ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ କଟକଣା ଏବଂ ଏଥିରେ ରହିଥିବା ତ୍ରୁଟି ଧାନ କିଣାବିକାରେ ପ୍ରମୁଖ ସମସ୍ୟା ପାଲଟିଛି। ଏହାର ସମାଧାନ ପାଇଁ ଜିଲାର ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ୭ଦଫା ଦାବି ନେଇ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ତେବେ ଟୋକନ ସମସ୍ୟାର ତୁରନ୍ତ ସମାଧାନ ସହିତ ଧାନ ଉଠାଣକୁ ତ୍ୱରାନ୍ବିତ କରା ନଗଲେ ତଥା ଆସନ୍ତା ୨୭ତାରିଖ ଜିଲାର ଚାଷୀମାନେ ଯେକୌଣସି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଯୁକ୍ତ କୃଷକ ସଂଗଠନ ଚେତାବନୀ ଦେଇଛି।
ମଙ୍ଗଳବାର ପୂର୍ବାହ୍ନରେ ଜିଲାର ସମସ୍ତ ବ୍ଲକର ଚାଷୀମାନେ ବରଗଡ଼ ଗାନ୍ଧିଛକରେ ସମବେତ ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତେବେ ଚାଷୀମାନେ ପହଞ୍ଚିବା ପୂର୍ବରୁ ପୋଲିସ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲା। ଫଳରେ ଚାଷୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଉପତ୍ନ୍ନ କୁମାର ଭୋଇଙ୍କ ପରିଚାଳନାରେ ବିକ୍ଷୋଭ ସଭା ହୋଇଥିଲା ଏବଂ ଚାଷୀ ପ୍ରତିନିଧିମାନେ ସେମାନଙ୍କ ଧାନ କିଣାବିକା ସମସ୍ୟାର ସମାଧାନ ତଥା ହକ୍‌ ଦାବିରେ ଉଦ୍‌ବୋଧନ ଦେଇଥିଲେ। ପରେ ଅତିରିକ୍ତ ଜିଲାପାଳ ସାହୁ ସେଠାକୁ ପହଞ୍ଚିବା ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ତାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ବରଗଡ଼ ଜିଲାର ଚାଷୀମାନଙ୍କୁ ଧାନ ବିକ୍ରିବଟାରେ ବହୁ ହଇରାଣ ହରକତ ହେବାକୁ ପଡୁଛି। ଏପରିକି ଅନେକ ଚାଷୀ ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକିବାରୁ ବଞ୍ଚିତ ହେଉଛନ୍ତି। ସାଟେଲାଇଟ୍‌ ବାହାନାରେ ଉଦ୍ଦେଶ୍ୟମୂଳକଭାବେ ଏଥର ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣକୁ ଯଥେଷ୍ଟ କରାଇ ଦିଆଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି ଆଉ ଅଳ୍ପଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରିଦେବାକୁ ଯୋଜନା ଚାଲିଥିବାବେଳେ ଏପର୍ଯ୍ୟନ୍ତ ଅନେକ ଚାଷୀମାନଙ୍କୁ ଧାନବିକ୍ରି ଟୋକନ ମିଳିପାରି ନଥିବା ଚାଷୀମାନେ କହିଛନ୍ତି। କେବଳ ସେତିକି ନୁହେଁ, ଚାଷୀଙ୍କୁ ପର୍ଯ୍ୟାୟକ୍ରମେ ଟୋକନ ଦିଆଯାଉ ଥିଲେ ସୁଦ୍ଧା ତାହା ଧର୍ମକୁ ଆଖିଠାର ଭଳି ହୋଇଛି ଏବଂ ତୃତୀୟ ପର୍ଯ୍ୟାୟରେ ମଧ୍ୟ ବିକ୍ରିଯୋଗ୍ୟ ଧାନ ପରିମାଣ ସମ୍ପୁର୍ଣ୍ଣ ହୋଇ ପାରୁ ନାହିଁ ବୋଲି ଅଭିଯୋଗ ହୋଇଛି।
ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ୧ଲକ୍ଷ ୫ହଜାର ୪୯୪ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ କେବଳ ୧ଲକ୍ଷ ୨୪୫ଜଣ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିଛି। ବାକି ୫୨୬୯ଜଣ ଚାଷୀଙ୍କୁ କାହିଁକି ଟୋକନ ଏଯାଏ ମିଳିପାରି ନାହିଁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ସେହିପରି ଗତବର୍ଷ ପ୍ରାୟ ୯୦ହଜାର ଚାଷୀଙ୍କଠାରୁ ୬୨ଲକ୍ଷ ଧାନ କିଣାଯାଇଥିଲା। ମାତ୍ର ଏଥର ଏପର୍ଯ୍ୟନ୍ତ ଜିଲାର ୮୫ହଜାର ୬୪୮ ଚାଷୀଙ୍କଠାରୁ ୪୭ଲକ୍ଷ ୬୯ହଜାର ୨୮୨ କୁଇଣ୍ଟାଲ ଧାନ କିଣାଯାଇଛି। ଆହୁରି ୨୫ହଜାର ଚାଷୀ ଧାନ ବିକ୍ରି ଅପେକ୍ଷାରେ ରହିଛନ୍ତି। ଯେଉଁମାନେ କଟ୍‌ନୀଛଟନୀରେ ରାଜି ହେଉଛନ୍ତି, ସେମାନଙ୍କ ଧାନ କିଣାଯାଉଛି। ନଚେତ୍‌ ଦୀର୍ଘଦିନ ଧରି ମଣ୍ଡିରେ ଧାନ ପଡ଼ି ରହୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସଂଯୁକ୍ତ କୃଷକ ସଂଗଠନ ୭ଦଫା ଦାବି କରିଛି। ଏଭଳି ଧାନବିକ୍ରି ସମସ୍ୟା ନେଇ ୨୮୫ଜଣ ଚାଷୀ ବ୍ୟକ୍ତିଗତଭାବେ ମଧ୍ୟ ସେମାନଙ୍କ ଅଭିଯୋଗପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଉପରୋକ୍ତ ଦାବି ସମୂହକୁ ଆସନ୍ତା ୨୬ତାରିଖ ସୁଦ୍ଧା ପୂରଣ କରିବାକୁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ସଂଗଠନର ଅନ୍ୟ କର୍ମକର୍ତ୍ତା ଅରବିନ୍ଦ ପଣ୍ଡା, ସରୋଜ ସାହୁ, କୁଞ୍ଜବିହାରୀ ପ୍ରଧାନ, ପ୍ରଭାତ ସାହୁ, ସୁବାସ ପ୍ରଧାନ, ସୁରେଶ ନେକାଣ୍ଟି, ସୁଦାମ ପାତ୍ର, ଟିକେଲାଲ ମିଶ୍ର, ଈଶାନ୍ତ ଭୋଇ, କିଶୋର ସାହୁ, ନିରଞ୍ଜନ ପ୍ରଧାନ, ବବ୍ରୁବାହନ ସାହୁ, ଭୁବନ ପ୍ରଧାନ ପ୍ରମୁଖ ଧାରଣାର ନେତୃତ୍ୱ ନେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?