ଇଲେକ୍ଟୋରାଲ ବଣ୍ଡ୍‌ର ଅସଲ କଥା

ଶ୍ରୀଗିରିଶ ଜଲିହାଲ, ପୁନମ୍‌ ଅଗ୍ରଓ୍ବାଲ

ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ କମ୍ପାନୀ ଏବଂ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦତ୍ତ ଗୋପନୀୟ ରାଜନୈତିକ ପାଣ୍ଠି ଭାରତର ୨୮୦୦ ରାଜନୈତିକ ଦଳ ମଧ୍ୟରୁ ବାସ୍ତବରେ ୧୯ଟି ଦଳ ପାଇଛନ୍ତି। ହେଲେ ନିର୍ବାଚନ କମିଶନ(ଇସି)ଙ୍କ ତାଲିକାରେ ରହିଛନ୍ତି ୧୭ଟି ଦଳ। କେବଳ ଶାସକ ଭାରତୀୟ ଜନତା ପାର୍ଟି( ଭାଜପା) ତିନିବର୍ଷରେ ପ୍ରାପ୍ତ ମୋଟ ୬,୨୦୧ କୋଟି ଟଙ୍କାର ୬୮% ପାଣ୍ଠି ଯୋଗାଡ଼ କରିପାରିଛି ବୋଲି କଲେକ୍‌ଟିଭ ରିପୋର୍ଟର୍ସ ଦ୍ୱାରା ବହୁ ସାକ୍ଷାତକାର ଏବଂ ବାର୍ଷିକ ଅଡିଟ ରିପୋର୍ଟକୁ ସମୀକ୍ଷା କରିବା ପରେ ଏହା ଜଣାପଡ଼ିଛି। ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକ ମାଧ୍ୟମରେ ୧୦୫ଟି ରାଜନୈତିକ ଦଳ ଟଙ୍କା ପାଇଥିବା ଯାହା କୁହାଯାଉଛି ଏବଂ ରାଜନୈତିକ ଦଳଗୁଡ଼ିକୁ ଦାତାମାନେ ଟଙ୍କା ଦାନ କରିବାରେ ଲାଗି ବଣ୍ଡ୍‌ ଏକ ପ୍ରଭାବୀ ମାଧ୍ୟମ ବୋଲି ଭାଜପା ଯାହା ଦାବି କରୁଛି, ଆମ ଅନୁଧ୍ୟାନଭିତ୍ତିକ ନିଷ୍କର୍ଷ ତାହାର ବିପରୀତ ସ୍ଥିତିକୁ ସାମ୍ନାକୁ ଆଣିଛି।
୨୦୧୭ ଏବଂ ୨୦୧୮ରେ କର୍ପୋରେଟ କମ୍ପାନୀ ଏବଂ ବ୍ୟକ୍ତିମାନେ ସୀମାହୀନ ଭାବେ ରାଜନୈତିକ ଦଳଗୁଡ଼ିକୁ ଦେଉଥିବା ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାୟର କରାଯାଇଥିଲା। କେଉଁ ଦଳ କେତେ ପରିମାଣର ଇଲେକ୍ଟୋରାଲ ବଣ୍ଡ୍‌ ପାଇଛନ୍ତି ସେଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଇ ଦେବା ଲାଗି ନିର୍ବାଚନ କମିଶନ (ଇସି)ଙ୍କୁ ୧୨ ଏପ୍ରିଲ ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଏକ ଜଉମୁଦ ଲଫାପାରେ ଦେବା ପାଇଁ କୋର୍ଟ କହିଥିଲେ। ପରେ କୋର୍ଟଙ୍କ ପ୍ରଶ୍ନର ଉତ୍ତର ରଖିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଇସି ଲେଖିଥିଲେ। ଇସିଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ୨,୮୦୦ ରାଜନୈତିକ ଦଳ ମଧ୍ୟରୁ ୧୦୮ଟି ଏହାର ଉତ୍ତର ଦେଲେ। ଫେବୃୟାରୀ ୨୦୨୦ରେ ଦଳଗୁୁଡ଼ିକ ଦେଇଥିବା ଉତ୍ତରକୁ ଜଉମୁଦ ଲଫାପାରେ ଇସି ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଥିଲେ। ଏହି ତାଲିକାରେ ରହିଥିଲା ୭ ଜାତୀୟ ଦଳ, ଜାତୀୟ ଦଳଗୁଡ଼ିକର ୩ ରାଜ୍ୟ ଶାଖା,୨୦ ଆଞ୍ଚଳିକ ବା ରାଜ୍ୟସ୍ତରୀୟ ଦଳ, ସ୍ଥାୟୀ ନିର୍ବାଚନ ଚିହ୍ନ ନ ଥାଇ ନିର୍ବାଚନ ଲଢୁଥିବା ଅଜଣା ୭୦ ପଞ୍ଜୀକୃତ ଦଳ ଏବଂ ୫ ଅଜଣା ରାଜନୈତିକ ସଂସ୍ଥା। ଦୁଇବର୍ଷ ବିତିଯାଇଥିଲେ ବି କୋର୍ଟ ଏଯାବତ ଲଫାପାକୁ ଖୋଲି ନାହାନ୍ତି।
ଇସିଙ୍କୁ ଉତ୍ତର ଦେଇଥିବା ତଥା ଜଣାଶୁଣା ନ ଥିବା ୭୦ ପଞ୍ଜୀକୃତ ଦଳ ମଧ୍ୟରୁ ୫୩ଟିର ମୁଖ୍ୟଙ୍କ ସହ ଆଲୋଚନା, ପାର୍ଟିଗୁଡ଼ିକ ପଠାଇଥିବା ସବୁ ଚିଠିର ସମୀକ୍ଷା ଏବଂ ରାଜନୈତିକ ଦଳଗୁଡ଼ିକ ଫାଇଲ କରିଥିବା ବାର୍ଷିକ ଅଡିଟ ରିର୍ପୋଟକୁ ଭଲ ଭାବେ ମନ୍ଥନ କରି ବହୁ ତଥ୍ୟ ସମ୍ପର୍କରେ ଜାଣିବାକୁ ପାଇଛି ରିପୋର୍ଟର୍ସ କେଲକ୍‌ଟିଭ। ଜାଣିବାକୁ ମିଳିଛି ଯେ, ଇସିଙ୍କ ଜଉମୁଦ ଲଫାପାରେ ପ୍ରଦତ୍ତ ୧୦୫ ରାଜନୈତିକ ଦଳ ମଧ୍ୟରୁ କେବଳ ୧୭ଟି ଦଳ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ପାଣ୍ଠି ପାଇଛନ୍ତିି। ଏହି ୧୭ଟି ଦଳ ମଧ୍ୟରେ ୨୦୧୭-୧୮ ଏବଂ ୨୦୧୯-୨୦ ବିତ୍ତୀୟ ବର୍ଷ ମଧ୍ୟରେ କିଣାଯାଇଥିବା ମୋଟ ଇଲେକ୍ଟୋରାଲ ବଣ୍ଡ୍‌ର ସୁବୁଠୁ ଅଧିକ ଅଂଶ ୬୭.୯% କିମ୍ବା ୪,୨୧୫.୮୯ କୋଟି ଟଙ୍କା ଭାଜପା ପାଇଥିଲାବେଳେ କଂଗ୍ରେସ ୧୧.୩% କିମ୍ବା ୭୦୬ କୋଟି ଟଙ୍କା ପାଇଥିଲା। ଏହା ପଛକୁ ତୃତୀୟରେ ରହିଛି ଓଡ଼ିଶାର ବିଜୁ ଜନତା ଦଳ( ବିଜେଡି)। ଏହା ୪.୨% କିମ୍ବା ୨୬୪ କୋଟି ଟଙ୍କା ପାଇଛି। ଏହି ତିନୋଟି ଦଳ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅନୁଦାନର ୮୩.୪% ପାଇଥିବାବେଳେ ଅନ୍ୟ ଜାତୀୟ ଏବଂ ଆଞ୍ଚଳିକ ଦଳଗୁଡ଼ିକ ମୋଟ୍‌ ବଣ୍ଡ୍‌ର ୧୬.୬% ଅର୍ଥାତ୍‌ ୧,୦୧୬ କୋଟି ଟଙ୍କାରୁ ଅଧିକ ପାଇଥିଲେ। ଅନ୍ତତଃ, ଦ୍ରାଭିଡ ମୁନେତ୍ର କାଝାଗାମ( ଡିଏମ୍‌କେ) ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବଣ୍ଡ୍‌ ମାଧ୍ୟମରେ ଟଙ୍କା ପାଇଥିଲେ ମଧ୍ୟ ଏହି ଦୁଇ ଦଳକୁ ଇସି ସୂଚୀଭୁକ୍ତ କରିନାହିଁ। ତଥ୍ୟ ଅଧିକାର ଆଇନ( ଆର୍‌ଟିଆଇ) ଆବେଦନଗୁଡ଼ିକର ଉତ୍ତରରୁ ଜଣାପଡ଼ିଛି ଯେ,ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ( ଏସବିଆଇ) ହିଁ କେବଳ ଇଲେକ୍ଟୋରାଲ ବଣ୍ଡ୍‌ ଜାରି କରିବା ସହ ତାହାକୁ ଏନ୍‌କ୍ୟାଶ କରିବାର ଅଧିକାର ପାଇଛିି। କିନ୍ତୁ ଇଲେକ୍ଟୋରାଲ ବଣ୍ଡ୍‌ ପାଇବା ଓ ଏନକ୍ୟାସ କରିବା ଲାଗି ଯୋଗ୍ୟ ୨୩ଟି ରାଜନୈତିକ ଦଳର ନାମ ଦେବା ଲାଗି ମନା କରିଦେଲା।
୪ ସେପ୍ଟେମ୍ବର ୨୦୧୭ରେ, ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର୍‌) ନାମକ ଏକ ଅଣଲାଭକାରୀ ସଂସ୍ଥା ଫାଇନାନ୍ସ ଆକ୍ଟ୨୦୧୭ର ସଂଶୋଧିତ ମୁଖ୍ୟ ନିୟମଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଦାବି କରି ସୁପ୍ରିମ କୋର୍ଟରେ ଏକ ପିଟିଶନ ଦାଏର କରିଥିଲା। ପରେ ଏପ୍ରିଲ ୨୦୧୯ରେ ଏକ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଗ୍ରହଣ କରିଥିବା ପାଣ୍ଠିଗୁଡ଼ିକର ସବିଶେଷ ବିବରଣୀ ପ୍ରଦାନ କରିବାକୁ ରାଜନୈତିକ ଦଳଗୁଡ଼ିକୁ କୋର୍ଟ କହିଥିଲେ। ଇସି ମଧ୍ୟ ମାର୍ଚ୍ଚ ୨୦୧୯ରେ କୋର୍ଟରେ ଏକ ଜବାବୀ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ଅନୁଦାନଗୁଡ଼ିକର ସ୍ବଚ୍ଛତା ଦୃଷ୍ଟିରୁ ବିଚାର କଲେ ଏହା ଏକ କ୍ଷତିକାରକ ପଦକ୍ଷେପ। ସେ ମଧ୍ୟ ସତର୍କ କରିଦେଇଥିଲେ ଯେ, ଆଇନର ସଂଶୋଧନ କାଗଜ କଲମରେ ସୀମିତ କମ୍ପାନୀଗୁଡ଼ିକ ମାଧ୍ୟମରେ ରାଜନୈତିକ ପାଣ୍ଠି ସଂଗ୍ରହରେ କଳାଟଙ୍କାର ପ୍ରବେଶ କରାଇବ ଏବଂ ଭାରତରେ ରାଜନୈତିକ ଦଳଗୁଡ଼ିକୁ ଅନିୟନ୍ତ୍ରିତ ଭାବେ ବିଦେଶୀ ପାଣ୍ଠିଯୋଗାଣକୁ ଅନୁମତି ଦେବ। ଫଳରେ ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ଭାରତର ରାଜନୀତି ପ୍ରଭାବିତ ହୋଇପାରେ ବୋଲି ଇସି ସତର୍କ କରିଦେଇଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଇଲେକ୍ଟୋରାଲ ବଣ୍ଡ୍‌ ଘୋଷଣା କରିବା ପରେ ମେ ୨୦୧୭ରେ ପ୍ରସ୍ତାବିତ ଯୋଜନା ଉପରେ ରାଜନୈତିକ ଦଳଗୁଡ଼ିକର ମତାମତ ଚାହଁିଥିଲେ। ସେ ସମୟରେ ଭାଜପା ଏହାକୁ ଏକ ଉତ୍ସାହପ୍ରଦ ସମୀକ୍ଷା ରୂପ ଦେଇଥିବାବେଳେ ଅନ୍ୟମାନେ ଏହା ଉପରେ ସନ୍ଦେହ ପ୍ରକଟ କରିଥିଲେ। କିନ୍ତୁ ୨୦୧୯ରେ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ବିଆଇ)ର ଇଲେକ୍ଟୋରାଲ ବଣ୍ଡ୍‌ ବିରୋଧକୁ କିଭଳି ଅଣଦେଖା କରାଯାଇଥିଲା , ପାର୍ଲାମେଣ୍ଟଟରେ ଇସିଙ୍କ ମନ୍ତବ୍ୟ ସମ୍ପର୍କରେ କିଭଳି ମିଛ କୁହାଯାଇଥିଲା ତାହା ଦର୍ଶାଇଥିତ୍ଲା କଲେକ୍‌ଟିଭ ଦ୍ୱାରା ପ୍ରକାଶିତ ଅନୁଧ୍ୟାନଭିତ୍ତିକ ରିପୋର୍ଟ। ବଣ୍ଡ୍‌ଗୁଡ଼ିକ ଉପରେ ଏସ୍‌ବିଆଇ ଆର୍‌ଟିଆଇରେ ଭୁଲ୍‌ ଉତ୍ତର ଦେଇଥିଲା। ୨୦୧୮-୨୦୧୯ରେ ପ୍ରତ୍ୟେକ ପରିମାଣର କେତେ ବଣ୍ଡ୍‌ ବିକ୍ରି ହୋଇଥିଲା ତା’ପାଖରେ ତଥ୍ୟ ନ ଥିଲା ବୋଲି କହିଥିଲା। ଜୋର ଦେଇ କୁହାଯାଇପାରେ ଯେ, ଏହାର ରେକର୍ଡ ଭୁଲ୍‌ ଥିତ୍ଲା।
କଥା ହେଉଛି, ଅଜଣା ଅଶୁଣା ଭାବେ ରହିଥିବା ୭୦ ପଞ୍ଜୀକୃତ ଦଳଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ଲେବର ସମାଜବାଦୀ ପାର୍ଟିର ନାମ ସୁପ୍ରିମକୋର୍ଟରେ ଇସି ଦାଖଲ କରିଥିବା ତାଲିକାରେ ରହିଥିଲା। କିନ୍ତୁ ଏଡିଆର୍‌ ଅନୁଯାୟୀ, ଲେବର ସମାଜ ପାର୍ଟି ସମେତ ଅନ୍ୟ ୬୮ଟି ଦଳ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅନୁଦାନ ଗ୍ରହଣ କରିବା ଲାଗି ଅଯୋଗ୍ୟ। ତେବେ ଇସିଙ୍କ ଦ୍ୱାରା ତାଲିକାଭୁକ୍ତ ୧୦୫ଟି ଦଳ ବଣ୍ଡ୍‌ ମାଧ୍ୟମରେ ପାଣ୍ଠି ପାଇବା ଯୋଗ୍ୟ ବୋଲି ଯାହା କୁହାଯାଇଛି ତାହା ଭୁଲ। ଏହସବୁ ଦଳ ମଧ୍ୟରୁ ୫୪ଟିର ମୁଖ୍ୟଙ୍କ ସହ କଲେକ୍‌ଟିଭ ଆଲୋଚନା କରିଥିଲା। ଅନ୍ୟମାନଙ୍କ ସହ ସମ୍ପର୍କ ହୋଇପାରିନଥିଲା। ଲେବର ପାର୍ଟି ପ୍ରତିଷ୍ଠାତା ଆଡ୍‌ଭୋକେଟ କହିିଥିଲେ, ଇଲେକ୍ଟୋରାଲ ବଣ୍ଡ୍‌ କ’ଣ ବୋଲି ସେ ଜାଣନ୍ତି ନାହିଁ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୭୦୦ ଟଙ୍କା ଥିବା ସେ କହିଥିଲେ। ଏପରି କି ଗୁଜରାଟର ରାଇଟ୍‌ ଟୁ ରିକଲ୍‌ ପାର୍ଟିର କୌଣସି ବ୍ୟାଙ୍କ୍‌ ଆକାଉଣ୍ଟ ନାର୍ହିଁ ବୋଲି ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ରାହୁଲ ମେହେଟ୍ଟା ଜଣାଇଥିଲେ। ଗାଜିଆବାଦର ହିନ୍ଦୁସ୍ତାନ ଆକ୍ସନ ପାର୍ଟିର ଏସ୍‌ବିଆଇ ଆକାଉଣ୍ଟ ନ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?