କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ ଫାବିଫ୍ଲୁ ନାମରେ ଔଷଧ ଆଣିଛି। ବର୍ତ୍ତମାନ ଏହି ଔଷଧ ମୂଲ୍ୟରେ କମ୍ପାନୀ ୨୭% ହ୍ରାସ କରିଛି। ପୂର୍ବରୁ ଏହାର ଗୋଟିଏ ଟାବଲେଟ ପାଇଁ ୧୦୩ ଟଙ୍କା ଦେବାକୁ ପଡୁଥିବା ବେଳେ ବର୍ତ୍ତମାନ ଏହାର ମୂଲ୍ୟ ୭୫ ଟଙ୍କାକୁ ହ୍ରାସ ଘଟିଛି। ସେହିଭଳି ବାୟୋକନ ଆଣିଥିବା ଇଟୋଲିଜୁମାବ ମେଡିସିନକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହି କମ୍ପାନୀର କରୋନା କୋର୍ସ ପ୍ରାୟ ୩୨ ହଜାର ଟଙ୍କାରେ ବିକ୍ରି ହେଉଛି। ସାରା ଦୁନିଆରେ ବିକ୍ରି ହେବା ଲାଗି ଦେଶର ପ୍ରଥମ କରୋନା ମେଡିସିନ ବୋଲି କମ୍ପାନୀ ସୂଚନା ଦେଇଛି। ଜୁନ ମାସରେ ସିପ୍‌ଲା ନାମକ କମ୍ପାନୀ ରେମଡିସିଭରର ଜେନେରିକ ଭର୍ସନ ସିପରମିର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି। ଏହା ଏକ ଇଞ୍ଜେକଶନ ହୋଇଥିବା ବେଳେ ଏହାର ପ୍ରତି ଫାଇଲ ମୂଲ୍ୟ ୪ ହଜାର ଟଙ୍କା ରହିଛି। ବର୍ତ୍ତମାନ ସମୟରେ ଟୋସିଲି ଜୋମାବ ନାମକ ଇଞ୍ଜେକଶନର ଜୋରଦାର ଚାହିଦା ରହିଥିବା ବେଳେ ଏହାର ୪୫ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏହା ସୁଇଜରଲାଣ୍ଡ ଭିତ୍ତିକ କମ୍ପାନୀ ରୋଚେ ଫାର୍ମା ଦ୍ୱାରା ପ୍ରସ୍ତୁତ ହେଉଥିବା ବେଳେ ଭାରତରେ ସିପ୍‌ଲା ଏହାର ମାର୍କେଟିଂ କରୁଛି। ସେହିଭଳି ହେଟେରୋ ଫାର୍ମା ପକ୍ଷରୁ ପ୍ରସ୍ତୁତ କୋଭିଭରର ପ୍ରତି ଫାଇଲ ମୂଲ୍ୟ ୫୪୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହାବାଦ ମିଲାନ ଏନ୍‌ଭି ପକ୍ଷରୁ ବଜାରକୁ ଆସିଥିବା ଡେସରେମର ମୂଲ୍ୟ ୪୮୦୦ ଟଙ୍କା ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ବେଲୁନରେ ୩୨୮୦ ଫୁଟ ଉପରେ ନାଚିଲେ ୨୬ ବର୍ଷ ବୟସ୍କ ଯୁବକ

ପ୍ୟାରିସ୍‌, ୨୩।୨: କିଛି ନୂଆ କରି ଦେଖାଇବା ପାଇଁ କେତେକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ। ଫ୍ରାନ୍ସ୍‌ର ୨୬...

୩ ବର୍ଷରେ ୫୦୦ ବିଲିୟନ ଡଲାର ସୁଯୋଗ ପ୍ରଦାନ କରିବ ଜୈବ ଇନ୍ଧନ: ଆଇବିଏ ରିପୋର୍ଟ…

ନୂଆଦିଲ୍ଲୀ,୧୧।୯ : ଜି -୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଜୈବ ଇନ୍ଧନ ମିଳିତ ମଞ୍ଜୁରକୁ ଏକ ସ୍ବଚ୍ଛ ପରିବେଶ ଉପଯୋଗୀ ତଥା ଆର୍ଥିକ ଦୃଷ୍ଟିରୁ...

କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ...

ଜୟପୁର ରାଜବଂଶ ଶ୍ରୀରାମଙ୍କ ବଂଶଜ :ମହାରାଜା ଭବାନୀ ସିଂହ କୁଶବାହା ବଂଶର ୩୦୭ତମ ରାଜା

ଜୟପୁର: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ୯ ଅଗଷ୍ଟରେ କୋର୍ଟ ରାମଲାଲଙ୍କ ଓକିଲଙ୍କୁ ପଚାରିଥିଲେ, ଭଗବାନ ଶ୍ରୀରାମଙ୍କର କ’ଣ କେହି ବଂଶଜ ଅଯୋଧ୍ୟା...

ଏଲିଅନ୍‌ଙ୍କ ରହସ୍ୟ ଖୋଲିବ ୟୁରୋପା

ନୂଆଦିଲ୍ଳୀ: ସୌର ମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ବୃହସ୍ପତିର ବରଫାବୃତ ଚନ୍ଦ୍ର ୟୁରୋପାରୁ ଏଲିଅନ୍‌ମାନଙ୍କ ଖୋଜ୍‌ କରିବାକୁଯାଉଛି ନାସା। ନାସାର ସଦ୍ୟ ଗବେଷଣା ଅନୁସାରେ ୟୁରୋପାରେ...

ଜହର ଉଦ୍ୟାନ

ବଗିଚାରେ ବୁଲିବାକୁ କିଏ ବା ଭଲ ନ ପାଏ। କିନ୍ତୁ ଏମିତି ବି ଏକ ବଗିଚା ଅଛି ଯେଉଁଠାକୁ ଯିବା ପୂର୍ବରୁ ଶହେ ଥର ଭାବିବାକୁ...

ଯେଉଁଠି କାଦୁଅ ବୋଳାଯାଇ ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥାଏ। ତେବେ ଛତିଶଗଡ଼ ମାଝିଂ ଜନଜାତି ସମାଜରେ...

ଡିସିବିଏଲ୍‌ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ (ଡିସିବିଏଲ) ର ନୂତନ ଉତ୍ପାଦ ‘ଡାଲମିଆ ସୁପ୍ରିମ ସିମେଣ୍ଟ’ର ଶୁଭାରମ୍ଭ ଓ ବଜାର...

Advertisement
Archives

Model This Week