ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାଙ୍କ ଜୀବନ

ଭବାନୀପାଟଣା,୨୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଳପ୍ରପାତରେ ଖସିପଡିଥିବା ୨ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡର ଜିତେନ୍ଦ୍ର କୁମାର (୪୫)।

ମିଳିଥିବା ସୂଚନା ଅନୁଯାୟୀ, ଜିତେନ୍ଦ୍ରଙ୍କ ପରିବାର ଲୋକେ ଗୁରୁବାର ଫୁର୍ଲିଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ହଠାତ୍‌ ଜଳପ୍ରପାତରେ ଜିତେନ୍ଦ୍ରଙ୍କ ୨ ନାବାଳକ ପୁଅ ଖସିପଡିଥିଲେ। ପୁଅଙ୍କୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ର ପାଣିକୁ ଡେଇଁଥିଲେ। ତେବେ ଜଳପ୍ରପାତ ଗଭୀରତା ଅଧିକ ଥିବାରୁ ଜିତେନ୍ଦ୍ର ପାଣିରେ ବୁଡିଯାଇଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜିତେନ୍ଦ୍ରଙ୍କ ପ୍ରକୃତ ଘର ବିହାର ବୋଲି ଜଣାପଡିଥିବା ବେଳେ ସେ ଟିଟିଲାଗଡରେ ରହି ଟ୍ରେନ୍‌ ଚଳାଉଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଭବାନୀପାଟଣା ସଦର ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୨୯/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଲାଣି ନେଲେ ମା’ ଦୁର୍ଗା

ଭଦ୍ରକ ଅଫିସ, ୧୦।୧୦- ଭଦ୍ରକ ସହରର ବିଭିନ୍ନ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗା ବୁଧବାର ମେଲାଣି ନେଇଛନ୍ତି। ପାରମ୍ପରିକ ବାଦ୍ୟ ବାଜଣା ଓ...

ଏସ୍‌ଡିଆଇ ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଟଣୀ ତରାବୋଇଠାରେ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସ୍‌ଡିଆଇ)ର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ...

ମୁଣ୍ଡୁଳି ଜଳସ୍ରୋତରେ ଫସିଲା ହାତୀ

କଟକ ଅଫିସ,୨୪ା୯: ମୁଣ୍ଡୁଳି ଜଳରେ ଏକ ଦନ୍ତାହାତୀ ଫସିଛି। ଜଳ ସ୍ରୋତ ଅଧିକ ଥିବାରୁ ହାତୀଟି କୂଳକୁ ଯାଇ ପାରୁ ନ ଥିବା ଜଣାପଡ଼ିଛି। ଏଥିସହ...

ବିନା ଅନୁମତିରେ ଖୋଳିଦେଲେ ରାସ୍ତା: କାମ ବନ୍ଦ କଲେ ଯନ୍ତ୍ରୀ

କାମାକ୍ଷାନଗର, ୨୩।୧୧(ଡି.ଏନ.ଏ.) କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଆଲୁଅଝରଣ ଗ୍ରାମ ନିକଟରେ ବିନା ଅନୁମତିରେ ମେଶିନ ସହାୟତାରେ ରାସ୍ତାଖୋଳାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି ପୂର୍ତ୍ତ...

CORONAVIRUS UPDATE: ଆଉ ୬ କରୋନା ପଜିଟିଭ ଚିହ୍ନଟ; ୧୬୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟରେ ଆଉ ୬ କରୋନା ପଜିଟିଭ ସୋମବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ତେବେ ଏହି ୬ଜଣଙ୍କ ମଧ୍ୟରେ ଯାଜପୁରର ୪ ଜଣ ହୋଇଥିବା...

ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ରାଜପଥରେ ଗଲାଣି ୧୩୮ ଜୀବନ

ଅନୁଗୋଳ ଅଫିସ, ୨୭ା୧୦ – ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡିକର ବିଭିନ୍ନ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଚଳିତ ବର୍ଷ ଜାନୁୟାରୀରୁ...

ଉପକୂଳ ଅଞ୍ଚଳ ଛାରଖାର

ଭୋଗରାଇ, ୨୧।୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱରରେ ବ୍ୟାପକ କ୍ଷତି ହୋଇଛି। ଏହି ସାମୁଦ୍ରିକ ଝଡ଼ ବୁଧବାର ଅପରାହ୍ନରେ ବାଲେଶ୍ୱର...

ରାଜଧାନୀରେ ଅସହ୍ୟ ତାତି: ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରବିବାର ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର...

Advertisement
Archives

Model This Week