ଅବଧି ପରେ ମଧ୍ୟ ଅନୁକମ୍ପା

ଅନୁଗୋଳ ଅଫିସ, ୧୩ା୧୨: ଫର୍ମ ହେଉ କିମ୍ବା ବ୍ୟାନର ପ୍ରିଣ୍ଟିଂ, ଟେଣ୍ଡର ମାଧ୍ୟମରେ ହିଁ ଦିଆଯିବା କଥା ଅର୍ଡର। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। କେତେବେଳେ ଏଥିପାଇଁ ଟେଣ୍ଡର, ନୋଟିସ ହେଉଛି ତାହା ମଧ୍ୟ ଜାଣିପାରୁନାହାନ୍ତି ଅନ୍ୟ କେହି। ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥାକୁ ଏହି କାମ ଦେବା ଉଦ୍ଦେଶ୍ୟରେ କେତେବେଳେ ଲୁଚାଣିଆ ଟେଣ୍ଡର ତ ପୁଣି କେବେ ବିନା ଟେଣ୍ଡରରେ କାର୍ଯ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏପରି କି ଟେଣ୍ଡର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ପ୍ରତି ଅନୁକମ୍ପା ଦେଖାଯାଉଥିବା ସହରବାସୀ ଅଭିଯୋଗ କରୁଛନ୍ତି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବହାର ହେଉଥିବା ଟିକେଟ୍‌, ଫର୍ମ, ବ୍ୟାନର, ହୋର୍ଡିଂ, ଫ୍ଲେକ୍ସ ଆଦି ପ୍ରିଣ୍ଟିଂ କାର୍ଯ୍ୟ ନିମନ୍ତେ ୨୦୨୦ ସେପ୍ଟେମ୍ବରରେ ଶେଷ ଥର ପାଇଁ ଟେଣ୍ଡର ହୋଇଥିଲା। ଏହାର ବୈଧତା ୨୦୨୧ ଯାଏ ଥିଲା। କିନ୍ତୁ କରୋନା ସମୟ ଥିବାରୁ ଜିଲା ପ୍ରଶାସନଠାରୁ ଅନୁମତି ନିଆଯାଇ ଉକ୍ତ ଅବଧିକୁ ୪ରୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେଲେ ଉକ୍ତ ସମୟ ଶେଷ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ନୂତନ ଟେଣ୍ଡର ପ୍ରକାଶ ପାଇନାହିଁ। ତଥାପି ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ପ୍ରିଣ୍ଟିଂ କାର୍ଯ୍ୟ ଦିଆଯାଉଛି। ଉକ୍ତ ସଂସ୍ଥା ଜିଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟାନର ଓ ହୋର୍ଡିଂ ଯୋଗାଉଛି। ଏସବୁ କାର୍ଯ୍ୟ ପାଇଁ କେତେବେଳେ ଟେଣ୍ଡର କିମ୍ବା ନୋଟିସ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ କରାଯାଉଛି ତାହା ଅନ୍ୟ କେହି ଜାଣିପାରୁ ନ ଥିବା କେତେକ ଠିକା ସଂସ୍ଥା ଅଭିଯୋଗ କରୁଛନ୍ତି। ଏ ନେଇ ସେମାନେ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ। ଏପରି କି ଅଭିଯୋଗ ହେବାମାତ୍ରେ ପୁରୁଣା ତାରିଖରେ ଥିବା ଚିଠିକୁ ନୋଟିସ୍‌ ବୋର୍ଡରେ ଝୁଲାଇ ଦିଆଯାଉଛି। ପ୍ରିଣ୍ଟିଂ ଟେଣ୍ଡର ଅବଧି ଶେଷ ହୋଇଯାଇଥିବାରୁ ନୂଆ ଟେଣ୍ଡର ଆହ୍ବାନ କାହିଁକି ଏଯାଏ କରାଯାଉ ନାହିଁ ବୋଲି କେତୋଟି ଠିକାସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଉଛି। ଏ ନେଇ ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖୁବ୍‌ଶୀଘ୍ର ପ୍ରିଣ୍ଟିଂ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯିବ।

ନିୟମକୁ ଜଳାଞ୍ଜଳି ଦିଆଯାଉଛି
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ନିୟମକୁ ଜଳାଞ୍ଜଳି ଦିଆଯାଉଛି। ମେଡିକାଲ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ବୁଝାମଣାରେ କାର୍ଯ୍ୟ ଚାଲୁଛି। ଏହା ନୂଆ ଘଟଣା ନୁହେଁ, ଜିଲା ପ୍ରଶାସନର ଉଦାସୀନତା ପାଇଁ ସ୍ବାସ୍ଥ୍ୟ ବିଭାଗରେ ଏଭଳି କାରବାର ହେଉଛି।
-ସୁବୋଧ କୁମାର ମିଶ୍ର, ସଦସ୍ୟ, ପୂର୍ବତନ ରୋଗୀ କଲ୍ୟାଣ ସମିତି

ସଲାସୁତରା କରି କାର୍ଯ୍ୟ କରାଯାଉଛି
ସରକାରୀ କାର୍ଯ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସରକାର କହୁଥିବା ବେଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ ଚାଲିଛି। ଠିକାସଂସ୍ଥା ସହ ସଲାସୁତୁରା କରି କାର୍ଯ୍ୟ କରାଯାଉଛି।
-ମାନସ ପାଳ, ସଚେତନ ନାଗରିକ

ଟେଣ୍ଡର ସାର୍ବଜନୀନ ହେଉନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ କେତେବେଳେ ଟେଣ୍ଡର ହେଉଛି ତାହା ଜଣାପଡ଼ୁନାହିଁ। କୋଟେଶନ୍‌ରେ କ’ଣ ରହୁଛି ତାହା ଜାଣିବା ମୁସ୍କିଲ ହୋଇପଡ଼ୁଛି। ଟେଣ୍ଡର ଶେଷ ପରେ ଏହା ପଦାକୁ ଆସୁଛି। ଅଭିଯୋଗ କଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଏ ନେଇ ପୂର୍ବରୁ ମଧ୍ୟ ଜିଲା ପ୍ରଶାସନକୁ ଅବଗତ କରାଯାଇଛି।
-ତପନ ରଞ୍ଜନ ସାମନ୍ତ, ଶିବାନୀ ପ୍ରେସ୍‌, ଅନୁଗୋଳ

ଦୁର୍ନୀତି ପାଇଁ ସର୍ବଦା ବଦନାମ
ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗ ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ବଦନାମ ହେଉଛି। ଏ ନେଇ ରାଜ୍ୟ ସରକାର କି ଜିଲା ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରୁ ନ ଥିବାରୁ ଏଠାରେ ଅନିୟମିତତା ନିତିଦିନିଆ ହୋଇଗଲାଣି।
-ରାକେଶ ରୋଶନ ଦାସ, ସାମାଜିକ କର୍ମୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri