ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର ମାଛ ଚାଷ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୧୫ ଅନ୍‌ଲାଇନ ସେବା ଶୁଭାରମ୍ଭ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରି (କେଜ୍‌ କଲ୍‌ଚର) ମାଛ ଚାଷ ପାଇଁ ବିଭିନ୍ନ ଉଦ୍ୟୋଗୀଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍‌ଲାଇନ ସେବା ଦ୍ୱାରା ମାଛ ଚାଷୀ ଓ ଉଦ୍ୟୋଗୀମାନେ ଘରେ ରହି ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇ ପାରିବେ। ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍ସ, ଲବଣାକ୍ତ ଜଳ ମାଛ ଚାଷର ପଞ୍ଜୀକରଣ, ବିଭିନ୍ନ ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ। ବୃହତ୍‌ ଓ ମଧ୍ୟମ ଧରଣର ହ୍ରଦରେ କେଜ୍‌ କଲ୍‌ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚରେ ଏକ ନୂତନ ନୀତି ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ରାଜ୍ୟର ବର୍ଷିିକ ମତ୍ସ୍ୟ ଉତ୍ପାଦନ ୧.୨୪ ଟନ୍‌ ବଢିପାରିବ ଏବଂ ରାଜ୍ୟରେ ମାଛର ସମ୍ପୂର୍ଣ୍ଣ ଚାହିଦା ପୂରଣ ହୋଇ ପାରିବ। କେଜ୍‌ କଲ୍‌ଚର ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ହେବ। ଜଳଭଣ୍ଡାର ଲିଜ୍‌ ରୟାଲ୍‌ଟିରୁ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିଗୁଡିକ ଲାଭବାନ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟର ଉଦ୍ୟୋଗୀମାନଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ରାଜ୍ୟର ଚାଷୀ ଓ ଯୁବକମାନଙ୍କୁ ବ୍ୟାପକ ଭାବେ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର କୃଷିର ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ ରାଜ୍ୟର ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ପାଇଁ ଅଭିବୃଦ୍ଧିର ଇଞ୍ଜିନ ଭାବେ ଗ୍ରହଣ କରିଛନ୍ତି। ଏଥିପାଇଁ ଚଳିତ ବର୍ଷ ଏହି କ୍ଷେତ୍ରକୁ ବଜେଟ ପରିମାଣ ଦୁଇଗୁଣ ବୃଦ୍ଧି କରାଯାଇଛି। ୨୦୧୯-୨୦ରେ ପ୍ରାଥମିକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୯ ପ୍ରତିଶତ ରହିଥିଲା। ଯାହାକି ଅନ୍ୟ ପ୍ରାଥମିକ କ୍ଷେତ୍ରଗୁଡିକ ଠାରୁ ଯଥେଷ୍ଟ ଅଧିକ । ଏଥିସହିତ କୋଭିଡ୍‌ ସମୟରେ ଆନୁଷଙ୍ଗିକ କ୍ଷେତ୍ରଗୁଡିକ ପାଇଁ ରାଜ୍ୟ ସରକାର ୧୭୩ କୋଟି ଟଙ୍କାର କୋଭିଡ୍‌ ପ୍ୟାକେଜ ଘୋଷଣା କରିଛନ୍ତି। । ଏହା ଦ୍ୱାରା ୪୪ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ, ରାଜ୍ୟର ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାରର ୧ ପ୍ରତିଶତ ଜଳରେ ବ୍ୟବସାୟିକ ଭାବେ ପଞ୍ଜୁରି ମାଛ ଚାଷ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର ପ୍ରଥମ ପଦକ୍ଷେପ ଭାବେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ୬୦୦ ସବ୍‌ଜୋନ୍‌ ମଧ୍ୟରୁ ୧୦୦ ସବ୍‌ଜୋନ୍‌ରେ ଉଦ୍ୟୋଗୀମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ଉଦ୍ୟୋଗୀଙ୍କ ସହିତ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରି ମାଛ ଚାଷ ନିମନ୍ତେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି।
ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କର ଦୃଢ଼ ନେତୃତ୍ୱରେ ବିଭାଗ ରାଜ୍ୟର କୃଷକ ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେବା ସହ ଏ କ୍ଷେତ୍ରରେ ଅଧିକ ଉଦ୍ୟୋଗୀ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରାଯାଉଛି।
ଏହି ଅବସରରେ କେଜ୍‌ କଲ୍‌ଚର ମାଛ ଚାଷ ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଦୁଇଜଣ କେଜ୍‌ କଲ୍‌ଚର ଚାଷୀଙ୍କ ମତାମତ ନିଆଯାଇଥିଲା। ବିଭାଗୀୟ ସଚିବ ଆର. ରଘୁ ପ୍ରସାଦ ସ୍ବାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର.କେ ଶର୍ମା, ବିଭାଗୀୟ ସଚିବ ସୌରଭ ଗର୍ଗ, ଜଳସମ୍ପଦ ସଚିବ ଅନୁ ଗର୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri