ଧାନକିଣାରେ ଅଚଳାବସ୍ଥା: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରି ନାହିଁ। ଅଥଚ ଏବେଠାରୁ ଧାନ କିଣାବିକାରେ ଅଚଳାବସ୍ଥା ସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। ଅନୁରୂପଭାବେ ବିକ୍ରି ପାଇଁ ଅନେକ ଚାଷୀ ସେମାନଙ୍କ ଧାନ ଘରେ, ଖଳାରେ ରଖିଛନ୍ତି। କିନ୍ତୁ ମଣ୍ଡିରେ ଧାନ ଉଠାଯାଉ ନ ଥିବାବେଳେ ଚାଷୀ ବିକ୍ରିଯୋଗ୍ୟ ଧାନ ମଣ୍ଡିକୁ ଆଣୁଥିବାବେଳେ ତାକୁ ମଧ୍ୟ ଏଣ୍ଟ୍ରି କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବର୍ଷା ମାଡ଼ି ଆସିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାକୁ ନେଇ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା ଶାଖା ସମେତ ଜିଲାର ବିଭିନ୍ନ ଚାଷୀ ସଂଗଠନ ଧାରଣାରେ ବସିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଏବଂ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଧାରଣାସ୍ଥଳକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ମଣ୍ଡିରେ ଧାନ ଏଣ୍ଟ୍ରି ସହିତ ଧାନ ଉଠାଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଚାଷୀମାନେ ଅତିରିକ୍ତ ଜିଲାପାଳ ଏବଂ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ। ତେବେ ବିଭିନ୍ନ ମଣ୍ଡିରେ ଧାନ ଏଣ୍ଟ୍ରି ସହିତ ଉଠାଣ ପ୍ରକ୍ରିୟା ପୁଣି ଆରମ୍ଭ କରାଯାଇଥିବା ଜାଣିବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ।
ସୂଚନା ଅନୁଯାୟୀ, ଗତ ମେ’ ୧୪ ତାରିଖରୁ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ମେ’ ମାସ ଶେଷ ସପ୍ତାହରେ ଅଦିନିଆ ବର୍ଷା ହେବା ଯୋଗୁ ଧାନ କିଣାବିକା ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଧାନ ଉଠାଣ ପ୍ରକ୍ରିୟା ମଧ୍ୟ ଶିଥିଳ ହୋଇ ପଡ଼ିଥିଲା। ମଣ୍ଡିଗୁଡ଼ିକୁ ଯେଉଁ ପରିମାଣରେ ଧାନ ଆସୁଥିଲା, ସେହି ଅନୁପାତରେ ଧାନ ଉଠାଣ ହେଉ ନ ଥିବାରୁ ପରିସ୍ଥିତି ଦିନକୁ ଦିନ ଜଟିଳ ହୋଇ ପଡ଼ିଥିଲା। ଅନ୍ୟପଟେ ମଣ୍ଡିକୁ ନ ଆସି ବେପାରୀ ମାଧ୍ୟମରେ ସିଧାସଳଖ ବିଭିନ୍ନ ରାଇସ୍‌ ମିଲ୍‌କୁ ଧାନ ଯାଉଥିବା ଏବଂ ତାକୁ ପରବର୍ତ୍ତୀ ସମୟରେ ଫଲ୍ସଏଣ୍ଟ୍ରି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏଭଳିଭାବେ ଛତିଶଗଡ଼ର ବହୁ ପରିମାଣର ଧାନ ବିଭିନ୍ନ ରାଇସ୍‌ ମିଲ୍‌ରେ ପୂରି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ଜିଲାର ଚାଷୀମାନଙ୍କ ବହୁ ପରିମାଣରେ ଧାନ ମଣ୍ଡି ଏବଂ ଖଳାରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି। କିନ୍ତୁ ବିଭିନ୍ନ ଆଳ ଦେଖାଇ ଖଳାରେ ପଡ଼ିଥିବା ଧାନକୁ ମଣ୍ଡିରେ ଏଣ୍ଟ୍ରି କରି ଦିଆଯାଉ ନ ଥିବାବେଳେ ମଣ୍ଡିରେ ପଡ଼ିଥିବା ଧାନକୁ ଉଠାଯାଉ ନ ଥିବା ଅଭିଯୋଗ ହୋଇଛି। କେତେବେଳେ କଟନୀଛଟନୀ ତ ଆଉକେବେ ମିଲର୍ସଙ୍କ ଆଲଟ୍‌ମେଣ୍ଟ୍‌ ପୂରି ଯାଇଥିବା ଏବଂ ଧାନକିଣା ପାଇଁ ଟ୍ୟାଗ୍‌ ନ ଥିବା ବିଭାଗୀୟ କର୍ମଚାରୀମାନେ ସଫେଇ ଦେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି। ତେବେ ବୁଧବାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ଅତାବିରା, ମନାପଡ଼ା, ଲରମ୍ଭା, ପାହାଡ଼ଶ୍ରୀଗିଡ଼ା ସମେତ ଅନ୍ୟ ଆର୍‌ଏମ୍‌ସିର ବିଭିନ୍ନ ମଣ୍ଡିରେ ସେଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ଚାଷୀ ଅସନ୍ତୋଷ ଦେଖାଯାଇଥିଲା ଏବଂ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଧାରଣାରେ ବସିଥିଲେ। ଚାଷୀନେତା ଟିକେଲାଲ ମିଶ୍ର, ରମେଶ ମହାପାତ୍ରଙ୍କ ନେତୃତ୍ୱରେ ଅନେକ ଚାଷୀ ଧାରଣାରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri