ସାହା ହେଲା ମା’ ହାତୀ

ଢେଙ୍କାନାଳ ଅଫିସ,୬ା୧୦

ଗଁ। ପାଖ ଦେଇ ଜଙ୍ଗଲକୁ ଯିବାବେଳେ ଏକ କଂକ୍ରିଟ୍‌ ନାଳ ମଧ୍ୟରେ ଖସି ପଡ଼ିଥିଲା ଛୁଆ ହାତୀ। ଦଳରେ ଥିବା ସାଥୀମାନେ ଆଗକୁ ବଢ଼ିଯାଇଥିଲେ ବି ନିଜ ଛୁଆ ପାଇଁ ଅଟକି ଯାଇଥିଲା ମା’। ଅଣଓସାରିଆ ନାଳ ମଧ୍ୟରୁ ତାକୁ କେମିତି ଉଦ୍ଧାର କରିବ ସେ ନେଇ ଆରମ୍ଭ କରିଥିଲା ଉଦ୍ୟମ। ଶେଷରେ ବାଲିବସ୍ତା ପକାଇ ବନ ବିଭାଗ ବଳ ଯୋଗାଇ ଦେବା ପରେ ମୁଣ୍ଡରେ ଠେଲି ଠେଲି ଛୁଆକୁ ଉପରକୁ ଉଠାଇ ଆଣିଥିଲା ମା’ ହାତୀ।
ବିପଦ ମୁହଁରେ ପଡ଼ିଥିବା ନିଜ ଛୁଆକୁ ମା’ ହାତୀ ଏପରି ସାହା ହେବା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲାରେ। ସୋମବାର ସକାଳେ ସଦର ରେଞ୍ଜ ଗଦାଶିଳା ସେକ୍ସନ ବ୍ରାହ୍ମଣୀ ନଦୀକୂଳ ଗୁଣୁଦେଇ ଗ୍ରାମଦେଇ ୨୧ଟି ହାତୀ ୫୫ନଂ ଜାତୀୟ ରାଜପଥ ନିକଟସ୍ଥ ଜଙ୍ଗଲ ଆଡକୁ ଯାଉଥିଲେ। ଏହି ସମୟରେ ଗଁା ରାସ୍ତା ପାର୍ଶ୍ୱରେ ଥିବା ଏକ କଂକ୍ରିଟ ନାଳ ଭିତରକୁ ହାତୀ ଛୁଆଟି ଖସିପଡିଥିଲା। ଗଭୀର ହୋଇ ନ ଥିଲେ ବି ଅଣଓସାରିଆ ଥିବାରୁ ହାତୀଟି ସେଥିରୁ ଉଠିପାରି ନ ଥିଲା। ଏହା ଦେଖି ସହାୟତା ପାଇଁ ମା’ ହାତୀ ଆଗେଇ ଆସିଥିଲା। ଅନ୍ୟ ହାତୀମାନେ ଜଙ୍ଗଲକୁ ପଳାଇଯାଇଥିଲେ ମଧ୍ୟ ଛୁଆକୁ ନାଳରୁ ଉଠାଇ ସାଥିରେ ନେବାକୁ ମା’ ଦୀର୍ଘ ସମୟ ଧରି ଉଦ୍ୟମ ଜାରି ରଖିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ। ଖବରପାଇ ଗଦାଶିଳା ସେକ୍ସନ ବନ କର୍ମଚାରୀ ଓ ସ୍କ୍ବାଡ୍‌ ସଦସ୍ୟମାନେ ପହଁଞ୍ଚି ନାଳ ଭିତରେ ବାଲି ବସ୍ତା ପକାଇଥିଲେ। ଏହାପରେ ମା’ ହାତୀଟି ପଛରୁ ଠେଲି ଠେଲି ଛୁଆକୁ ବାଲି ବସ୍ତା ଉପରେ ଚଢାଇ ନାଳରୁ ଉଦ୍ଧାର କରିଥିଲା। ବନ କର୍ମଚାରୀଙ୍କ ଉପସ୍ଥିତିରେ ଉଭୟ ମା’ ଓ ଛୁଆ ହାତୀ ୫୫ନଂ ଜାତୀୟ ରାଜପଥ ପାରହୋଇ ଜୀବନଖୋଲ ଜଙ୍ଗଲ ଆଡକୁ ଚାଲିଯାଇଥିବା ସଦର ରେଞ୍ଜର ଧରିତ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?