିଆଳି, ବାଙ୍କୀ, ଗଜପତିର ପାରଳାଖେମୁଣ୍ଡି(ଗୋସାଣି), ଗଞ୍ଜାମର ବେଗୁନିଆପଡ଼ା, ଆସିକା, ଭଞ୍ଜନଗର, ଜଗତ୍‌ସିଂହପୁରର ନାଉଗଁା, ଏରସମା, ଯାଜପୁରର ବରୀ, ରସୁଲପୁର, କଳାହାଣ୍ଡିର ପି.ଏଚ୍‌. ରାମପୁର, କଲମପୁର, କେସିଙ୍ଗା, କନ୍ଧମାଳର ଦାରିଙ୍ଗିବାଡ଼ି, ରାଇକିଆ, କେନ୍ଦ୍ରାପଡ଼ାର ମହାକାଳପଡ଼ା, କେନ୍ଦୁଝରର କେନ୍ଦୁଝର, ସହରପଦା, ଖୋର୍ଦ୍ଧାର ବାଲିଅନ୍ତା, ଜଟଣୀ, କୋରାପୁଟର ବୈପାରିଗୁଡ଼ା, ଲମତାପୁଟ, ମାଲକାନଗିରିର ଚିତ୍ରକୁଣ୍ଡା, ମୟୂରଭଞ୍ଜର କୁସୁମୀ, ବିଶୋଇ, ବିଜାତଳା, ଠାକୁରମୁଣ୍ଡା ଓ କରଞ୍ଜିଆ, ନବରଙ୍ଗପୁରର ରାଇଘର, ଉମରକୋଟ, ନୟାଗଡ଼ର ଖଣ୍ଡପଡ଼ା, ଭାପୁର, ନୂଆପଡ଼ାର ବୋଡେନ, ପୁରୀର କାକଟପୁର, ଅସ୍ତରଙ୍ଗ, ରାୟଗଡ଼ାର ପଦ୍ମପୁର, ଗୁଡ଼ାରି, ସମ୍ବଲପୁରର କୁଚିଣ୍ଡା, ସୁବର୍ଣ୍ଣପୁରର ଉଲୁଣ୍ଡା, ସୁନ୍ଦରଗଡ଼ର ସଦର ଏସ୍‌ଏସଏନଜି, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକ।


Enter your email to get our daily news in your inbox.

All Right Reserved By Dharitri.Com

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri