ଲକ୍ଷ୍ୟଠାରୁ ଦୂରରେ ରୁଷା

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷାରେ ବିକାଶ ଲାଗି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା)ରୁ ପ୍ରଚୁର ଅର୍ଥ ଆସୁଛି। ପ୍ରତି ଆର୍ଥିକବର୍ଷରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରୁଷା ପାଣ୍ଠିରୁ ଅନୁଦାନ ମିଳୁଛି। ହେଲେ ଏସବୁକୁ ଶିକ୍ଷାନୁଷ୍ଠାନଗୁଡ଼ିକ ବିନିଯୋଗ କରିପାରୁନାହାନ୍ତି। ଏପରିିକି ଅଧିକାଂଶ ଶିକ୍ଷାନୁଷ୍ଠାନ ଅର୍ଥ ବିନିଯୋଗର ପ୍ରମାଣପତ୍ର ଠିକ୍‌ ସମୟରେ ଦାଖଲ କରୁନାହାନ୍ତି। ଫଳସ୍ବରୂପ ଅର୍ଥ ଖର୍ଚ୍ଚ ନହୋଇ ପଡ଼ିରହୁଛି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ହେଉନାହିଁ କି ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁନାହିଁ। ରାଜ୍ୟରେ ଗତ ୮ବର୍ଷ ଧରି ରୁଷା ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା ମାଧ୍ୟମରେ ଉଚ୍ଚଶିକ୍ଷାର ଯେତିକି ଭିତ୍ତିଭୂମି ବିକାଶ ହେବାକଥା ତାହା ହୋଇପାରିନାହିଁ। ଏପରିକି ଉତ୍କଳ ବିଶ୍ବବିଦ୍ୟାଳୟ ସହ ରମାଦେବୀ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ଭଳି ଆଗଧାଡ଼ିର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ରୁଷା ଯୋଜନାରେ ମିଳିଥିବା ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। କେନ୍ଦ୍ରୀୟ ସଂସ୍ଥା ସେଣ୍ଟ୍ରାଲ ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ (ସିପିଡବ୍ଲ୍ୟୁଡି)କୁ ଦିଆଯାଇଥିବା କାମ ସବୁ ଅଧପନ୍ତରିଆ ହୋଇ ପଡ଼ିରହିଥିବା ବେଳେ ସିପିଡବ୍ଲ୍ୟୁଡି ହାତରେ ବିଶ୍ବବିଦ୍ୟାଳୟ ଭବିଷ୍ୟତ ଟେକିଦେଇ କର୍ତୃପକ୍ଷ ଚୁପ୍‌ ହୋଇ ବସିପଡ଼ୁଛିନ୍ତି।
୨୦୧୩-୧୪ ଆର୍ଥିକବର୍ଷରୁ ରାଜ୍ୟରେ ରୁଷା ଯୋଜନା ଆରମ୍ଭ ହୋଇଥିବା ବେଳେ ରୁଷା-୧ ଅଧୀନରେ ୨୦୨୦-୨୧ ପର୍ଯ୍ୟନ୍ତ ରାଜ୍ୟକୁ ଆର୍ଥିକ ଅନୁଦାନ ମିଳିଛି। ସେହିଭଳି ରୁଷା-୨ କାର୍ଯ୍ୟକ୍ରମ ୨୦୧୮-୧୯ରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲିଥିବା ବେଳେ ଏହା ଅଧୀନରେ ୩ବର୍ଷରେ ମୋଟ ୯୭.୬୭ କୋଟି ଟଙ୍କା ମିଳିଛି। ହେଲେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ସେଥିରୁ ମାତ୍ର ୩୨.୯୫ କୋଟି ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ସେହିଭଳି ରୁଷା-୧ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ମୋଟ ୫୪୨ କୋଟି ଟଙ୍କା ମିଳିଥିବା ବେଳେ ସେଥିରୁ ମାତ୍ର ୩୩୫ କୋଟି ଟଙ୍କା ବିନିଯୋଗ ହୋଇପାରିଛି। ବିଗତ ୮ବର୍ଷରେ ମୋଟ କେନ୍ଦ୍ରୀୟ ଅନୁଦାନ ୩୨୪ କୋଟି ଟଙ୍କାରୁ ୨୨୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାରଙ୍କର ୨୧୭.୮୧ କୋଟି ଟଙ୍କା ଅନୁଦାନରୁ ୧୦୯.୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୩-୧୪ରେ କେନ୍ଦ୍ରରୁ ୩୪.୧୪ କୋଟି ଟଙ୍କା ଆସିଥିବା ରାଜ୍ୟ ସରକାର ରୁଷା ପାଣ୍ଠିକୁ ୧୮.୨ କୋଟି ଟଙ୍କା ଦେଇଥିଲେ। ହେଲେ ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିଲା ନାହିଁ। ସେହିଭଳି ୨୦୧୪-୧୫ରେ କେନ୍ଦ୍ରରୁ ୧୨.୮୪ କୋଟି ଏବଂ ରାଜ୍ୟରୁ ୬.୯ କୋଟିକୁ ମିଶାଇ ମୋଟ ୧୯.୭୪ କୋଟି ଟଙ୍କା ଆସିଥିଲେ ହେଁ ସେଥିରୁ ମଧ୍ୟ କିଛି ଖର୍ଚ୍ଚ ହୋଇପାରିନଥିଲା। ୨୦୧୫-୧୬ରେ ୧୪୦.୮ କୋଟିରୁ ୧୦.୬ କୋଟି ବିନିଯୋଗ ହୋଇଥିବା ବେଳେ କେନ୍ଦ୍ରରୁ ଆସିଥିବା ୮୧.୪୮ କୋଟିରୁ ମାତ୍ର ୯.୧୬ କୋଟି ଖର୍ଚ୍ଚ ହୋଇପାରିଛି। ୨୦୧୬-୧୭ରେ ୧୦୧ କୋଟିରୁ ୮୯.୩ କୋଟି, ୨୦୧୭-୧୮ ଆର୍ଥିକବର୍ଷରେ ୧୧୧.୧୫ କୋଟିରୁ ୧୦୩.୩୬ କୋଟି ଏବଂ ୨୦୧୮-୧୯ରେ ରୁଷା ପାଣ୍ଠିରୁ ୯୬.୩୮ କୋଟି ଟଙ୍କା ବିନିଯୋଗ ହୋଇପାରିଛି। ସେହିଭଳି ୨୦୧୯-୨୦ରେ ୩୫.୯୬ କୋଟିରୁ ୩୫.୧୩ କୋଟି ଏବଂ ୨୦୨୦-୨୧ ଆର୍ଥିକବର୍ଷରେ ୯.୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରୁଷା-୨ ଯୋଜନାରେ ୨୦୧୮-୧୯ ବର୍ଷ କେନ୍ଦ୍ରରୁ ୫୭.୪୦ କୋଟି ଟଙ୍କା ଓ ରାଜ୍ୟ ଅନୁଦାନରୁ ୩୮.୨୭ କୋଟି ଟଙ୍କାକୁ ମିଶାଇ ମୋଟ ୯୫.୬୭ କୋଟି ଟଙ୍କା ଆସିଥିଲା। ମାତ୍ର ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିନଥିଲା। ୨୦୧୯-୨୦ରେ ୧୦.୦୧ କୋଟି ଏବଂ ୨୦୨୦-୨୧ରେ ୨୨.୯୩ କୋଟି ଟଙ୍କାକୁ ମିଶାଇ ୩ବର୍ଷରେ ୯୭.୬୭ କୋଟିରୁ ମାତ୍ର ୩୨.୯୪ କୋଟି ଟଙ୍କା ବିନିଯୋଗ ହୋଇପାରିଛି।
ସବୁଠାରୁ ବଡ଼କଥା ହେଲା ଯେଉଁ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ବିକାଶର ଆବଶ୍ୟକତା ସର୍ବାଧିକ ରହିଛି ଉକ୍ତ ଅଞ୍ଚଳରେ କିନ୍ତୁ ରୁଷା ଅର୍ଥ ବିନିଯୋଗ ହୋଇପାରୁନାହିଁ। ଫଳରେ ପଛୁଆ ଅଞ୍ଚଳ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ ଆଗେଇପାରୁନି। ମାଲାକାନାଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର ଜିଲାଗୁଡ଼ିରେ ରୁଷା ଅର୍ଥ ବିନିଯୋଗ ହୋଇପାରୁନଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ଜିଲାଗୁଡ଼ିକରେ ଥିବା ରୁଷା ମଞ୍ଜୁରୀପ୍ରାପ୍ତ ଆଦର୍ଶ ସ୍ନାତ ମହାବିଦ୍ୟାଳୟଗୁଡ଼ିକରେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଅର୍ଥ ବିନିଯୋଗ ହୋଇପାରି ନଥିବା କୁହାଯାଇଛି। ରୁଷା ନିୟମାବଳୀ ଅନୁଯାୟୀ, ରୁଷା ମଞ୍ଜୁରୀପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ମଞ୍ଜୁରୀପ୍ରାପ୍ତ ଅର୍ଥର ୭୦% କାର୍ଯ୍ୟ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କୁ ପ୍ରଦାନ କରିଥାନ୍ତି। ନୂତନ ଗୃହ ନିର୍ମାଣ ୩୫%, ମରାମତି ଓ ନବୀକରଣ ନିମନ୍ତେ ୩୫% କାର୍ଯ୍ୟ ବିଭିନ୍ନ ସଂସ୍ଥା ଦ୍ୱାରା କରିଥାନ୍ତି। ମାତ୍ର ଉକ୍ତ ସଂସ୍ଥାଗୁଡ଼ିକ ସମୟ ଅବଧି ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିପାରି ନଥାନ୍ତି। ତେଣୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଅର୍ଥ ବିନିଯୋଗ ହୋଇପାରୁ ନଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବିନିଯୋଗ ପତ୍ର ଦାଖଲ କରିନଥିବା ଶିକ୍ଷାନୁଷ୍ଠାନଗୁଡ଼ିର ସମୀକ୍ଷା କରାଯାଇ ବିନିଯୋଗ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସାହୁ କହିଛନ୍ତି। କାର୍ଯ୍ୟନିର୍ବାହୀ ସଂସ୍ଥାର ଯନ୍ତ୍ରୀମାନଙ୍କୁ ସମୟ ଅବଧି ମଧ୍ୟରେ ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ରୁଷା-୨ ଯୋଜନାରେ ଉତ୍କଳ ବିଶ୍ୱବିଦ୍ୟାଳୟର ‘କ୍ୱାଲିଟି ଆଣ୍ଡ୍‌ ଏକ୍ସଲେନ୍ସ’ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥର ବିନିଯୋଗକୁ ତ୍ୱରାନ୍ବିତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି କାର୍ଯ୍ୟର ସମୀକ୍ଷା କରି ତୁରନ୍ତ କାର୍ଯ୍ୟଗୁଡ଼ିକୁ ସାରିବା ଲାଗି ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି। ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁ ରୁଷା ମଞ୍ଜୁରୀପ୍ରାପ୍ତ ଅନୁଷ୍ଠାନଗୁଡ଼ିକର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଅର୍ଥ ବିନିଯୋଗ ହୋଇପାରି ନଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?