ଚାଷୀଙ୍କୁ ଘାରିଲା କେନାଲ ପାଣି ଚିନ୍ତା: ପ୍ରଭାବିତ ଧାନ ଫସଲର ନମୁନା ଧରି ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ଚାଷୀ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ୧୧ତାରିଖ କେନାଲ ପାଣି ଯୋଗାଣ ବନ୍ଦ ରହିବ। କେନାଲ ପାଣି ବନ୍ଦ ରହିବାକୁ ଆଉମାତ୍ର ୫ଦିନ ବାକି ରହିଛି। ଅନ୍ୟପଟେ ଏବେ ମଧ୍ୟ କେନାଲ ତଳିମୁଣ୍ଡରେ ରହିଥିବା ଅନେକ ଧାନ ଫସଲ ଗର୍ଭଣୀ ଅବସ୍ଥାରେ ରହିଛି। ଏଭଳି ସମୟରେ କେନାଲରେ ପାଣି ଯୋଗାଣ ବନ୍ଦ ରହିବା ସୂଚନା ପାଇବା ପରେ କେନାଲ ତଳିମୁଣ୍ଡରେ ରହିଥିବା ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଏହି କ୍ରମରେ ମଙ୍ଗଳବାର ଜିଲାର ଭେଡ଼େନ ବ୍ଲକ ଦେଶଭଟଲି ପଞ୍ଚାୟତର ସରପଞ୍ଚ ତୋଷବନ୍ତ ସାହୁଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ ହୋଇଛି। କେନାଲ ପାଣି ଯୋଗାଣ ଅବଧିକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଦାବିରେ ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୩୦ତାରିଖ ସନ୍ଧ୍ୟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ କରିବା ପାଇଁ କେନାଲ ବିଭାଗ ନିଷ୍ପତ୍ତି ନେଇଥିଲା। କିନ୍ତୁ ସଂଯୁକ୍ତ କୃଷକ ସଂଗଠନର ଦାବି ଏବଂ ଜିଲା କୃଷି ଅଧିକାରୀଙ୍କ ପତ୍ରସଂଖ୍ୟା-୧୭୪୪, ତା-୨୯।୪।୨୦୨୪କୁ ବିଚାରକୁ ନେଇ କେନାଲ ବିଭାଗ କେନାଲ ପାଣି ଯୋଗାଣ ଅବଧିକୁ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ତେବେ ଦେଶଭଟଲି ପଞ୍ଚାୟତ ଅନ୍ତର୍ଗତ ଉଦେପୁର, ସାଲନା, ଦେଶ ଭଟଲି, ଦେଶ ପଥର୍ଲା, ଦେଶ କୁମ୍ଭାରୀ ସମେତ ବିଭିନ୍ନ ଅଞ୍ଚଳର ଧାନ ଫସଲ ପାଣି ଅଭାବରୁ ଆସନ୍ନ ମରୁଡ଼ିର ସମ୍ମୁଖୀନ ହୋଇଛି। ଏଭଳି ସ୍ଥିତିରେ କେନାଲ ପାଣିକୁ ସମ୍ପୁର୍ଣ୍ଣ ବନ୍ଦ କରି ଦିଆଗଲେ ଧାନ ଫସଲ ସମ୍ପୁର୍ଣ୍ଣ ଉଜୁଡ଼ି ଯିବ ବୋଲି ଚାଷୀମାନେ କହିଛନ୍ତି। ଫଳରେ କେନାଲ ପାଣି ଅବଧିକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ସହିତ ରାତ୍ରି ସମୟରେ ନିରବଚ୍ଛିନ୍ନ ପାଣି ଯୋଗାଣ ସହିତ ବିଭାଗୀୟ କର୍ମଚାରୀମାନେ ମଧ୍ୟ ତାର ତଦାରଖ କରିବାକୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ସାହୁଙ୍କ ସମେତ ସ୍ଥାନୀୟ ୱାର୍ଡ଼ସଭ୍ୟ ଏବଂ ଚାଷୀ ପ୍ରତିନିଧି ଉପସ୍ଥିତ ଥିବାବେଳେ ପାଣି ଅଭାବରୁ ନଷ୍ଟ ହେଉଥିବା ଧାନ ଫସଲ ନମୁନା ମଧ୍ୟ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜେଜେ-ନାତିଙ୍କ ମୃତ୍ୟୁ

ସମ୍ବଲପୁର,୨୦।୧୧: ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜେଜେ ଏବଂ ତାଙ୍କର ୧୦…

‘ଅର୍ଣ୍ଣବ’ ତୁଳନାରେ ‘ଅକ୍ୱାନ’ରେ ବର୍ଷା ପରିମାଣ ବହୁତ କମ: ସର୍ବାଧିକ ୬୭ ମିମି ବର୍ଷା ରେକର୍ଡ

ଦାରିଙ୍ଗବାଡ଼ି, ୨୦।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’କୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତେବେ ଗୁରୁବାରଠାରୁ ଶୁକ୍ରବାର ସକାଳ…

୧୦ ହଜାର ରୋହିଙ୍ଗ୍ୟାଙ୍କୁ ହତ୍ୟା କରିଛି ମ୍ୟାନ୍‌ମାର ସେନା: ଆଇସିଜେ

ଦି ହେଗ,୨୦।୧୧: ୨୦୧୭ ମସିହାରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ଉପରେ ହୋଇଥିବା ବର୍ବର ଦମନଲୀଳା ସମୟରେ ମ୍ୟାନ୍‌ମାର ସୁରକ୍ଷା ବଳ ହଜାର ହଜାର ରୋହିଙ୍ଗ୍ୟା ନାଗରିକଙ୍କୁ ହତ୍ୟା…

ଅଧରାତିରେ ଗାଁରେ ପହଞ୍ଚିଲେ ବିଡିଓ-ତହସିଲଦାର: ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନ ତତ୍ପର

କେସିଙ୍ଗା, ୨୦।୧୧ (ତୁମେଶ୍ୱର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି।…

ଜାନୁଆରୀ ୧ରୁ ଭାରତୀୟଙ୍କ ପାଇଁ ମାଲେସିଆର ଭିଜାମୁକ୍ତ ପ୍ରବେଶ ବନ୍ଦ

ସିଙ୍ଗାପୁର,୨୦ା୧୧(ପି.ଟି.): ଭାରତୀୟ ନାଗରିକଙ୍କ ପାଇଁ ମାଲେସିଆ ଆସନ୍ତା ଜାନୁଆରୀ ୧ରୁ ଭିଜାମୁକ୍ତ ପ୍ରବେଶ ସୁବିଧା ବନ୍ଦ କରିବାକୁ ଯାଉଛି। ମାଲେସିଆର ଇମିଗ୍ରେସନ ବିଭାଗ ପକ୍ଷରୁ ଏହି ଘୋଷଣା…

ମା’ଗୃହରେ ୧୦ ଗର୍ଭବତୀ ସୁରକ୍ଷିତ: ରାତିଅଧିଆ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

ଦାରିଙ୍ଗବାଡ଼ି, ୧୯।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…

ନିଲାମରେ ଇତିହାସ ରଚିଲା ଭାନ୍‌ ଗଗ୍‌ଙ୍କ ଚିତ୍ରକଳା, ଭାଙ୍ଗିଲା ୨୦୨୨ର ରେକର୍ଡ

ନ୍ୟୁୟର୍କ,୨୦।୧୧(ପି.ଟି.): ବିଶ୍ୱପ୍ରସିଦ୍ଧ ଡଚ୍‌ (ନେଦରଲାଣ୍ଡସ୍‌ ନାଗରିକ) ଚିତ୍ରଶିଳ୍ପୀ ଭିନ୍‌ସେଣ୍ଟ ଭାନ୍‌ ଗଗ୍‌ଙ୍କ ଏକ ଦୁର୍ଲଭ ଚିତ୍ରକଳା ନିଲାମ ଇତିହାସରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ୧୯୦.୪ ନିୟୁତ…

ମାଡ଼ି ଆସିଲାଣି ବର୍ଷା, ଖୋଲିଲାନି ଧାନମଣ୍ଡି: ମୁଣ୍ଡ ଟେକିଛି ଆନ୍ଦୋଳନ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାରେ ଧାନ ବିକ୍ରିବଟା ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?