ଜାଲ୍‌ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଦେଉଥିବା ରାକେଟ୍‌ ଠାବ

ଯାଜପୁର ଟାଉନ,୬।୮(ଡି.ଏନ.ଏ.): ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରସ୍ତୁତ କରି ଏଥିରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ଯାଜପୁର ପୋଲିସ। ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଥିବା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ଓ ଥାନା ଅଧିକାରୀ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି।
ପୂର୍ବରୁ ଆଜିଭଳି ଅନ୍‌ଲାଇନ୍‌ରେ ନୁହେଁ ଅଫ୍‌ ଲାଇନ୍‌ରେ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରାପ୍ତିପାଇଁ ଆବେଦନ କରାଯାଉଥିଲା। ନିର୍ଦ୍ଦିଷ୍ଟ ବର୍ଷ ଅନ୍ତରରେ ଜିଲା ସଦର ମହକୁମାଠାରେ ପ୍ରତିମାସ ପ୍ରଥମ ସପ୍ତାହରେ ନୂଆ ଆବେଦନର ଯାଞ୍ଚ ଓ ନବୀକରଣ କରାଯାଇଥାଏ। ତେବେ ଗତ ୩ ତାରିଖରେ ବାଲିଚନ୍ଦ୍ରପୁର ଥାନା ସାଉଡିଆ ଅଞ୍ଚଳର କାମିନୀକାନ୍ତ ପରିଡ଼ା ନାମକ ଜଣେ ହିତାଧିକାରୀ ପ୍ରମାଣପତ୍ର ଯାଞ୍ଚ କରିବାକୁ ଆସିଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀ ଡା. ଅନୁପ କୁମାର ନାଥଶର୍ମା ଏହି ପ୍ରମାଣପତ୍ର ଜାଲ ଥିବା ଜାଣି ପାରଥିଲେ। ଏହାପରେ ଡାକ୍ତର ଶର୍ମା ଯାଜପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ନକଲି ଭିନ୍ନକ୍ଷମ ପରିଡ଼ାଙ୍କୁ ନେଇ ଥାନାରେ ପଚରା ଉଚରା କରିଥିଲେ। ତଦନ୍ତ ସମୟରେ ସାର୍ଟିଫିକେଟ୍‌ଟି ବାଲିଚନ୍ଦ୍ରପୁର ଥାନା ସାଉଡିଆର ପ୍ରଶାନ୍ତ ସାମଲ ନାମକ ଜଣେ ବ୍ୟକ୍ତି ଯୋଗାଇ ଦେଇଥିଲେ ବୋଲି ଜଣାପଡ଼ିଥିଲା। ଅଧିକ ଖୋଳତାଳ ପରେ ବାଲିଚନ୍ଦ୍ରପୁର ଥାନା ଫକୀରପାଟଣା ନିବାସୀ ଚନ୍ଦ୍ରକାନ୍ତ ନନ୍ଦ ଏହା ପ୍ରସ୍ତୁତ କରୁଥିବା ଏବଂ ୨୦୧୪ରୁ ସେ ଏଭଳି ଜାଲ ସାର୍ଟିଫିକେଟ୍‌ ତିଆରି କରୁଥିବା ଜଣାପଡ଼ିଥିଲା। ପୋଲିସ ଚଢ଼ାଉ ବେଳେ ଏକ ଷ୍ଟାମ୍ପପ୍ୟାଡ୍‌, ୧୦ଟି ନକଲି ରବର ଷ୍ଟାମ୍ପ ଓ ବହୁ ନକଲି ସାର୍ଟିଫିକେଟ୍‌୍‌ ଜବତ କରିବା ସହ ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସାର୍ଟିଫିକେଟ୍‌ ଗୋଟି ଅଭିଯୁକ୍ତ ୨ ହଜାର ଟଙ୍କା ନେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ପୋଲିସ ନଂ.୨୭୮/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ତେବେ ଏହି ର଼୍ୟାକେଟ୍‌ ପଛରେ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଅସାଧୁ କର୍ମଚାରୀ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ୨୦୧୪ରୁ ଅନ୍‌ଲାଇନ୍‌ ହେବା ମଧ୍ୟରେ ଏମିତି ନକଲି ପ୍ରମାଣ ପତ୍ରରେ ଅନେକ ଭିନ୍ନକ୍ଷମ ଓ ନକଲି ହିତାଧିକାରୀମାନେ ସରକାରଙ୍କ ଅନେକ ସୁବିଧା ସୁଯୋଗକୁ ହାତେଇ ନେଇଥିବା ଜଣାପଡ଼ିଛି। ତେବେ ଏହାର ଏକ ସ୍ବତନ୍ତ୍ର ତଦନ୍ତ ଆବଶ୍ୟକ ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri