ଅଧିକାର ମାଗିଲେ ବୋଲି.. ପ୍ରେମିକାଙ୍କୁ ନଦୀ ବ୍ରିଜ୍‌ ଉପରୁ ଫିଙ୍ଗି ଚାଲିଗଲେ ପ୍ରେମିକ

କେଗାଁ,୧୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ନିକଟ ଉଦନ୍ତି ନଦୀ ବ୍ରିଜ ଉପରୁ ନିଜ ପ୍ରେମିକାଙ୍କୁ ଫିଙ୍ଗି ଦେଇ ପ୍ରେମିକ ଫେରାର ହୋବ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ ଘଟଣାକୁ ନେଇ ଯୁବତୀଙ୍କ ଘରଲୋକେ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, କେଗାଁ ଥାନା ଖଲିଆପାଲି ପଞ୍ଚାୟତ ଖଲିଆପାଲି ଗ୍ରାମର ଚିତ୍ରସେନ ଚଲାନଙ୍କ ପୁଅ ଡୋଲମଣି ଚଲାନଙ୍କ ମିରମିର ଗ୍ରାମର ଉକ୍ତ ଯୁବତୀଙ୍କ ସହ ୫ ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ସ୍ତ୍ରୀର ପରିଚୟ ଦେବାକୁ କହି ତାଙ୍କ ଘରୁ ନେଇ ଫେରାର ହୋଇଯାଇଥିଲେ। ସେ ବଲାଙ୍ଗୀରର ଟିଟଲାଗଡ଼ ଓ ସିନ୍ଦେକେଲା ଅଞ୍ଚଳରେ ଘର ଭଡ଼ା କରି ଯୁବତୀଙ୍କୁ ରଖିଥିଲେ। ହେଲେ ସେଠାରେ ଯୁବତୀଙ୍କୁ ଏକା ଛାଡ଼ି ନିଜ ଘର ଖଲିଆପାଲିରେ ଆସି ନିଜ ପରିବାର ସହ ରହୁଥିବାରୁ ଉକ୍ତ ଝିଅ ମଧ୍ୟ ତାଙ୍କ ସହ ରହିବାକୁ ଜିଦ ଧରିଥିଲେ। ଏଥିରେ ରାଗି ଯାଇ ଯୁବକଜଣଙ୍କ ଝିଅଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ। ଫଳରେ ଯୁବତୀ ଚୁପ୍‌ ରହିଯାଇଥିଲେ। ହେଲେ ଗତ ୧୪ ତାରିଖ ଦିନ ଉକ୍ତ ଯୁବତୀଙ୍କୁ ସାଙ୍ଗରେ ଆଣି ଉକ୍ତ ବ୍ରିଜ ଉପରେ ବାଇକ୍‌ ରଖିଥିଲେ। ସେଠାରେ ଉଭୟ କିଛି ସମୟ ଛିଡ଼ା ହେବା ପରେ ଡୋଲମଣି ଯୁବତୀଙ୍କ ହାତକୁ ବାନ୍ଧି ଦେଇଥିଲେ। ପରେ ତାଙ୍କୁ ବ୍ରିଜ୍‌ ତଳକୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ହେଲେ ନଦୀରେ ପାଣି କମ୍‌ ଥିବାରୁ ଯୁବତୀ ରକ୍ଷା ପାଇଯାଇଥିଲେ। ସେ ପହଁରି ପହଁରୀ ନଦୀରୁ ବାହାରି ସେ ଯେକୌଣସି ପ୍ରକାରେ ଘରେ ପହଞ୍ଚିଥିଲେ। ଘରଲୋକେ ତାଙ୍କୁ ଦେଖି ଚକିତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ପରିବାରଲୋକେ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଡୋଲମଣି ଯୁବତୀଙ୍କଠାରୁ ସୁନାଗହଣା ସହ ଟଙ୍କା ମଧ୍ୟ ନେଇ ଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଅପରପକ୍ଷେ ସମ୍ପୃକ୍ତ ପ୍ରେମିକ ତଥା ଡୋଲମଣି ଫେରାର ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri