ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍‌ ରେସ୍‌

କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ତେବେ ଏହାରି ମଧ୍ୟରେ ନିକଟରେ ପୋଲାଣ୍ଡର ଲାବଲିନ ସହରରେ ବାଇକ୍‌ ରେସ୍‌ ଅନୁଷ୍ଠିତ ହୋଇଯାଇଛି। ୧୩ ହଜାର ଲୋକଙ୍କ କ୍ଷମତା ବିଶିଷ୍ଟ ଏକ ଷ୍ଟାଡିୟମ୍‌ରେ ଏହା ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ଯୋଗୁ ଷ୍ଟାଡିୟମ୍‌ରେ ମାତ୍ର ୨୫ ପ୍ରତିଶତ ସିଟ୍‌ ବୁକ୍‌ ହୋଇଥିଲା। କିନ୍ତୁ ପ୍ରଶଂସକଙ୍କୁ ଏହି ରେସ୍‌ ଦେଖିବାର ଥିଲା। ତେଣୁ ସେମାନେ ସାମାଜିକ ଦୂରତ୍ୱ ପାଳନକରି ଏକ ଭିନ୍ନ ଉପାୟ ଆପଣାଇ ଏହି ରେସ୍‌କୁ ଦେଖିଥିଲେ। ପ୍ରଶଂସକମାନେ ରେସ୍‌ ଦେଖିବା ପାଇଁ ୨୧ଟି କ୍ରେନ୍‌କୁ ଭଡ଼ାରେ ନେଇଥିଲେ। ପ୍ରତି କ୍ରେନ୍‌ରେ ୨ରୁ ୪ଜଣ ଲେଖାଏ ବ୍ୟକ୍ତି ସାମାଜିକ ଦୂରତ୍ୱ ରକ୍ଷାକରି ଚଢ଼ିଥିଲେ। ଏହା ପରେ କ୍ରେନ୍‌ ଉପରକୁ ଉଠିଥିଲା। ଏହି ରେସ୍‌କୁ ପ୍ରଶଂସକମାନେ କ୍ରେନ୍‌ ସାହାଯ୍ୟରେ ମଜା ଉଠାଇଛନ୍ତି। କ୍ରେନ୍‌ଗୁଡିକୁ ଷ୍ଟାଡିୟମ୍‌ ଲବିରେ କିଛି ଦୂରତା ବ୍ୟବଧାନରେ ରଖାଗଲା। ଯାହାଦ୍ୱାରା ପ୍ରଶଂସକମାନେ ପ୍ରାୟ ୬୫ ଫୁଟ ଉପରୁ ରେସ୍‌ର ମଜା ନେଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ପରିବେଶବିତ୍‌ ସୁନ୍ଦରଲାଲଙ୍କ ନିଧନ

ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ...

‘ବଚପନ୍‌ କା ପ୍ୟାର୍‌..’ ଗାଇ ସମସ୍ତଙ୍କ ହୃଦୟ ଜିତିଥିଲେ ଏହି କୁନି ଗାୟକ: ଏବେ ବାଦ୍‌ଶାହଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ବି ହୋଇଗଲେ ଫ୍ୟାନ୍‌…

ନୂଆଦିଲ୍ଲୀ: ସ୍କୁଲ ପୋଷାକ ପିନ୍ଧି ପ୍ରେମ ଗୀତଟିଏ ଗାଇଦେଲେ। ପରେ ତାହା ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଗଲା ଯେ ଏବେ ସେ ସବୁଆଡେ ଚର୍ଚ୍ଚାରେ।...

ହ୍ବାଟ୍ସଆପ୍‌ରେ ପାଠପଢ଼ିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠପ୍‌ ହୋଇଯାଇଛି। କେତେକ ଘରୋଇ ସ୍କୁଲ୍‌ରେ ଅନ୍‌ଲାଇନ୍‌ ଜରିଆରେ ପାଠପଢ଼ା ଯାଉଛି।...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୪ ଲକ୍ଷ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ…

ନୂଆଦିଲ୍ଲୀ,୩୦।୬: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ କରିବାକୁୂ ଘୋଷଣା...

ସାବରମତି ନଦୀରେ କୋଭିଡ-୧୯ ଭାଇରସ୍‌

ଅହମଦାବାଦ,୧୮।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି।...

ଏହି ମନ୍ଦିରରେ ରକ୍ଷାବନ୍ଧନ ଉପଲକ୍ଷେ ଭୋଗ ହୁଏ ୨୧ ହଜାର ଲଡୁ

ଉଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱରଙ୍କ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ରବିବାର ସକାଳୁ ବାବାଙ୍କ ଆରତି ପରେ ପୂଜାରୀମାନେ ମହାକାଳଙ୍କୁ ରାଖୀ...

CORONAVIRUS UPDATE: ରାଜ୍ୟରେ ପୁଣି ୨୮୨ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଲା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଛି।...

Advertisement
Archives

Model This Week