ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ବିକ୍ଷୋଭ ସମାବେଶ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ୪ଦଫା ଦାବୀ ସମ୍ମଳିତ ଦାବିପତ୍ର ପ୍ରଦାନ କରାଯାଇଛି । କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ବିଲ ସଂପୂର୍ଣ୍ଣ ଛାଡ, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ, ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ, ବିଜୁଳି କ୍ଷେତ୍ରର ଘରୋଇ କରଣ ପ୍ରକ୍ରିୟା ବନ୍ଦ, ଧାନ କିଣା ବ୍ଯବସ୍ଥାକୁ କଟଣି ଛଟଣି ମୁକ୍ତ କରିବା, ଏହି ପ୍ରକ୍ରିୟା ରେ ମିଲ ମାଲିକ ମାନଙ୍କ ହସ୍ତକ୍ଷେପ ବନ୍ଦ କରିବା, ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିକୁ ପୁର୍ବବତ୍ କାର୍ଯ୍ଯକ୍ଷମ କରିବା, ନାନୋସାରକୁ ବାଧ୍ଯ ନ କରିବା ଏବଂ ଗୋଟିଏ ଫସଲ ସୁନିଶ୍ଚିତ କରିବା, ଜଳସେଚନ ସ୍ଥାୟୀ ବ୍ଯବସ୍ଥା କରିବା ଆଦି ଦାବିକୁ ନେଇ ଏହି ଚେତାବନୀ ବିକ୍ଷୋଭ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ବରଗଡ଼ ଜିଲାର ସମସ୍ତ ବ୍ଳକ ତଥା ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରୁ ଶହ ଶହ ମହିଳା, ପୁରୁଷ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଶ୍ଳୋଗାନ ଦେଇ ସହର ପରିକ୍ରମା କରି ଜିଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ । ସେଠାରେ ଜୟ କିସାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟର ଆବାହକ ଲିଙ୍ଗରାଜ ଯୋଗଦେଇ କହିଥିଲେ, ୯ମାସର ଡବଲ ଇଞ୍ଜିନ୍ ସରକାର ଧାନ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ସତ, କିନ୍ତୁ କଟଣି ଛଟଣି ମୁକ୍ତ ଏବଂ ଦଲାଲ ମୁକ୍ତ ମଣ୍ଡି ମଧ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଖରିଫ ଋତୁରେ ଏହା ସମ୍ପୂର୍ଣ୍ଣରୂପେ ବିଫଳ ହୋଇଛି। ସେହିପରି କୃଷିକାର୍ଯ୍ଯ ପାଇଁ ଦେୟମୁକ୍ତ ବିଜୁଳି ଏବଂ ମାଗଣାରେ ୩୦୦ ୟୁନିଟ ବିଜୁଳି ଯୋଗାଇ ଦେବା ଘୋଷଣା ବିଷୟରେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ପୁନଶ୍ଚ ସରକାର ଚାଷୀମାନଙ୍କୁ ନାନୋ ସାର ନେବା ପାଇଁ ବାଧ୍ୟ କରୁଛନ୍ତି, ଯାହା ପଞ୍ଜାବରେ ବିଫଳ ହୋଇ ସାରିଲେଣି । ଏଣୁ ଏହି ସବୁ ଦାବି ଉପରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ଅନ୍ୟଥା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲିଙ୍ଗରାଜ ଚେତାବନୀ ଦେଇଥିଲେ । ସେହିପରି ଅନ୍ୟତମ ଆବାହକ ଅଶୋକ ପ୍ରଧାନ କହିଥିଲେ, ତୃଟିପୂର୍ଣ୍ଣ ଜମିର ଡିଜିଟାଲ ସର୍ଭେ ଓ ପଟ୍ଟା ଦେବା ବ୍ଯବସ୍ଥା ବନ୍ଦ କରନ୍ତୁ। ଅନ୍ୟଥା ସମଗ୍ର ପଶ୍ଚିମ ଓଡିଶା ରେ ଆନ୍ଦୋଳନ ହେବ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି କହିଥିଲେ, କେନ୍ଦ୍ର ସରକାର ସ୍ଵାମିନାଥନ୍ କମିସନର ସୁପାରିଶ ତଥା ଏମଏସପିକୁ ଆଇନଗତ ମାନ୍ୟତା ନଦେଇ ବିଭିନ୍ନ ରାଜ୍ଯରେ ୮୦୦ ଟଙ୍କା ଇନପୁଟ ସହାୟତା ଦେବା ଏକ ଷଡଯନ୍ତ୍ର ଅଟେ। ଏହି ଷଡଯନ୍ତ୍ର ବିରୁଦ୍ଧରେ ବରଗଡ଼ ଜିଲାରୁ ଆରମ୍ଭ ହୋଇ ସମଗ୍ର ଓଡିଶା ଲଢେଇ ସଂଘର୍ଷ ଦୁର୍ବାର ହେବ ବୋଲି ସେ କହିଥିଲେ। ଜଳସେଚନର ସ୍ଥାୟୀ ବ୍ଯବସ୍ଥା ନ ହେବା ପର୍ଯ୍ୟନ୍ତ କୃଷିକାର୍ଯ୍ଯରେ ବ୍ଯବହୃତ ବିଜୁଳି ବିଲ ଦିଆଯିବ ନାହିଁ ବୋଲି ଚାଷୀନେତାମାନେ ରୋକଠୋକ୍ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ସଂଯୋଜକ ବ୍ଯୋମକେଶ ଠାକୁର, ନିୟମଗିରି ସୁରକ୍ଷା ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ, ଦେବଗଡ଼ର ପ୍ରମୋଦ ଝାଙ୍କର, ଝାରସୁଗୁଡ଼ାର ଦିଲ୍ଲୀପ ବଢେଇ, ସମ୍ବଲପୁରର ଦେବେନ୍ଦ୍ର ପ୍ରଧାନ ଏବଂ ବିପିନ ଭୋଇ, ବରଗଡର ଶିବ ପ୍ରସାଦ ପ୍ରଧାନ ଯୋଗଦେଇ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନ କିଶୋର ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ହର ବଣିଆଁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଚଞ୍ଚଳ ପ୍ରଧାନ, ମହେଶ୍ବର ପ୍ରଧାନ, ଅରୁଣ କୁମାର ସାହୁ, ସୁରେନ୍ଦ୍ର ମେହେର, ବିଶ୍ବନାଥ ରଣା, ଭୋଜରାଜ ବାଗ ,ଅରୁଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?