ଇଲେକ୍ଟୋରାଲ ବଣ୍ଡ୍‌ର ଅସଲ କଥା

ଶ୍ରୀଗିରିଶ ଜଲିହାଲ, ପୁନମ୍‌ ଅଗ୍ରଓ୍ବାଲ

ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ କମ୍ପାନୀ ଏବଂ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦତ୍ତ ଗୋପନୀୟ ରାଜନୈତିକ ପାଣ୍ଠି ଭାରତର ୨୮୦୦ ରାଜନୈତିକ ଦଳ ମଧ୍ୟରୁ ବାସ୍ତବରେ ୧୯ଟି ଦଳ ପାଇଛନ୍ତି। ହେଲେ ନିର୍ବାଚନ କମିଶନ(ଇସି)ଙ୍କ ତାଲିକାରେ ରହିଛନ୍ତି ୧୭ଟି ଦଳ। କେବଳ ଶାସକ ଭାରତୀୟ ଜନତା ପାର୍ଟି( ଭାଜପା) ତିନିବର୍ଷରେ ପ୍ରାପ୍ତ ମୋଟ ୬,୨୦୧ କୋଟି ଟଙ୍କାର ୬୮% ପାଣ୍ଠି ଯୋଗାଡ଼ କରିପାରିଛି ବୋଲି କଲେକ୍‌ଟିଭ ରିପୋର୍ଟର୍ସ ଦ୍ୱାରା ବହୁ ସାକ୍ଷାତକାର ଏବଂ ବାର୍ଷିକ ଅଡିଟ ରିପୋର୍ଟକୁ ସମୀକ୍ଷା କରିବା ପରେ ଏହା ଜଣାପଡ଼ିଛି। ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକ ମାଧ୍ୟମରେ ୧୦୫ଟି ରାଜନୈତିକ ଦଳ ଟଙ୍କା ପାଇଥିବା ଯାହା କୁହାଯାଉଛି ଏବଂ ରାଜନୈତିକ ଦଳଗୁଡ଼ିକୁ ଦାତାମାନେ ଟଙ୍କା ଦାନ କରିବାରେ ଲାଗି ବଣ୍ଡ୍‌ ଏକ ପ୍ରଭାବୀ ମାଧ୍ୟମ ବୋଲି ଭାଜପା ଯାହା ଦାବି କରୁଛି, ଆମ ଅନୁଧ୍ୟାନଭିତ୍ତିକ ନିଷ୍କର୍ଷ ତାହାର ବିପରୀତ ସ୍ଥିତିକୁ ସାମ୍ନାକୁ ଆଣିଛି।
୨୦୧୭ ଏବଂ ୨୦୧୮ରେ କର୍ପୋରେଟ କମ୍ପାନୀ ଏବଂ ବ୍ୟକ୍ତିମାନେ ସୀମାହୀନ ଭାବେ ରାଜନୈତିକ ଦଳଗୁଡ଼ିକୁ ଦେଉଥିବା ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାୟର କରାଯାଇଥିଲା। କେଉଁ ଦଳ କେତେ ପରିମାଣର ଇଲେକ୍ଟୋରାଲ ବଣ୍ଡ୍‌ ପାଇଛନ୍ତି ସେଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଇ ଦେବା ଲାଗି ନିର୍ବାଚନ କମିଶନ (ଇସି)ଙ୍କୁ ୧୨ ଏପ୍ରିଲ ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଏକ ଜଉମୁଦ ଲଫାପାରେ ଦେବା ପାଇଁ କୋର୍ଟ କହିଥିଲେ। ପରେ କୋର୍ଟଙ୍କ ପ୍ରଶ୍ନର ଉତ୍ତର ରଖିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଇସି ଲେଖିଥିଲେ। ଇସିଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ୨,୮୦୦ ରାଜନୈତିକ ଦଳ ମଧ୍ୟରୁ ୧୦୮ଟି ଏହାର ଉତ୍ତର ଦେଲେ। ଫେବୃୟାରୀ ୨୦୨୦ରେ ଦଳଗୁୁଡ଼ିକ ଦେଇଥିବା ଉତ୍ତରକୁ ଜଉମୁଦ ଲଫାପାରେ ଇସି ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଥିଲେ। ଏହି ତାଲିକାରେ ରହିଥିଲା ୭ ଜାତୀୟ ଦଳ, ଜାତୀୟ ଦଳଗୁଡ଼ିକର ୩ ରାଜ୍ୟ ଶାଖା,୨୦ ଆଞ୍ଚଳିକ ବା ରାଜ୍ୟସ୍ତରୀୟ ଦଳ, ସ୍ଥାୟୀ ନିର୍ବାଚନ ଚିହ୍ନ ନ ଥାଇ ନିର୍ବାଚନ ଲଢୁଥିବା ଅଜଣା ୭୦ ପଞ୍ଜୀକୃତ ଦଳ ଏବଂ ୫ ଅଜଣା ରାଜନୈତିକ ସଂସ୍ଥା। ଦୁଇବର୍ଷ ବିତିଯାଇଥିଲେ ବି କୋର୍ଟ ଏଯାବତ ଲଫାପାକୁ ଖୋଲି ନାହାନ୍ତି।
ଇସିଙ୍କୁ ଉତ୍ତର ଦେଇଥିବା ତଥା ଜଣାଶୁଣା ନ ଥିବା ୭୦ ପଞ୍ଜୀକୃତ ଦଳ ମଧ୍ୟରୁ ୫୩ଟିର ମୁଖ୍ୟଙ୍କ ସହ ଆଲୋଚନା, ପାର୍ଟିଗୁଡ଼ିକ ପଠାଇଥିବା ସବୁ ଚିଠିର ସମୀକ୍ଷା ଏବଂ ରାଜନୈତିକ ଦଳଗୁଡ଼ିକ ଫାଇଲ କରିଥିବା ବାର୍ଷିକ ଅଡିଟ ରିର୍ପୋଟକୁ ଭଲ ଭାବେ ମନ୍ଥନ କରି ବହୁ ତଥ୍ୟ ସମ୍ପର୍କରେ ଜାଣିବାକୁ ପାଇଛି ରିପୋର୍ଟର୍ସ କେଲକ୍‌ଟିଭ। ଜାଣିବାକୁ ମିଳିଛି ଯେ, ଇସିଙ୍କ ଜଉମୁଦ ଲଫାପାରେ ପ୍ରଦତ୍ତ ୧୦୫ ରାଜନୈତିକ ଦଳ ମଧ୍ୟରୁ କେବଳ ୧୭ଟି ଦଳ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ପାଣ୍ଠି ପାଇଛନ୍ତିି। ଏହି ୧୭ଟି ଦଳ ମଧ୍ୟରେ ୨୦୧୭-୧୮ ଏବଂ ୨୦୧୯-୨୦ ବିତ୍ତୀୟ ବର୍ଷ ମଧ୍ୟରେ କିଣାଯାଇଥିବା ମୋଟ ଇଲେକ୍ଟୋରାଲ ବଣ୍ଡ୍‌ର ସୁବୁଠୁ ଅଧିକ ଅଂଶ ୬୭.୯% କିମ୍ବା ୪,୨୧୫.୮୯ କୋଟି ଟଙ୍କା ଭାଜପା ପାଇଥିଲାବେଳେ କଂଗ୍ରେସ ୧୧.୩% କିମ୍ବା ୭୦୬ କୋଟି ଟଙ୍କା ପାଇଥିଲା। ଏହା ପଛକୁ ତୃତୀୟରେ ରହିଛି ଓଡ଼ିଶାର ବିଜୁ ଜନତା ଦଳ( ବିଜେଡି)। ଏହା ୪.୨% କିମ୍ବା ୨୬୪ କୋଟି ଟଙ୍କା ପାଇଛି। ଏହି ତିନୋଟି ଦଳ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅନୁଦାନର ୮୩.୪% ପାଇଥିବାବେଳେ ଅନ୍ୟ ଜାତୀୟ ଏବଂ ଆଞ୍ଚଳିକ ଦଳଗୁଡ଼ିକ ମୋଟ୍‌ ବଣ୍ଡ୍‌ର ୧୬.୬% ଅର୍ଥାତ୍‌ ୧,୦୧୬ କୋଟି ଟଙ୍କାରୁ ଅଧିକ ପାଇଥିଲେ। ଅନ୍ତତଃ, ଦ୍ରାଭିଡ ମୁନେତ୍ର କାଝାଗାମ( ଡିଏମ୍‌କେ) ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବଣ୍ଡ୍‌ ମାଧ୍ୟମରେ ଟଙ୍କା ପାଇଥିଲେ ମଧ୍ୟ ଏହି ଦୁଇ ଦଳକୁ ଇସି ସୂଚୀଭୁକ୍ତ କରିନାହିଁ। ତଥ୍ୟ ଅଧିକାର ଆଇନ( ଆର୍‌ଟିଆଇ) ଆବେଦନଗୁଡ଼ିକର ଉତ୍ତରରୁ ଜଣାପଡ଼ିଛି ଯେ,ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ( ଏସବିଆଇ) ହିଁ କେବଳ ଇଲେକ୍ଟୋରାଲ ବଣ୍ଡ୍‌ ଜାରି କରିବା ସହ ତାହାକୁ ଏନ୍‌କ୍ୟାଶ କରିବାର ଅଧିକାର ପାଇଛିି। କିନ୍ତୁ ଇଲେକ୍ଟୋରାଲ ବଣ୍ଡ୍‌ ପାଇବା ଓ ଏନକ୍ୟାସ କରିବା ଲାଗି ଯୋଗ୍ୟ ୨୩ଟି ରାଜନୈତିକ ଦଳର ନାମ ଦେବା ଲାଗି ମନା କରିଦେଲା।
୪ ସେପ୍ଟେମ୍ବର ୨୦୧୭ରେ, ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର୍‌) ନାମକ ଏକ ଅଣଲାଭକାରୀ ସଂସ୍ଥା ଫାଇନାନ୍ସ ଆକ୍ଟ୨୦୧୭ର ସଂଶୋଧିତ ମୁଖ୍ୟ ନିୟମଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଦାବି କରି ସୁପ୍ରିମ କୋର୍ଟରେ ଏକ ପିଟିଶନ ଦାଏର କରିଥିଲା। ପରେ ଏପ୍ରିଲ ୨୦୧୯ରେ ଏକ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଗ୍ରହଣ କରିଥିବା ପାଣ୍ଠିଗୁଡ଼ିକର ସବିଶେଷ ବିବରଣୀ ପ୍ରଦାନ କରିବାକୁ ରାଜନୈତିକ ଦଳଗୁଡ଼ିକୁ କୋର୍ଟ କହିଥିଲେ। ଇସି ମଧ୍ୟ ମାର୍ଚ୍ଚ ୨୦୧୯ରେ କୋର୍ଟରେ ଏକ ଜବାବୀ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ଅନୁଦାନଗୁଡ଼ିକର ସ୍ବଚ୍ଛତା ଦୃଷ୍ଟିରୁ ବିଚାର କଲେ ଏହା ଏକ କ୍ଷତିକାରକ ପଦକ୍ଷେପ। ସେ ମଧ୍ୟ ସତର୍କ କରିଦେଇଥିଲେ ଯେ, ଆଇନର ସଂଶୋଧନ କାଗଜ କଲମରେ ସୀମିତ କମ୍ପାନୀଗୁଡ଼ିକ ମାଧ୍ୟମରେ ରାଜନୈତିକ ପାଣ୍ଠି ସଂଗ୍ରହରେ କଳାଟଙ୍କାର ପ୍ରବେଶ କରାଇବ ଏବଂ ଭାରତରେ ରାଜନୈତିକ ଦଳଗୁଡ଼ିକୁ ଅନିୟନ୍ତ୍ରିତ ଭାବେ ବିଦେଶୀ ପାଣ୍ଠିଯୋଗାଣକୁ ଅନୁମତି ଦେବ। ଫଳରେ ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ଭାରତର ରାଜନୀତି ପ୍ରଭାବିତ ହୋଇପାରେ ବୋଲି ଇସି ସତର୍କ କରିଦେଇଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଇଲେକ୍ଟୋରାଲ ବଣ୍ଡ୍‌ ଘୋଷଣା କରିବା ପରେ ମେ ୨୦୧୭ରେ ପ୍ରସ୍ତାବିତ ଯୋଜନା ଉପରେ ରାଜନୈତିକ ଦଳଗୁଡ଼ିକର ମତାମତ ଚାହଁିଥିଲେ। ସେ ସମୟରେ ଭାଜପା ଏହାକୁ ଏକ ଉତ୍ସାହପ୍ରଦ ସମୀକ୍ଷା ରୂପ ଦେଇଥିବାବେଳେ ଅନ୍ୟମାନେ ଏହା ଉପରେ ସନ୍ଦେହ ପ୍ରକଟ କରିଥିଲେ। କିନ୍ତୁ ୨୦୧୯ରେ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ବିଆଇ)ର ଇଲେକ୍ଟୋରାଲ ବଣ୍ଡ୍‌ ବିରୋଧକୁ କିଭଳି ଅଣଦେଖା କରାଯାଇଥିଲା , ପାର୍ଲାମେଣ୍ଟଟରେ ଇସିଙ୍କ ମନ୍ତବ୍ୟ ସମ୍ପର୍କରେ କିଭଳି ମିଛ କୁହାଯାଇଥିଲା ତାହା ଦର୍ଶାଇଥିତ୍ଲା କଲେକ୍‌ଟିଭ ଦ୍ୱାରା ପ୍ରକାଶିତ ଅନୁଧ୍ୟାନଭିତ୍ତିକ ରିପୋର୍ଟ। ବଣ୍ଡ୍‌ଗୁଡ଼ିକ ଉପରେ ଏସ୍‌ବିଆଇ ଆର୍‌ଟିଆଇରେ ଭୁଲ୍‌ ଉତ୍ତର ଦେଇଥିଲା। ୨୦୧୮-୨୦୧୯ରେ ପ୍ରତ୍ୟେକ ପରିମାଣର କେତେ ବଣ୍ଡ୍‌ ବିକ୍ରି ହୋଇଥିଲା ତା’ପାଖରେ ତଥ୍ୟ ନ ଥିଲା ବୋଲି କହିଥିଲା। ଜୋର ଦେଇ କୁହାଯାଇପାରେ ଯେ, ଏହାର ରେକର୍ଡ ଭୁଲ୍‌ ଥିତ୍ଲା।
କଥା ହେଉଛି, ଅଜଣା ଅଶୁଣା ଭାବେ ରହିଥିବା ୭୦ ପଞ୍ଜୀକୃତ ଦଳଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ଲେବର ସମାଜବାଦୀ ପାର୍ଟିର ନାମ ସୁପ୍ରିମକୋର୍ଟରେ ଇସି ଦାଖଲ କରିଥିବା ତାଲିକାରେ ରହିଥିଲା। କିନ୍ତୁ ଏଡିଆର୍‌ ଅନୁଯାୟୀ, ଲେବର ସମାଜ ପାର୍ଟି ସମେତ ଅନ୍ୟ ୬୮ଟି ଦଳ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅନୁଦାନ ଗ୍ରହଣ କରିବା ଲାଗି ଅଯୋଗ୍ୟ। ତେବେ ଇସିଙ୍କ ଦ୍ୱାରା ତାଲିକାଭୁକ୍ତ ୧୦୫ଟି ଦଳ ବଣ୍ଡ୍‌ ମାଧ୍ୟମରେ ପାଣ୍ଠି ପାଇବା ଯୋଗ୍ୟ ବୋଲି ଯାହା କୁହାଯାଇଛି ତାହା ଭୁଲ। ଏହସବୁ ଦଳ ମଧ୍ୟରୁ ୫୪ଟିର ମୁଖ୍ୟଙ୍କ ସହ କଲେକ୍‌ଟିଭ ଆଲୋଚନା କରିଥିଲା। ଅନ୍ୟମାନଙ୍କ ସହ ସମ୍ପର୍କ ହୋଇପାରିନଥିଲା। ଲେବର ପାର୍ଟି ପ୍ରତିଷ୍ଠାତା ଆଡ୍‌ଭୋକେଟ କହିିଥିଲେ, ଇଲେକ୍ଟୋରାଲ ବଣ୍ଡ୍‌ କ’ଣ ବୋଲି ସେ ଜାଣନ୍ତି ନାହିଁ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୭୦୦ ଟଙ୍କା ଥିବା ସେ କହିଥିଲେ। ଏପରି କି ଗୁଜରାଟର ରାଇଟ୍‌ ଟୁ ରିକଲ୍‌ ପାର୍ଟିର କୌଣସି ବ୍ୟାଙ୍କ୍‌ ଆକାଉଣ୍ଟ ନାର୍ହିଁ ବୋଲି ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ରାହୁଲ ମେହେଟ୍ଟା ଜଣାଇଥିଲେ। ଗାଜିଆବାଦର ହିନ୍ଦୁସ୍ତାନ ଆକ୍ସନ ପାର୍ଟିର ଏସ୍‌ବିଆଇ ଆକାଉଣ୍ଟ ନ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri