Posted inଜାତୀୟ

ଭାରତ ପାଇଁ ଆର୍ଥିକ ଝଟକା

ନୂଆଦିଲ୍ଲୀ,୭ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ ଏବଂ ଇରାକ୍‌ ୨୦୨୧-୨୨ରେ ଭାରତର ତୃତୀୟ, ଚତୁର୍ଥ ଓ ପଞ୍ଚମ ବୃହତ୍‌ ବାଣିଜି୍ୟକ ସହଯୋଗୀ ଥିଲେ। ଏହି ୩ ରାଷ୍ଟ୍ରରେ ବହୁସଂଖ୍ୟକ ଭାରତୀୟ ପ୍ରବାସୀ ରହୁଥିବାରୁ ସେମାନେ ଏଠାକୁ ବିପୁଳ ପରିମାଣର ଅର୍ଥ ପଠାଇଥାଆନ୍ତି। ଭାଜପାର ଦୁଇ ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ମହମ୍ମଦ ବିରୋଧୀ ମନ୍ତବ୍ୟ କେବଳ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇନାହିଁ, ବରଂ ବିଦେଶରେ ଭାରତର ଛବିକୁ ବିବାଦୀୟ ତଥା ନିନ୍ଦିତ କରିଛି। ଗୈରିକ ଦଳ ଡ୍ୟାମେଜ୍‌ କଣ୍ଟ୍ରୋଲ କରିବାକୁ ଯାଇ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କିନ୍ତୁ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକ ଏହି କାର୍ଯ୍ୟାନୁଷ୍ଠାନକୁ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ଭାରତ ସରକାରଙ୍କଠାରୁ କ୍ଷମା ଦାବି କରିଛନ୍ତି। ଏଥିସହ ଭାରତୀୟ ସାମଗ୍ରୀଗୁଡ଼ିକୁ ବର୍ଜନ ପାଇଁ ଆହ୍ବାନ ଦେଇଛନ୍ତି। ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ଦେଶର ଅର୍ଥନୀତି ବହୁଳ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
୨୦୨୧-୨୨ରେ ଭାରତ ୭ ଉପସାଗରୀୟ ରାଷ୍ଟ୍ର ସହ ୧୮୯ ବିଲିୟନ୍‌ ଡଲାର (ପ୍ରାୟ ୧୪ ଲକ୍ଷ ୭୦ ହଜାର ୬୨୬ କୋଟି ଟଙ୍କା)ର ବାଣିଜି୍ୟକ କାରବାର କରିଥିଲା, ଯାହାକି ମୋଟ ବୈଶ୍ୱିକ ଆମଦାନୀ ଓ ରପ୍ତାନିର ୧୮.୩%। ଏହାବାଦ୍‌ ଆରବ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ଭାରତୀୟମାନେ ସ୍ବଦେଶକୁ ବିପୁଳ ପରିମାଣର ଅର୍ଥ ପଠାଇଥାଆନ୍ତି। ତେଣୁ ଏହି ଦେଶଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ଭାରତର ଅର୍ଥନୀତି ପ୍ରଭାବିତ ହେବ। ୨୦୧୭ରେ ଭାରତକୁ ବିଦେଶରୁ ଆସିଥିବା ମୋଟ ଅର୍ଥର ୫୪% ଯୋଗଦାନ କେବଳ ୫ଟି ଉପସାଗରୀୟ ରାଷ୍ଟ୍ରର ରହିଥିଲା। ଏହି କ୍ଷେତ୍ରରେ ୟୁଏଇ ସର୍ବାଧିକ ୧୪ ବିଲିୟନ୍‌ ଡଲାର ସହ ସର୍ବାଗ୍ରେ ଥିବାବେଳେ ସାଉଦି ଆରବର ଯୋଗଦାନ ୧୧ ବିଲିୟନ୍‌ ଡଲାର ରହିଥିଲା। ସେହିପରି କୁଏଟ୍‌ରୁ ୫ ବିଲିୟନ୍‌ ଡଲାର, କାତାରରୁ ୪ ବିଲିୟନ୍‌ ଡଲାର, ଓମାନରୁ ୩ ବିଲିୟନ୍‌ ଡଲାର ଏବଂ ବାହାରିନ୍‌ରୁ ୧ ବିଲିୟନ୍‌ ଡଲାର ଭାରତକୁ ଆସିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ୟୁଏଇ, ସାଉଦି ଆରବ, କାତାର, କୁଏଟ୍‌, ଓମାନ ଏବଂ ବହାରିନ୍‌ ଭଳି ପାରସ୍ୟ ଉପସାରଗୀୟ ଦେଶକୁ ‘ଗଲ୍ଫ କଣ୍ଟ୍ରି’ କୁହାଯାଏ। ଇରାକ୍‌କୁ ବାଦ୍‌ ଦେଇ ଏହି ୬ ରାଷ୍ଟ୍ର ଉପସାଗରୀୟ ସହଯୋଗ ପରିଷଦ (ଜିସିସି)ର ସଦସ୍ୟ। ଭାରତ ୨୦୨୧-୨୨ରେ ଜିସିସି ସହ ୧୫୪.୭ ବିଲିୟନ୍‌ ଡଲାର ବାଣିଜି୍ୟକ କାରବାର କରିଥିଲା। ଜିସିସି ରାଷ୍ଟ୍ରଗୁଡ଼ିକୁ ଭାରତ ୪୩.୯ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା। ୨୦୨୨ ଫେବୃୟାରୀରେ ଭାରତ ଏବଂ ୟୁଏଇ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସ୍ବାକ୍ଷରିତ ହୋଇଛି। ଏହା ବଳରେ ଭାରତ ପକ୍ଷରୁ ରପ୍ତାନୀ ହେଉଥିବା ୯୭% ସାମଗ୍ରୀ ଉପରେ ୟୁଏଇ କୌଣସି ପ୍ରକାର ଆମଦାନୀ ଶୁଳ୍କ ଲଗାଉନାହିଁ। ଅନୁରୂପ ଭାବେ ସେହି ଦେଶରୁ ଭାରତକୁ ଆସୁଥିବା ୯୦% ସାମଗ୍ରୀ ଉପରେ ନୂଆଦିଲ୍ଲୀ ‘ଜିରୋ-ଡ୍ୟୁଟି’ ନୀତି ଆପଣାଉଛି। ଗତ ମେ’ ୧ରୁ ଆଗାମୀ ୧୦ ବର୍ଷ ଯାଏ ଏହା ଲାଗୁ ହୋଇଛି। କେନ୍ଦ୍ରର ମୋଦି ସରକାର ଆଗକୁ ଜିସିସି ରାଷ୍ଟ୍ର ସମୂହ ସହ ଅନୁରୂପ ଚୁକ୍ତି ସ୍ବାକ୍ଷର କରିବାକୁ ବିଚାର କରୁଥିବାରୁ ସେହି ଦେଶଗୁଡ଼ିକ ଭାରତୀୟ ସାମଗ୍ରୀ ବର୍ଜନ କଲେ ନୂଆଦିଲ୍ଲୀକୁ ବଡ଼ ଆର୍ଥିକ ଝଟକା ଲାଗିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?