ଜାଲ୍‌ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ

ବୌଦ୍ଧ ୨୭।୮(ସ୍ବ.ପ୍ର.): ବୌଦ୍ଧ ଜିଲାରେ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକତା ଚାକିରି କରୁଥିବା ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ କିନ୍ତୁ ନକଲି ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପଡିପାରୁନାହିଁ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ମଧ୍ୟ କିଛି ନକଲି ଶିକ୍ଷକଙ୍କ ନାମରେ ଏତଲା ଦିଆଯାଇଥିଲେ ମଧ ଠିକ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ ପରେ ଜିଲା ଶିକ୍ଷା ବିଭାଗର ଚେତା ପଶିଛି। ଏନେଇ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଉଦୟନାଥ ମାଝି ଜଣେ ନକଲି ଶିକ୍ଷକଙ୍କ ନାମରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବୌଦ୍ଧ ଥାନା ପକ୍ଷରୁ ଏକ ମାମଲା (ନଂ.୨୨୬/୨୨) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ନୟାଗଡ ଜିଲା ବଳଭଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ନିଶାଙ୍କ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ହାଟଗାଁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଗତ ୨୦୧୩ରୁ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିଲେ। ସେ ଚାକିରି କରିବା ସମୟରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ବିଶ୍ୱବିଦ୍ୟାଳୟର ବିଇଡି ସାର୍ଟିଫିକେଟ ଦେଇ ଚାକିରି ପାଇଥିଲେ। କିନ୍ତୁ ତାଙ୍କର ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ଡିଇଓ ମାଝି ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଶିକ୍ଷକ ନିଶାଙ୍କଙ୍କୁ ଶୁକ୍ରବାର ଗିରଫ କରି କୋର୍ଟକୁ ପଠାଇଥିବା ଜଣାପଡିଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଜିଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ ପରେ ମାମଲା ହୋଇଥିବା କହିଥିଲେ। ଶିକ୍ଷକ ଜଣକ ଆନ୍ଧ୍ରପ୍ରଦେଶରେ ଏକ ନକଲି ବିଇଡି ସାର୍ଟିଫିକେଟ ଦେଇଥିବା ନେଇ କହିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ

ନବରଙ୍ଗପୁର,୧୭।୧୨(ବି.ପ୍ର.)-ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଫିସ ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ...

ଗୁଣିଗାରେଡ଼ି ସନ୍ଦେହ: ଘରେ ପଶି ନିସ୍ତୁକ ପିଟିଲେ

ପାରଳାଖେମୁଣ୍ଡି:୩୧।୭: ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ଆକ୍ରମଣ କରିଛନ୍ତି। ପରେ ତାଙ୍କ...

ପ୍ରଚାରରେ ସୀମିତ ପ୍ଲାଷ୍ଟିକ୍‌, ପଲିଥିନ ବର୍ଜନ

କେନ୍ଦ୍ରାପଡ଼ା ଅଫିସ, ୬ା୯:ସାରା ଦେଶରେ ୨୦୧୬ ଅକ୍ଟୋବର ୨ରୁ ବର୍ଜ୍ୟବସ୍ତୁ ପରିଚାଳନା ଆଇନକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ...

୧୦୫ ଅତି ଉତ୍ତେଜନା ପ୍ରବଣ ବୁଥ୍‌ ଚିହ୍ନଟ

ନିମାପଡ଼ା,୧୬।୨(ଡି.ଏନ୍‌.ଏ.):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିମାପଡ଼ା ବ୍ଲକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ୧୮ତାରିଖରେ ନିମାପଡ଼ା ବ୍ଲକର ୪ଟି ଜିଲା ପରିଷଦ ଜୋନ,...

ରୋଜଗାର ବାଟ ଦେଖାଇଛି ପିଜୁଳିଚାଷ

ଚିତ୍ରଡ଼ା,୧୭।୪(ଡି.ଏନ.ଏ.)- ଦିନେ ଯେଉଁଠି ଦୂବ କଅଁଳୁ ନ ଥିଲା ଏବେ ସେହି ଚାଷ ଜମି ହସୁଛି। ବିସ୍ତୀର୍ଣ୍ଣ ପଡ଼ିଆ ଜମିରେ ପିଜୁଳି ଚାଷ କରି ଉଦାହରଣ...

ନାବାଳିକାଙ୍କୁ ପ୍ରେମ ମହଙ୍ଗା ପଡ଼ିଲା:ଜେଲ ଗଲେ ୩ ଯୁବକ

ବିଞ୍ଝାରପୁର,୧୫।୩(ଡିଏନଏ): ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି। ଗିରଫ...

ବୁବୁ ପଣ୍ଡା ହତ୍ୟା ମାମଲା: ପ୍ରମାଣ ଅଭାବରୁ ୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୨ା୬: ଅତିରିକ୍ତ ଜିଲା ଜଜ୍‌ (ଏଡିଜେ)- ୧ ସଂଘମିତ୍ରା ଶର୍ମା ବହୁ ଚର୍ଚ୍ଚିତ ରଣ୍ଡାର ବୁବୁ ଓରଫ ଗଣେଶ ପଣ୍ଡା ହତ୍ୟା ମାମଲାର ବୁଧବାର...

ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ଆକ୍ରମଣ, ତୋଟାପଡାରେ ଉତ୍ତେଜନା

ଖଇରା, ୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ବାଇକ ନେବା ଘଟଣାରେ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ...

Advertisement
Archives

Model This Week