ଚାପରେ ମହିଳା ଏସ୍‌ଆଇଙ୍କ ଆତ୍ମହତ୍ୟା

ଜି.ଉଦୟଗିରି,୨୮।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍‌ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ଥିବା କ୍ୱାର୍ଟର୍ସରେ ଫ୍ୟାନରେ ଲୁଗା ବାନ୍ଧି ସେ ଝୁଲି ପଡ଼ିଥିଲେ। ଥାନା ଆଇଆଇସି ରେବତୀ ଶବର ମାନସିକ ନିର୍ଯାତନା ଦେଉଥିବାରୁ ସ୍ବାଗତିକା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରଛନ୍ତି। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଛି ବୋଲି ଏସ୍‌ପି ଭିନୀତ ଅଗ୍ରଓ୍ବାଲ କହିଛନ୍ତି।
ସୂଚନା ଅନୁଯାୟୀ, ଏସ୍‌ଆଇ ସ୍ବାଗତିକାଙ୍କ ନିଜ ଘର ଖୋର୍ଦ୍ଧା ଜିଲା ନିରାକାରପୁର ନିକଟସ୍ଥ ପାଣ୍ଡବ ପାଟଣା ଗ୍ରାମରେ। ୨୦୧୯ରେ ସେ ଚାକିରି ପାଇଥିଲେ। ଗତ ୯ ମାସ ତଳେ ଜି. ଉଦୟଗିରି ଥାନାରେ ଦାୟିତ୍ୱ ଗ୍ରହଣ କରିଥିଲେ। ସରକାରୀ କ୍ୱାର୍ଟର୍ସରେ ଏକା ରହୁଥିବା ସ୍ବାଗତିକା ଶନିବାର ସକାଳ ପ୍ରାୟ ୭ଟାରେ କେତେଜଣ ସହକର୍ମୀଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ସେ ଥାନାକୁ ଯିବାରେ ବିଳମ୍ବ ହେବା ଓ ତାଙ୍କ ଫୋନରୁ କୌଣସି ଉତ୍ତର ନ ମିଳିବାରୁ ଗୃହରକ୍ଷୀ କ୍ୱାର୍ଟର୍ସକୁ ଡାକିବାକୁ ଯାଇଥିଲେ। ଭିତରୁ କବାଟ ବନ୍ଦ ଥିବା ଦେଖି ଗୃହରକ୍ଷୀ ଜଣକ ଫେରି ଆସିଥିଲେ। ଥାନାରୁ ଜଣେ ମହିଳା କର୍ମଚାରୀ ଯାଇ ଝରକା ପଟେ ତାଙ୍କ ଝୁଲନ୍ତା ଶରୀର ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ। ଏସ୍‌ଆଇ ସ୍ବାଗତିକାଙ୍କୁ ତଳକୁ ଓହ୍ଲାଇ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଅପରାହ୍ନ ପ୍ରାୟ ୫ଟାରେ ସ୍ବାଗତିକାଙ୍କ ମା’ ଓ ଦୁଇ ଭାଇ ଆସି ଜି. ଉଦୟଗିରିରେ ପହଞ୍ଚିଥିଲେ। ବଡ଼ ଭାଇ ମନୋରଞ୍ଜନ ବେହେରା ତାଙ୍କ ଭଉଣୀଙ୍କ ଆତ୍ମହତ୍ୟା ପାଇଁ ଜି.ଉଦୟଗିରି ଆଇଆଇସିଙ୍କୁ ଦାୟୀ କରିଛନ୍ତି। ଆଇଆଇସି ମାନସିକ ନିର୍ଯାତନା ଦେଉଥିବା ବିଷୟରେ ଶୁକ୍ରବାର ରାତିରେ ସ୍ବାଗତିକା ଫୋନ ଯୋଗେ ଜଣାଇଥିଲେ। ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଭଉଣୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ସେହିପରି ସ୍ବାଗତିକାଙ୍କ ମା’ ଉଷାରାଣୀ ବେହେରା ମଧ୍ୟ କାନ୍ଦି କାନ୍ଦି ସମାନ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ନେଇ ଆଇଆଇସି ରେବତୀ ଶବରଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି। ଜି. ଉଦୟଗିରି ଏସ୍‌ଡିପିଓ ଡି. ତିରୁପତି ରାଓ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସ୍ବାଗତିକାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସି ନ ଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ବାଗତିକା ପୋଲିସ ଚାକିରି କରୁଥିଲେ ମଧ୍ୟ ଜଣେ ଶାନ୍ତ ଓ ସରଳ ଝିଅ ଥିଲେ। ମାର୍ଚ୍ଚ ୩୧ ତାରିଖରେ ଜି.ଉଦୟଗିରି ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ଶିବିରରେ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ତାଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ଉପରେ କହିଥିଲେ। ୮ ବର୍ଷ ତଳେ ତାଙ୍କ ବାପାଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି। ମା’, ଦୁଇ ଭାଇ ଓ ୨ ଭଉଣୀଙ୍କୁ ନେଇ ତାଙ୍କ ପରିବାର ବହୁ ଝଡ଼ଝଞ୍ଜା ସହିଛନ୍ତି ବୋଲି ସ୍ବାଗତିକା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri