ବିଫଳ ହେଉଛି ପ୍ରମୁଖ ଆର୍ଥତ୍କ ସଂସ୍କାର;୧୯୯୧ ଭଳି ମ୍ୟାଜିକ ନୀତିର ଆବଶ୍ୟକତା

ନୂଆଦିଲ୍ଲୀ: ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବାରେ ସରକାରଙ୍କ ପ୍ରମୁଖ ଆର୍ଥତ୍କ ସଂସ୍କାର ବିଫଳ ହେଉଥିବା ଅର୍ଥ ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିକୁ ସମ୍ଭାଳିବାକୁ ଆର୍ଥତ୍କ ଯୋଜନା ସକ୍ଷମ ହେଉ ନ ଥିବାରୁ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି। ଖରାପ ସ୍ଥିତି ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥା ଲାଗି କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି କମିଟି ନିଯୁକ୍ତି ଦେବା ଲାଗି ସରକାର ଏବେ ଯାଏ ସକ୍ଷମ ହେଲେ ନାହିଁ। ଏ କ୍ଷେତ୍ରରେ ସରକାରଙ୍କ ଆର୍ଥତ୍କ ଦୃଷ୍ଟିକୋଣ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି), ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍‌ରେ ରହିଥିବା ସମସ୍ୟା ଯୋଗୁ ଅର୍ଥ ବ୍ୟବସ୍ଥାକୁ ବିଶେଷ ଏହାର ଲାଭ ମିଳିପାରୁନାହିଁ। ସେହିଭଳି ମୁଦ୍ରାନୀତି କମିଟି ବୈଠକ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ରହିବା ଯୋଗୁ ଏହାର ପ୍ରଭାବ ବଜାର ଉପରେ ରହିଛି।
ଜିଏସ୍‌ଟି ବ୍ୟବସ୍ଥାରେ ରାଜ୍ୟଗୁଡିକ ବର୍ତ୍ତମାନ ସହୁଥିବା ଟିକସ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ରର ଉତ୍ତରଦାୟିତ୍ୱ ରହିଛି। ହେଲେ କେନ୍ଦ୍ର ନିଜ ଦାୟିତ୍ୱଠାରୁ ହଟିଯିବାରୁ ଏବେ କ୍ଷତିପୂରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଦେବାଳିଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଫଳରେ ଏନ୍‌ପିଏ ସମସ୍ୟା ଦେଇ ଗତି କରୁଥିବା ବ୍ୟାଙ୍କଗୁଡିକ ନିକଟକୁ ଅର୍ଥ ଫେରି ଆସିବା କ୍ଷେତ୍ରରେ ବିଳମ୍ବ ଦେଖାଯାଉଛି। ବ୍ୟାଙ୍କଗୁଡିକ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଦେବାଳିଆ ଆଇନ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବା ଫଳରେ ଋଣ ଖିଲାପ କରିଥିବା କମ୍ପାନୀଗୁଡିକ ନିକଟରେ ବ୍ୟାଙ୍କ ଅର୍ଥ ଫସି ରହିଛି। ଏହାକୁ ଆଦାୟ କରିବା ଲାଗି ବ୍ୟାଙ୍କ ଆଗଭର ହୋଇ ପାରିବେ ନାହିଁ। ସେହିଭଳି ଆର୍ଥତ୍କ ସହାୟତା ଆଶାରେ ରହିଥିବା ଅର୍ଥ ବ୍ୟବସ୍ଥା ଲାଗି ମୁଦ୍ରା ନୀତି କମିଟି ବୈଠକରେ ହେଉଥିବା ନିଷ୍ପତ୍ତି ଅନେକ ଗୁରୁତ୍ୱ ବହନ କରେ। ମାତ୍ର ସରକାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କମିଟି ବୈଠକ ଠିକ୍‌ ସମୟରେ ହୋଇ ପାରିଲା ନାହିଁ।
ବର୍ତ୍ତମାନର କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ଲାଗି କାମ ଦେଲା ଭଳି ଆର୍ଥତ୍କ ସଂସ୍କାରର ଆବଶ୍ୟକତା ରହିଥିବା ଅହମଦାବାଦ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଏବଂ ପବ୍ଲିକ ପଲିସି ବିଭାଗର ପ୍ରଫେସର ଅନ୍‌ମୋଲ ଅଗ୍ରଓ୍ବାଲ ମତ ପ୍ରକାଶ କରିଛନ୍ତି। ସଂସ୍କାର ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇଥିବା ସରକାର ଯୁକ୍ତି ବାଢ଼ନ୍ତି। ହେଲେ ଦେଶର ଜିଡିପି ଅଭିବୃଦ୍ଧି ୮%ରୁ ହ୍ରାସ ପାଇ ଗତ ତ୍ରୈମାସରେ -୨୩.୯%କୁ ଖସିଛି। କରୋନା ଦ୍ୱାରା ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥା ମଧ୍ୟ ଏତେ ମାତ୍ରାରେ ଜିଡିପି ହ୍ରାସର ସମ୍ମୁଖୀନ ହୋଇନାହାନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ପ୍ରାୟ ୧୫% ହ୍ରାସ ହେବା ନେଇ ଗୋଲ୍ଡ ମ୍ୟାନେ ସ୍ୟାଚ୍‌ ଗ୍ରୁପ୍‌ ପୂର୍ବାନୁମାନ କରିଛି। କୃଷିକ୍ଷେତ୍ରରେ ସଂସ୍କାର କଥା ସରକାର କରୁଛନ୍ତି। ଏପଟେ ଶ୍ରମ ଆଇନରେ ହୋଇଥିବା ସଂଶୋଧନ ନିବେଶର ଏକ ବଡ ବାଟ ଖୋଲିବ ବୋଲି ଯୁକ୍ତିରେ ଦର୍ଶାଇଛନ୍ତି। ମାତ୍ର ଶ୍ରମ ଆଇନ ଏବଂ କୃଷି ଆଇନକୁ ବର୍ତ୍ତମାନ ସାରା ଦେଶରେ ବିରୋଧ ଦେଖିବାକୁ ମିଳିଛି। ଯଦି ସରକାର ଲୋକଙ୍କ ଭଲ ପାଇଁ ଏସବୁ କରୁଛନ୍ତି ତେବେ ଲୋକ ଏହାକୁ କାହିଁକି ବିରୋଧ କରୁଛନ୍ତି ବୋଲି ବଜାର ବିଶେଷଜ୍ଞ କହୁଛନ୍ତି। ସେହିଭଳି ସରକାର ଏକଚାଟିଆ ଭାବେ ସବୁକିଛି କରି ନେଉଥିବା ଅଭିଯୋଗ ଆସୁଛି। ଫଳରେ ଏହାର କୁପ୍ରଭାବ ଅର୍ଥ ବ୍ୟବସ୍ଥାକୁ ସହିବାକୁ ପଡୁଥିବା ଅନ୍ୟ କେତେଜଣ ବିଶେଷଜ୍ଞ କୁହନ୍ତି। ବିମୁଦ୍ରୀକରଣ, ଜିଏସ୍‌ଟି ସମେତ ଅନ୍ୟ କିଛି ସଂସ୍କାରକୁ ବିଶେଷଜ୍ଞ ଉଦାହରଣ ଭାବେ ନିଅନ୍ତି।
ବିମୁଦ୍ରୀକରଣ ଦ୍ୱାରା କଳାଟଙ୍କା ଉପରେ ମାଡ଼ କରିବା ସହ ଅର୍ଥ ବ୍ୟବସ୍ଥାକୁ ଲାଭ ମିଳିବ ବୋଲି ସରକାର କହିଥିଲେ। ଏହାଦ୍ୱାରା କ’ଣ ଲାଭ ମିଳିଲା କାହାକୁ ଜଣାନାହିଁ । ମାତ୍ର ଅର୍ଥ ବ୍ୟବସ୍ଥା ଉପରେ ଏକ ବୃହତ୍‌ ଚଡକ ପଡିଲା; ଯାହାକୁ ସରକାର ଆଜି ଯାଏ ମାନୁନାହାନ୍ତି ବୋଲି ବିଶ୍ୱର ଜଣାଶୁଣା ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି। ଏହା ମଧ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ, ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ରହିଛନ୍ତି। ଅପରପକ୍ଷରେ ଜିଏସ୍‌ଟି ଭଳି ଏକ ଦେଶ ଏକ ଟିକସ ଲାଗୁ କରାଇବା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ଲାଭବାନ ହେବେ ବୋଲି ଏହାକୁ କାର୍ଯ୍ୟକାରୀ କରାଗଲା। ୩ ବର୍ଷ ବିତିଯାଇଥିଲେ ମଧ୍ୟ ଜିଏସ୍‌ଟି ଠିକ୍‌ ଭାବେ ଲାଗୁ ହୋଇପାରିନାହିଁ। ଏହାକୁ ସରକାର ତରବରିଆ ଭାବେ ଲାଗୁ କରିଥିଲେ ମଧ୍ୟ ଏବେ ଯାଏ ଏହାର ତ୍ରୁଟିବିଚ୍ୟୁତି ହେଉଥିବାରୁ ଟିକସ ସଂଗ୍ରହ ଉନ୍ନତି ଆସିପାରିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, କ୍ଷତିପୂରଣ ରାଶି କେନ୍ଦ୍ର ପ୍ରଦାନ କରିବାରେ ନିୟମ ରହିଥିଲେ ମଧ୍ୟ ଏହାକୁ କେନ୍ଦ୍ର ଆଳ ଦେଖାଇ ରାଜ୍ୟଗୁଡିକୁ ନିରାଶ କରିଛି। କେନ୍ଦ୍ରର ଯୁକ୍ତି ହେଲା ରାଜସ୍ବ କ୍ଷତି ହେଲେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କେନ୍ଦ୍ର ବାଧ୍ୟ ନୁହେଁ। ଏହାକୁ ରାଜ୍ୟଗୁଡିକ ମାନିବାକୁ ପ୍ରସ୍ତୁତ ନୁହନ୍ତି। କାରଣ ଜିଏସ୍‌ଟି ଲାଗୁ ହେବା ପରେ ସ୍ଥାନୀୟ ସ୍ତରରେ ଲାଗୁ ହେଉଥିବା ପ୍ରାୟ ୧୨ ଊର୍ଦ୍ଧ୍ୱ ଟିକସ ଜିଏସ୍‌ଟି ପରିସରକୁ ଚାଲିଗଲା। ରାଜ୍ୟଗୁଡିକ ଏଭଳି ଟିକସ ଲାଗୁକରି କିଛି ଟିକସ ପାଉଥିଲେ। ମାତ୍ର ଜିଏସ୍‌ଟି ପରେ କେନ୍ଦ୍ରର ମନମାନି ଦେଖିବାକୁ ମିଳୁଛି ବୋଲି ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଅଭିଯୋଗ କରୁଛନ୍ତି। କେନ୍ଦ୍ର କିଭଳି ନିଜ ନୈତିକ ଦାୟିତ୍ୱଠାରୁ ହଟିଯାଉଛି, ଯାହା ଆର୍ଥତ୍କ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କୁହାଯାଏ। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବାକୁ ପୁଣି ଥରେ ୧୯୯୧ ଭଳି ମ୍ୟାଜିକ ଆର୍ଥତ୍କ ନୀତିର ଆବଶ୍ୟକତା ରହିଛି ବୋଲି ଆଉ କେତେଜଣ ଅର୍ଥ ବିଶେଷଜ୍ଞ ମତ ପ୍ରକାଶ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟରେ ଏତିକି ଟଙ୍କା ଡିପୋଜିଟ ଅଛି କି? ଜୁଲାଇ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ…

ବର୍ତ୍ତମାନ ପ୍ରାୟ ସବୁ ଲୋକଙ୍କର ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଅଛି। ପ୍ରତି ମାସରେ ଆପଣ ଏକ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ମଧ୍ୟ…

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…

ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri