ଚାଇନା ଭୟ

ମେ ୧୯ରୁ ୨୧ ଯାଏ ଜାପାନର ହିରୋଶିମାରେ ଜି୭ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜି୭ ସଦସ୍ୟ ଦେଶଗୁଡ଼ିକ ଯଥା ଆମେରିକା, ଇଂଲଣ୍ଡ, ଜର୍ମାନୀ, ଜାପାନ, କାନାଡା, ଫ୍ରାନ୍ସ ଓ ଇଟାଲୀ ଉକ୍ତ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଦାରିଦ୍ର୍ୟ, ଆଣବିକ ଅସ୍ତ୍ର ପ୍ରସାର, କୃତ୍ରିମ ବଦ୍ଧିମତ୍ତା ଓ ଯୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରେ ଯୁକ୍ରେନ୍‌ର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ମଧ୍ୟ ଉପସ୍ଥିତ ଥିଲେ। କାରଣ ସମ୍ମିଳନୀରେ ଯୁକ୍ରେନ୍‌ଙ୍କୁ ଏଫ୍‌-୧୬ ଲଢୁଆ ଯୁଦ୍ଧ ବିମାନ ଯୋଗାଇ ଦେବା ପ୍ର୍ରସଙ୍ଗ ସ୍ଥାନ ପାଇଥିଲା। ଏହାସହ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ ଯେ, ୟୁକ୍ରେନ୍‌ ପାଇଲଟଙ୍କୁ ଏହି ଯୁଦ୍ଧବିମାନ ଉପରେ ଆମେରିକା ପ୍ରଶିକ୍ଷଣ ଦେବ। ସମ୍ମିଳନୀରେ ଉପରୋକ୍ତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲେ ମଧ୍ୟ ଅଧିକାଂଶ ପ୍ରସଙ୍ଗ ଥିଲା ଚାଇନା କୈନ୍ଦ୍ରିକ। ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ଚାଇନାର ବିସ୍ତାରବାଦ ଅର୍ଥନୀତିର ପ୍ରଭାବ ଓ ଏହା ସହ କାର୍ଯ୍ୟ କରିବା କ୍ଷେତ୍ରରେ ଆବଶ୍ୟକ ରଣନୀତିକୁ ନେଇ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ ଉକ୍ତ ସମ୍ମିଳନୀରେ ଚାଇନାର ଦ୍ରୁତ ଆଣବିକ ଅସ୍ତ୍ର ସମ୍ପ୍ରସାରଣକୁ ନେଇ ଜି୭ ରାଷ୍ଟ୍ରଗୁଡ଼ିକ ଚିନ୍ତା ପ୍ରକଟ କରିଥିଲେ। ଚାଇନାର ଦ୍ରୁତ ଆଣବିକ ଅସ୍ତ୍ରଶସ୍ତ୍ର ବିକାଶ ଆଞ୍ଚଳିକ ଏବଂ ବିଶ୍ୱରେ ଅସ୍ଥିରତା ଆଣିବ ବୋଲି ଜି୭ ନେତୃବୃନ୍ଦ ମିଳିତ ବିବୃତି ଦେଇଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଥିଲେ, ଚାଇନା ସାମ୍ପ୍ରତିକ ସମୟରେ ବଡ଼ ଆହ୍ବାନ ସୃଷ୍ଟି କରିଛି ଏବଂ ଏହା ନିଜ ଦେଶରେ ତଥା ବାହାରେ ଏକଚ୍ଛତ୍ରବାଦ ବଢ଼ାଇବାରେ ଲାଗିଛି। ଉକ୍ତ ବିବୃତିିଗୁଡ଼ିକରୁ ସ୍ପଷ୍ଟ ଯେ, ଅର୍ଥନୈତିକ କ୍ଷେତ୍ରରେ ଚାଇନାର ଏକଚାଟିଆ ଓ ପ୍ରଭାବ ବିସ୍ତାର ମନୋଭାବ ବିରୋଧରେ ଜି୭ ରାଷ୍ଟ୍ର ସମୂହ ଏକାଠି ହେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଚାଇନା ଯେଉଁ ବୈଷୟିକ(ଟେକ୍‌ନୋଲୋଜି) ସ୍ତରରେ ପହଞ୍ଚିଲାଣି ସେଠାରେ ତାକୁ ମୁକାବିଲା କରିବା ପାଇଁ ଜି୭ ଦେଶଗୁଡ଼ିକର ଶକ୍ତି ନାହିଁ ବୋଲି କ୍ରମଶଃ ବୁଝାପଡ଼ୁଛି। ଏଥିପାଇଁ ସେମାନେ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ସହଯୋଗରେ ଚାଇନାକୁ ରୋକିବା ଲାଗି ଏକ ସମନ୍ବୟ ଭିତ୍ତିକ ପ୍ଲାଟ୍‌ଫର୍ମ ଆରମ୍ଭ କରିଛନ୍ତି।
ବିଶ୍ୱ ଦୃଶ୍ୟପଟର ବାସ୍ତବତାକୁ ଲକ୍ଷ୍ୟ କଲେ ଚାଇନା ଆର୍ଥିକ , ଆଣବିକ ତଥା ମହାକାଶ କ୍ଷେତ୍ରରେ ଯେଭଳି ବିକାଶ କରୁଛି ତାହା ବିଶ୍ୱରେ ପୂର୍ବରୁ ଏକଚାଟିଆ ଭାବେ ନିଜର ଆଧିପତ୍ୟ ବିସ୍ତାର କରିଆସିଥିବା ଜି୭ ଦେଶଗୁଡ଼ିକ ପାଇଁ ଅସହ୍ୟ ମନେହେଉଛି। ବର୍ତ୍ତମାନ ତାଇଓ୍ବାନ୍‌କୁ ନେଇ ଚାଇନା ଓ ଆମେରିକା ମଧ୍ୟରେ ଉପୁଜିଥିବା ବିବାଦ, ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ଚାଇନାର ସମର୍ଥନ ଏବଂ ୟୁକ୍ରେନ୍‌କୁ ନାଟୋର ଦୃଢ ସହଯୋଗ ବିଶ୍ୱରେ ଉତ୍ତେଜନା ସୃଷ୍ଟି କରିଛି। ଏହି ସମୟରେ ଚାଇନାର ଅର୍ଥନୈତିକ ପ୍ରଭୁତ୍ୱ ଓ ଆଣବିକ ଅସ୍ତ୍ରଶସ୍ତ୍ର ବିସ୍ତାର ଏହି ଧନୀ ରଷ୍ଟ୍ରଗୁଡ଼ିକ ଭିତରେ ଏକ ପ୍ରକାର ଭୟ ସୃଷ୍ଟି କରିବା ସ୍ବାଭାବିକ। ଚାଇନା ମଧ୍ୟ ତା’ ବିରୋଧରେ ଜି୭ର ମନୋଭାବକୁ କଠୋର ଭାବେ ନିନ୍ଦା କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ହିରୋଶିମାରେ ଜି୭ ବୈଠକ ଆରମ୍ଭ ହେବା ସମୟରେ ଚାଇନା ସମାନ୍ତରାଳ ଭାବେ କେନ୍ଦ୍ର ଏସିଆ ଦେଶଗୁଡ଼ିକୁ ନେଇ ଏକ ବୈଠକ ଆୟୋଜିତ କରିଥିଲା। ଏହିି ଦେଶଗୁଡ଼ିକୁ ଚାଇନା ନିଜ ଆୟତ୍ତରେ ରଖିବା ଲାଗି ବିଭିନ୍ନ ଅର୍ଥନୈତିକ ପ୍ରକଳ୍ପ ଜାରି ରଖିବା ସହ ବିପୁଳ ଅର୍ଥ ନିବେଶ କରିବାରେ ଲାଗିଛି। ଏସବୁ ଦୃଷ୍ଟିରୁ ବିଚାର କଲେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକରୁ ଉଭୟ ସାମରିକ ଏବଂ ଅର୍ଥନୈତିକ କ୍ଷେତ୍ରରୁ ଲାଭ ପାଇଆସୁଥିବା ଧନୀ ଦେଶଗୁଡ଼ିକ ସେମାନଙ୍କ ପ୍ରଭାବ କ୍ଷୀଣ ହେବାର ଆଶଙ୍କା କଲେଣି। ଏହି ପରିସ୍ଥିତିରେ ଭାରତର ଭବିଷ୍ୟତ କେଉଁ ପ୍ରକାର ଗଢ଼ାଯିବ ତାହା ଏବକାର ନେତୃତ୍ୱ ନିଷ୍ପତ୍ତି ନେବେ। ଗୋଟିଏ ପଟେ ଭାରତ ଜି୭ ଦେଶଗୁଡ଼ିକ ସହିତ ବନ୍ଧୁତ୍ୱକୁ ସାଧାରଣରେ ପ୍ରକାଶ କରୁଥିବାବେଳେ ଅନ୍ୟପଟେ ଚାଇନା ତାହାର ଭାରତୀୟ ଅଞ୍ଚଳ ମାଡ଼ିବସିବାର ଚାପ ବଜାୟ ରଖିଛି। ନିକଟରେ ଅନୁଷ୍ଠିତ ୧୮ତମ ମିଲିଟାରି ବୈଠକରେ ଭାରତ ଭିତରକୁ ୨୦କି.ମି. ପ୍ରବେଶ କରିବା ପାଇଁ ଚାଇନା ଦାବି କଲାଣି। ଏଠାରେ ମନେ ରଖିବାକୁ ହେବ ଯେ, ପ୍ରଥମେ ଦାବି ଏବଂ ପରବର୍ତ୍ତୀ ସମୟରେ ଜୋରଜବରଦସ୍ତ କରି ଚାଇନା ଏହିଭଳି ଭାରତୀୟ ଅଞ୍ଚଳ ଲଗାତର ଦଖଲ କରିଚାଲିଛି। ଆଜି ଯଦି ୟୁକ୍ରେନ୍‌କୁ ଉଦାହରଣ ଭାବେ ଦେଖାଯାଏ ତେବେ ଚାଇନା ସହିତ ଭାରତର ଯୁଦ୍ଧ ହେଲେ ଜି୭ ରାଷ୍ଟ୍ରଗୁଡ଼ିକର ସିଧାସଳଖ ସାହାଯ୍ୟ ମିଳିବା ସମ୍ଭବପର ମନେ ହେଉନାହିଁ। ସେଭଳି ପରିସ୍ଥିତି ସୃଷ୍ଟି ହେଲେ ଭାରତକୁ କିଛି ମିଲିଟାରି ସାମଗ୍ରୀ କିଣିବାର ସୁବିଧା ମିଳିପାରେ। କିନ୍ତୁ ମୂଳମନ୍ତ୍ର ହେଉଛି ଯେ, ନିଜର ମିଲିଟାରି ଶକ୍ତି ବଢ଼ାଇ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ୟୁକ୍ରେନ୍‌ ଭଳି ଯଦି ଭାରତ ନିଜ ଶକ୍ତିରେ ଲଢ଼ିପାରେ ତେବେ ହୁଏତ ବାହ୍ୟ ସାହାଯ୍ୟ ଆସିବା ପାଇଁ ସମୟ ମିଳିବ। ନଚେତ ପରିସ୍ଥିତି ଅସମ୍ଭାଳ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?