କୋହଳ ମାନ ଯୋଜନାରେ ସବୁଧାନ କିଣାଯାଉ: କୃଷକ ସଂଗଠନର ଦାବି

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ଅଦିନିଆ ବର୍ଷା ପଶ୍ଚିମ ଓଡ଼ିଶାରେ ରହିଥିବା ବିଭିନ୍ନ ଜିଲାର ଚାଷୀଙ୍କ ଧାନକୁ ଉଜାଡ଼ି ଦେଇଛି। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା କାରଣରୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। କ୍ଷେତ, ଖଳା ତଥା ଶୁଖା ଯାଇଥିବା ସ୍ଥାନ ଭିଜି ନଷ୍ଟ ହୋଇ ଯାଇଛି। ଧାନରୁ ଗଜା ବାହାରି ଯାଇଥିବାବେଳେ କ୍ଷେତରେ ଧାନପେଟା ଗୁଡ଼ିକ ପଚି ଯାଇଛି। ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିବାବେଳେ ଚାଷୀଙ୍କ ମାନସିକ, ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଛି। ଏଭଳି ଏକ ଅଭାବନୀୟ ପରିସ୍ଥିତିରେ ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ କୋହଳ ମାନ ଯୋଜନା(ୟୁଆରଏସ୍‌)ରେ ସମସ୍ତ ଚାଷୀଙ୍କ ସବୁଧାନକୁ ସର୍ବନିମ୍ନ ସହାୟକ ଦରରେ କିଣିବା ପାଇଁ ଘୋଷଣା କରନ୍ତୁ ବୋଲି ମଙ୍ଗଳବାର ବରଗଡ଼ ସମତା ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଖବରଦାତା ସମ୍ମିଳନୀରେ ସମିତିର ଆବାହକ ଅଶୋକ ପ୍ରଧାନ କହିଥିଲେ, ସାଧାରଣତଃ ଖରିଫ୍‌ ଅପେକ୍ଷା ରବିଋତୁରେ ଅମଳ ଧାନ ଚାଷୀମାନଙ୍କୁ ଅଧିକ ଶକ୍ତି ଯୋଗାଇଥାଏ। ଅର୍ଥାତ୍‌ ଖରିଫ ତୁଳନାରେ ରବିଧାନରେ ଅଧିକ ଆୟ ହୋଇଥାଏ। ଏଥର ରବିଧାନ ବହୁତ ଭଲ ତଥା ବମ୍ପର୍‌ କ୍ରପ୍‌ ହୋଇଥିଲା। ଚାଷୀଙ୍କ ମନରେ ଆୟ ବଢ଼ିବା ଆଶା ମଧ୍ୟ ରହିଥିଲା। କିନ୍ତୁ ଅଦିନିଆଁ ବର୍ଷା ସେହି ଆଶାକୁ ଧୂଳିସାତ୍‌ କରିଦେଲା। ବର୍ତ୍ତମାନ ଧାନର ମାନକୁ ନେଇ ପ୍ରଶ୍ନ ଉଠିଛି। ଏବେ କଟନୀଛଟନୀର କୌଣସି ସୀମା ନାହିଁ। ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି। ଏଭଳି ସ୍ଥିତିରେ ବିଗତ ଦିନରେ ଆମ ରଜ୍ୟ ସମେତ ପଞ୍ଜାବ ଆଦି ରାଜ୍ୟରେ ୟୁଆରଏସ୍‌ରେ ସରକାର ଧାନ କିଣିବାର ନଜିର୍‌ ରହିଛି। ଫଳରେ ଏଥର ମଧ୍ୟ ରାଜ୍ୟ ସରକାର ସେହି ଯୋଜନାରେ ଧାନ କିଣନ୍ତୁ ବୋଲି ସେ ଦାବି କରିଥିଲେ।
ସେହିପରି ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ କହିଥିଲେ, ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସରକାର, ପ୍ରଶାସନ ନିଷ୍କ୍ରିୟ ହୋଇ ପଡ଼ିବା ବିଡ଼ମ୍ବନାର ବିଷୟ। ଧାନଚାଷ ବାବଦକୁ ଉପତ୍ାଦନ ଖର୍ଚ୍ଚ ଇତିମଧ୍ୟରେ ବହୁଗୁଣ ବୃଦ୍ଧି ହୋଇଥିବା ସମୟରେ ଚାଷୀମାନଙ୍କୁ ଏକ ମାନଧାତା ଅମଳର ପୁରୁଣା ରିଲିଫ୍‌ କୋଡ୍‌ ଆଧାରରେ କେବଳ ୨ହେକ୍ଟର ଜମି ବାବଦକୁ ମାତ୍ର ୨୭ହଜାର ଇନପୁଟ୍‌ ସହାୟତା ରାଶି ପ୍ରଦାନ କରାଯାଉଛି। ଏହା ଏକ ଉପହାସ ବୋଲି ଅଭିଯୋଗ କରି ରାଜ୍ୟ ସରକାର ରିଲିଫ୍‌ କୋଡ୍‌ ସଂଶୋଧନ ପୂର୍ବକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ହେକ୍ଟର ପ୍ରତି ୧ଲକ୍ଷ ଟଙ୍କା କ୍ଷତିପୂରଣ ସମସ୍ତ ଜମି ପାଇଁ ପ୍ରଦାନ କରିବା ସହିତ ୟୁଆରଏସ୍‌ରେ ଚାଷୀଙ୍କ ସବୁଧାନକୁ କିଣିବାକୁ ସେ ଦାବି କରିଥିଲେ। ଏହା ସହିତ ଚାଷୀମାନଙ୍କଠାରୁ ଯୁଦ୍ଧକାଳୀନ ଭିତ୍ତିରେ ସପ୍ତାହକ ମଧ୍ୟରେ ସବୁଧାନ କିଣିନେବା ପାଇଁ ଲିଙ୍ଗରାଜ ଦାବି କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ପ୍ରବକ୍ତା ସରୋଜ, ଜୟ କିସାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସମ୍ପାଦକ ହର ବଣିଆଁ, ପୂର୍ବତନ ସମ୍ପାଦକ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?