କରୋନା ଭୟ: ଛତ୍ରପୁର ସବ୍‌ଜେଲରେ ହେବ ଯାଞ୍ଚ

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ସବଜେଲ୍‌କୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ ଗୁରୁବାର ଟିମ୍‌ ଅନୁଧ୍ୟାନ କରିବା ସହ ଯାଞ୍ଚ କରିଥିବା ଜଣାପଡ଼ିଛି।

ଜେଲରେ ଥିବା ୧୩୦ ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଟିମ୍‌ର ସଦସ୍ୟମାନେ ପଚାରି ବୁଝିଥିଲେ। ଯାହାର କିଛି ଲକ୍ଷଣ ଦେଖାଦେବ ସେସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ଜେଲ ସୁପରିଡେଣ୍ଟ ଶୁଭସ୍ମିତା ବିଶାଳଙ୍କୁ ଉକ୍ତ ଟିମ କହିଛି। ଏଠାରେ ଦୈନିକ ଜେଲ ଫାର୍ମାସିଷ୍ଟଙ୍କ ପକ୍ଷରୁ ସମସ୍ତ ଅନ୍ତେବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଥିବା ସୂଚନା ଦିଆଯାଇଛି। ଅପରପକ୍ଷରେ ଜେଲର ସମସ୍ତ କର୍ମଚାରୀ ଓ ଅନ୍ତେବାସୀଙ୍କ କରୋନା ଟେଷ୍ଟ ହେବ। ତେବେ ଛତ୍ରପୁର ଉପଜ଼ିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧ ଭୋଇ ଓ ହସ୍ପିଟାଲ ସୁପରିଡେଣ୍ଟ ଡା. କାହ୍ନୁ ଚରଣ ପାତ୍ର ଜେଲ ପରିଦର୍ଶନରେ ଯାଇଥିଲେ।

ପ୍ରକାଶଯୋଗ୍ୟ, ବ୍ରହ୍ମପୁର ଜେଲର ୪୩ କର୍ମଚାରୀ ଓ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଅନ୍ୟ ଜେଲ ମାନଙ୍କରେ ଯାଞ୍ଚ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗତ୍‌ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ...

ଶିକ୍ଷକ ଅଭାବ, ପାଠ ପଢ଼ାଇଲେ ମଙ୍ଗଳ ଅଧିକାରୀ: ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି

ଫିରିଙ୍ଗିଆ,୨୧ା୧୨-ସେବାଶ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଅନେକ ଦିନରୁ ଦାବି ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି ଶିକ୍ଷକ ନିଯୁକ୍ତି କରୁନାହିଁ ପ୍ରଶାସନ। ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତର...

ଚାଉଳ ବୋଝେଇ ୨ ଟ୍ରକ୍‌ ଅଟକ

ତିହିଡ଼ି, ୪।୧(ଡି.ଏନ.ଏ.)- ଭଦ୍ରକରୁ ଚାଉଳ ବୋଝେଇ ହୋଇ ତିହିଡ଼ିକୁ ଆସିଥିବା ୨ଟି ଟ୍ରକ୍‌କୁ ସ୍ଥାନୀୟ ତହସିଲଦାର ଶନିବାର ଅପରାହ୍ନରେ ଅଟକ ରଖିଛନ୍ତି। ତହସିଲଦାର ରମେଶ ଚନ୍ଦ୍ର...

କଳକଳାଠାରୁ ଢେଙ୍କାନାଳ ସୀମାନ୍ତ ପୂର୍ଣ୍ଣଚନ୍ଦ୍ରପୁର ରାସ୍ତା: ୨ବର୍ଷ ଗଲାନି ୬କୋଟି ଟଙ୍କାର ରାସ୍ତା

ଯାଜପୁର ଅଫିସ,୩୦ା୯- ରାଜ୍ୟର ପର୍ଯ୍ୟଟନର ବିକାଶ ଓ ପ୍ରଚାରପ୍ରସାର ପାଇଁ ପଡୋଶୀ ଜିଲା ମଧ୍ୟରେ ସଡକ ଯୋଗାଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି ା ଏହିକ୍ରମରେ ଯାଜପୁର...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମଦ ଦୋକାନ

ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ...

ଶନିବାର, ରବିବାର ଅନୁଗୋଳ ଜିଲା ଶଟ୍‌ଡାଉନ୍‌

ଅନୁଗୋଳ ଅଫିସ୍‌, ୩।୭: ଅନୁଗୋଳ ଜିଲାରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ପରେ କଠୋର ହୋଇଛି ପ୍ରଶାସନ। କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ...

ଟଙ୍କାଏ ନ କମାଇବାରୁ ପିଟି ମାରିଦେଲେ

ରୂପ୍‌ସା/ବସ୍ତା,୧୪।୨(ଡି.ଏନ.ଏ./ସ୍ବ.ପ୍ର.):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଅଞ୍ଚଳରେ ସାମାନ୍ୟ ସିଗାରେଟ କିଣାକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ନିଶାଗ୍ରସ୍ତ ଯୁବକମାନେ ପିଟି ପିଟି...

ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେଲେ

ସମ୍ବଲପୁର, ୬ା୩ (ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଅଧୀନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ) ମୁଖ୍ୟ ଗେଟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ...

Advertisement


Archives

Model This Week

Why Dharitri