ସଂଖ୍ୟା ନୁହେଁ, ଶିକ୍ଷା ପରିସର ବଢ଼ାଅ

ଅନୁଗୋଳ ଅଫିସ, ୨୩।୧୧: ୨୦ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ରବିବାର କିଛିଟା ପରିବର୍ତ୍ତନ କରାଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏପରି ବ୍ୟବସ୍ଥା ହେଉଥିବା ସରକାରୀ ଭାବେ କୁହାଯାଉଛି। କିନ୍ତୁ ସରକାରଙ୍କ ଏହି ପରିବର୍ତ୍ତିତ ନିଷ୍ପତ୍ତି ସ୍କୁଲ ବନ୍ଦକୁ ବିରୋଧ କରୁଥିବା ଅନୁଗୋଳ ଜିଲାର ଅନେକ ଅଭିଭାବକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଛାତ୍ରୀଛାତ୍ରଙ୍କ ସଂଖ୍ୟାକୁ ଆଳ ନ କରି ସରକାର ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାର ପରିସର ବୃଦ୍ଧି କରି ଅଧିକ ପିଲାଙ୍କୁ ଆକର୍ଷିତ କରିବା ଉପରେ ଦୃଷ୍ଟି ଦେଲେ ଏପରି ‘ତାଲା-ଖୋଲା’ ଝମେଲା ସୃଷ୍ଟି ହୁଅନ୍ତା ନାହିଁ ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି। ଗତ ୫ ବର୍ଷରେ ଜିଲାର ୧୧୦ଟି ବିଦ୍ୟାଳୟ ବନ୍ଦ ହୋଇସାରିଥିବାରୁ ସରକାର ଏପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।
ଗୁଣାତ୍ମକ ଶିକ୍ଷାର ଦ୍ୱାହି ଦେଇ ସରକାରଙ୍କ ପକ୍ଷରୁ ୨୦୧୫ ମସିହାରୁ ଅନୁଗୋଳ ଜିଲାରେ ସ୍କୁଲ ବନ୍ଦ ପ୍ରକ୍ରିୟା ଜାରି ରଖାଯାଇଛି। ୨୦୧୫ରେ ୬ଟି ବିଦ୍ୟାଳୟରେ ତାଲା ଝୁଲାଯାଇଥିଲା। ୨୦୧୬ରେ ୮ଟି, ୨୦୧୯ରେ ୧୮ଟି ସ୍କୁଲକୁ ନିକଟସ୍ଥ ଶିକ୍ଷାନୁଷ୍ଠାନ ସହ ମିଶ୍ରଣ କରାଯାଇଥିଲା। ୨୦୧୯-୨୦ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ୨୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୧ଟି ବିଦ୍ୟାଳୟକୁ ଅନ୍ୟ ସ୍କୁଲ ସହ ମିଶାଇ ଦିଆଯାଇଥିଲା। ଏବେ ତୃତୀୟ ପର୍ଯ୍ୟାୟରେ ୧୭୦ଟି ସ୍କୁଲକୁ ବନ୍ଦ ପାଇଁ ତାଲିକାଭୁକ୍ତ କରାଯାଇଛି। ସେଥିରେ ଅନୁଗୋଳ ପୌରପାଳିକାରୁ ୫ଟି, ଅନୁଗୋଳ ବ୍ଲକରୁ ୧୪, ବଅଁରପାଳ ବ୍ଲକରୁ ୧୧, ଛେଣ୍ଡିପଦା ବ୍ଲକରୁ ୩୦, କଣିହଁା ବ୍ଲକରୁ ୨୬, ପାଲଲହଡ଼ା ବ୍ଲକରୁ ୨୭, ତାଳଚେର ବ୍ଲକରୁ ୧୦, ତାଳଚେର ପୌରାଞ୍ଚଳରୁ ଗୋଟିଏ, କିଶୋରନଗର ବ୍ଲକରୁ ୨୬, ଆଠମଲ୍ଲିକ ବ୍ଲକରୁ ୨୩, ଆଠମଲ୍ଲିକ ଏନ୍‌ଏସିରୁ ୧ଟି ବିଦ୍ୟାଳୟ ଥିବା ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ରିପୋର୍ଟ ପଠାଯାଇଛି। ଏହି ସୂଚନା ଅଭିଭାବକଙ୍କ ନିକଟରେ ପହଞ୍ଚିବା ପରେ ଅନେକ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ବହୁ ଅଞ୍ଚଳ ପାହାଡ଼ ଓ ଜଙ୍ଗଲ ଅଧ୍ୟୁଷିତ ହୋଇଥିବାରୁ ସରକାର ଏଠାରେ କମ୍‌ ଉପସ୍ଥାନ ଥିବା ସ୍କୁଲଗୁଡ଼ିକୁ ଅନ୍ୟ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଲେ କୋମଳମତି ଛାତ୍ରୀଛାତ୍ରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଅନେକ ଗଁାକୁ ପାଦଚଲା ରାସ୍ତା ବ୍ୟତୀତ ଗମନାଗମନର ଭଲ ସୁବିଧା ସରକାର କରିନାହାନ୍ତି। ଏପରି ସ୍ଥିତିରେ କେଇ କିଲୋମିଟର ପାଦରେ ଚାଲି ଚାଲି ଯିବା ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପକ୍ଷେ ସମ୍ଭବ ହେବନାହିଁ। ଏପରି କି ବହୁ ଛାତ୍ରୀଛାତ୍ରଙ୍କ ପାଠରେ ଡୋରି ମଧ୍ୟ ବନ୍ଧା ହୋଇଯାଇପାରେ। ତେଣୁ ସରକାର ଉନ୍ନତ ଶିକ୍ଷା ପାଇଁ ପିଲାଙ୍କୁ ଦୂରକୁ ନେବା ଅପେକ୍ଷା ଗାଁ ନିକଟ ସ୍କୁଲରେ କିପରି ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ ସେହି ସମସ୍ୟାର ସମାଧାନ କରିବା ଦରକାର ବୋଲି ଅଭିଭାବକମାନେ ପରାମର୍ଶ ଦେଇଛନ୍ତି।

ଦୁର୍ଗମ ଅଞ୍ଚଳରେ ସୁରକ୍ଷା କିଏ ଦେବ
ଅନୁଗୋଳ ଜିଲାର ବହୁ ଗାଁ ପାହାଡ଼, ଜଙ୍ଗଲାଞ୍ଚଳରେ ରହିଛି। ଏପରି ଦୁର୍ଗମ ଅଞ୍ଚଳର କୋମଳମତି ଛାତ୍ରୀଛାତ୍ରଙ୍କୁ ଦୂରକୁ ନିଆଗଲେ ସୁରକ୍ଷା ଦେବ କିଏ। ଶିକ୍ଷା ଯେ ମୌଳିକ ଅଧିକାର ତାହା ଭୁଲିଗଲେ ହେବ ନାହିଁ। ୫ ଜଣ ହେଲେ ମଧ୍ୟ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରାଗଲେ ଆଗାମୀ ଦିନରେ ସରକାରୀ ସ୍କୁଲରେ କମ୍‌ ଉପସ୍ଥାନ ଦୃଶ୍ୟମାନ ହେବ ନାହିଁ।
-ଦୁର୍ଗା ଚରଣ ବିଶୋଇ, ଶିକ୍ଷାବିତ୍‌, ଅନୁଗୋଳ

ଦୂରତା ହିଁ ବିରୋଧର କାରଣ
ସରକାରଙ୍କ ନିଷ୍ପତ୍ତି ବିଶେଷକରି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। ନୂତନ ବିଦ୍ୟାଳୟ ଦୂର ହୋଇଥିଲେ ବଡ଼ ସମସ୍ୟା ଉପୁଜିବ। ତେଣୁ ଦୂରତା ଅଧିକ ହେଉଥିଲେ ସରକାର ସୁରକ୍ଷିତ ଭାବେ ପିଲାଙ୍କ ଯାତାୟାତର ସୁବିଧା କରନ୍ତୁ। ନଚେତ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ସୁରକ୍ଷିତ ମଣିବେ ନାହିଁ।
-ଅରବିନ୍ଦ ସାହୁ, ଅଭିଭାବକ

ପ୍ରଶାସନ ନିକଟରେ ବିକଳ୍ପ ରହିଛି
କେଉଁଠି ପିଲା ତ ଆଉକେଉଁଠି ଶିକ୍ଷକ କମ୍‌ ରହୁଛନ୍ତି। ଏପରି ବିଦ୍ୟାଳୟର ମିଶ୍ରଣ କରାଗଲେ ଛାତ୍ରୀଛାତ୍ରୀମାନେ ଶିକ୍ଷାର ଲାଭ ପାଇବେ ବୋଲି ଭାବି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳ ସମ୍ପର୍କରେ ବିଚାର କରିବାକୁ ଜିଲାସ୍ତରୀୟ ସ୍କୃଟିନ୍‌ କମିଟି ରହିଛି। ପ୍ରଶାସନ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିପାରିବ।
-ଶାନ୍ତନୁ କୁମାର ସର, ପ୍ରାକ୍ତନ ଅଧ୍ୟକ୍ଷ, ଅନୁଗୋଳ କଲେଜ

ସମସ୍ୟା ଥିଲେ ପୁନଃ ଅନୁଧ୍ୟାନ
ଜିଲାର କେଉଁ ସ୍କୁଲକୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରାଯିବ ତାହା ସରକାରଙ୍କ ପଲିସି ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ଆଦିବାସୀ ଅଧ୍ୟୁଷିତ କିମ୍ବା ଅନ୍ୟ ଅଞ୍ଚଳରେ ସମସ୍ୟା ଥିଲେ ସେଠାରେ ପୁନର୍ବାର ଅନୁଧ୍ୟାନ ପାଇଁ ଜିଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଉଛି। ଜଙ୍ଗଲ ଓ ପାହାଡ଼ ଅଞ୍ଚଳର ଅଭିଯୋଗ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri