ପାଓ୍ବାର କଟ୍‌ କରିବନି ‘ମନ୍‌ କୀ ବାତ୍‌’ ଅଛି

ଭୁବନେଶ୍ବର, ୨୭ା୮(ବ୍ୟୁରୋ): ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ନିର୍ମାଣ ଓ ସମାଜ ମଙ୍ଗଳ ପ୍ରସଙ୍ଗରେ ଆଲୋଚନା କରିବା ସହିତ ସାଧାରଣ ଜୀବନ ବାସକରୁଥିବା ଲୋକଙ୍କ ଅକୁହା କଥା ସାମ୍ନାକୁ ଆଣିଥାଆନ୍ତି, ଯାହା ଆମ ସମସ୍ତଙ୍କୁ ବହୁ ପ୍ରେରଣା ଯୋଗାଏ। ଦେଶର ପ୍ରଧାନମନ୍ତ୍ରୀ ପ୍ରତିମାସ ଶେଷ ରବିବାର ୧୧ଟା ବେଳେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥାନ୍ତି। ୨୦୧୪ରେ ସେ ଶପଥ ନେବାପରେ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅଗଷ୍ଟ ୨୮ଦିନ ୯୨ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ଭାଜପାର ସମସ୍ତ କାର୍ଯ୍ୟକର୍ତ୍ତା, ଜନପ୍ରତିନିଧି ଓ ସାଧାରଣ ଜନତା ଶୁଣିବାକୁ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅନୁରୋଧ କରିଛନ୍ତି। ‘ମନ୍‌ କି ବାତ୍‌’ ଭାରତ ବର୍ଷରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶର ବହୁ ମାତ୍ରରେ ଉନ୍ନତି ଘଟିଛି। ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ରହିଛି । ତେଣୁ ପାୱାର କଟ୍‌ ନ କରିବାକୁ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଲେଖାଶ୍ରୀ ଅନୁରୋଧ କରିଛନ୍ତି। ଏନେଇ ଶକ୍ତି ବିଭାଗ ଓ ଟାଟା ଅଧିକାରୀଙ୍କୁ ପତ୍ର ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ଭାଇରାଲ ଘଟଣା: ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୦ା୭: ସାଧାରଣ ନିର୍ବାଚନ ସମୟରେ ଜଣେ ଲୋକ ସଭା ପ୍ରାର୍ଥିନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ୩...

ବଧୂହତ୍ୟା ଘଟଣା: ସ୍ବାମୀ, ଶାଶୁ, ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା ଅଫିସ, ୧।୬: ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ଜଙ୍କିଆ ମାନପୁର ଗାଁର ବିଳାସିନୀ ରାଉତରାୟ ହତ୍ୟାକାଣ୍ଡ ଘଟଣାର ରାୟ ଶନିବାର ପ୍ରକାଶ...

କାଠଯୋଡ଼ିରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା: ୨୧ ଘଣ୍ଟା ପରେ ମୃତଦେହ ଉଦ୍ଧାର

ନରାଜ/ବାରଙ୍ଗ, ୨୭।୫(ଡି.ଏନ୍‌.ଏ.): କଟକସ୍ଥିତ ନରାଜ ଆନିକଟ ପାଖ କାଠଯୋଡ଼ିରେ ବୁଡ଼ି ରବିବାର ମଧ୍ୟାହ୍ନରେ ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ସେ ହେଲେ...

ଶ୍ରାବଣ ମାସ ପ୍ରଥମ ସୋମବାର ଶ୍ରୀଲିଙ୍ଗରାଜଙ୍କ ପୀଠରେ ୩ ହଜାର କାଉଡ଼ିଆ

ପୁରୁଣା ଭୁବନେଶ୍ୱର,୨୩। ୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାୟ ୩ ହଜାର ୪୦ ଜଣ କାଉଡ଼ିଆ ଜଳଲାଗି କରିଥିବା ପ୍ରଶାସନ ସୂତ୍ରରୁ...

ବନ୍ଦ ହେଲା ଟିଟିପିଏସ୍‌: ପୂର୍ବାହ୍ନ ୮ଟା ୪୩ରେ ଲିଭିଲା ଲାଇଟ୍‌

ତାଳଚେର,୧ା୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରଠାରେ ଥିବା ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌) ପୂର୍ବ ଘୋଷଣା ଅନୁଯାୟୀ ବୁଧବାରଠାରୁ ବିଧିବଦ୍ଧ ଭାବେ ବନ୍ଦ...

ରାଜ୍ୟ ସଭାରେ ଉପସ୍ଥିତ ଲାଗି ବିଜେଡିର ହୁଇପ୍‌

ଭୁବନେଶ୍ୱର ୧୨। ୯(ବ୍ୟୁରୋ): ପାର୍ଲାମେଣ୍ଟ ଅଧିବେଶନ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ। ସମସ୍ତ ରାଜ୍ୟ ସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ବିଜେଡି...

ଦେହରେ ପିପିଇ କିଟ୍‌, ହାତ ପାଦ ଖୋଲା

କଟକ ଅଫିସ,୨୩ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସଂକ୍ରମଣକୁ ରୋକିବା ଓ ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ବର୍ତ୍ତମାନ ସହରର ପୁରୁଣା ରାଉସପାଟଣା, ପ୍ରତାପନଗରୀ,...

ରେକର୍ଡ ଭାଙ୍ଗୁଛି ତାତି: ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬।୫(ବ୍ୟୁରୋ)-ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର...

Advertisement
Archives

Model This Week