ସିଧା ପ୍ରସାରଣ ସମୟରେ ଖସି ପଡିଲା ମହିଳା ଆଙ୍କରଙ୍କ ଦାନ୍ତ

କ୍ୱିଭ,୧୮।୭: ୟୁକ୍ରେନର ଜଣେ ଟେଲିଭିଜନ ନ୍ୟୁଜ ଆଙ୍କର ମରିକା ପଡଲ୍କୋ ସମାଚାର ପଢିବା ସମୟରେ ହଠାତ୍‌ ତାଙ୍କର ଏକ ଦାନ୍ତ ଖସି ପଡିଥିଲା। ହେଲେ ସେ ଖୁବ୍‌ ସତର୍କତାର ସହ ହାତରେ ତାଙ୍କ ଦାନ୍ତକୁ ଧରି ନେଇଥିଲେ। ଏହାପରେ ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ସହ ସମ୍ପୂର୍ଣ୍ଣ ଘଟଣାର ବିବରଣୀ ଦେଇଛନ୍ତି। ଦାନ୍ତ ପଡିଯିବା ପରେ ବି ସେ ତାଙ୍କ ସମାଚାର ପଢା ବନ୍ଦ ନ ରଖି ଶେଷ ପର୍ଯ୍ୟନ୍ତ ସମାଚାର ପଢି ଚାଲିଥିଲେ। ଏହାର ଏକ ଭିଡିଓ ମରିକା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ଲେଖିଛନ୍ତି ୨୦ ବର୍ଷ କ୍ୟାରିୟର ଭିତରେ ଏମିତି ପ୍ରଥମଥର ହୋଇଛି। ଯେତେବେଳେ ମୋର ଦାନ୍ତ ବାହାରି ଆସିଥିଲା ସେତେବେଳେ ମୋ ସହଯୋଗୀ ଏସମ୍ପର୍କରେ ମୋତେ ଜଣାଇଥିଲେ ଓ ମୁଁ ତୁରନ୍ତ ଦାନ୍ତଟିକୁ ହାତରେ ଧରି ନେଇଥିଲି। ଏହି ସମୟରେ ଲାଇଭ୍‌ ଶୋ ଚାଲିଥିବାରୁ ମୁଁ ବିଚଳିତ ହୋଇ ନ ଥିଲି। ତେବେ ୧୦ ବର୍ଷ ପୂର୍ବରୁ ତାଙ୍କ ଝିଅ ଖେଳିବା ସମୟରେ ଏକ ଆଲର୍ମ ଘଡି ଫିଙ୍ଗି ଦେବାରୁ ତାଙ୍କ ଦାନ୍ତଟି ଭାଙ୍ଗି ଯାଇଥିଲା। ହେଲେ ଏହାପରେ ବି ସେ ତାଙ୍କ କ୍ୟାରିୟରକୁ ଆଗକୁ ନେଇ ଚାଲିଥିଲେ ବୋଲି ଲେଖିଛନ୍ତି। ସୋସିଆଲ ମିଡିଆରେ ସେ ଭିଡିଓ ଶେୟାର କରିବା ପରେ ବହୁ ୟୁଜର୍ସ ତାଙ୍କର ପ୍ରଶଂସା କରିବା ସହ ଏହା ସଚ୍ଚା ସାମ୍ବାଦିକତା ବୋଲି କହିଛନ୍ତି। ଲାଇଭ୍‌ ଶୋରେ କେବେ କେଉଁ ପରିସ୍ଥିତି ଆସିବ ତାହା ଜଣା ନ ଥାଏ କିନ୍ତୁ ମରିକାଙ୍କ ସହ ଘଟିଥିବା ଘଟଣାକୁ ସେ ଯେଉଁଭଳି ହ୍ୟାଣ୍ଡେଲ କରିଛନ୍ତି ସମସ୍ତେ ତା’ର ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri