ସରକାରୀ ଖାତାକୁ ଆସିଲା ଏକରେ ଜାଗା

ଅନୁଗୋଳ ଅଫିସ,୧୩।୬: ଅନୁଗୋଳ ସହରରେ ଜବରଦଖଲରେ ଥିବା ସରକାରୀ ଜାଗାକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ଜୋରଦାର ଉଚ୍ଛେଦ ପ୍ରକ୍ରିୟା ଜାର ରହିଛି। ସୋମବାର ପ୍ରଶାସନିକ ଅଧିକାରୀମାନେ ସରକାରୀ ଜାଗାରେ ଥିବା ଘର ଓ ଦୋକାନଘରକୁ ବୁଲଡୋଜର ଲାଗାଇ ଉଚ୍ଛେଦ କରିଥିବା ବେଳେ ଗୋପବନ୍ଧୁ ପାର୍କ ପଛ ପାର୍ଶ୍ୱରେ ଥିବା ପ୍ରେସ୍‌ କ୍ଲବ କୋଠାକୁ ମଧ୍ୟ ଅକ୍ତିଆରକୁ ନେଇଛନ୍ତି। ଏହି ସମୟରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ତହସିଲଦାର ଶାଶ୍ୱତ ଦାସ, ତାମଡା ଅଧିକାରୀ ସତ୍ୟାନନ୍ଦ ଦାସ, ସଦର ଥାନା ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା, ସଦର ଆରଆଇ, ତାମଡା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଅନୁଗୋଳ ଉପଜିଲାପଳଙ୍କ ନିର୍ଦ୍ଦେଶକ୍ରମେ ସହରରେ ଦୀର୍ଘଦିନ ପରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ହେବା ପରେ ପ୍ରଶାସନିକ ଅଧିକାରୀମାନେ ସରକାରୀ ଜାଗାରେ ଥିବା ପ୍ରେସ୍‌ କ୍ଲବ ଘରକୁ ନିଜ ଅକ୍ତିଆରକୁ ଆଣିଥିଲେ। ପ୍ରସ୍‌ କ୍ଲବରେ ପଡ଼ିଥିବା ତାଲାକୁ ଭାଙ୍ଗି ନୂତନ ତାଲା ପକାଇବା ସହ ଜଉମୁଦା ଦେଇ ସିଲ୍‌ କରିଥିଲେ। ଏହାପରେ ହରିମହୁରୀ ଛକରୁ ହାତୀଶାଳପଡ଼ା ରାସ୍ତାପାର୍ଶ୍ୱରେ ସରକାରୀ ଜାଗାକୁ କବଜା କରି ରଖିଥିବା ଜବରଦଖଲକାରୀଙ୍କୁ ହଟାଯାଇଥିଲା। ଦୀର୍ଘ ଦିନ ହେବ ସରକାରୀ ଜାଗାକୁ ଅକ୍ତିଆର କରି ବ୍ୟବସାୟ କରୁଥିବା ଦୋକାନ ଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। ସେଠାରେ ଥିବା ବିୟୁଟି ପାଲର, ଚା, ଜଳଖିଆ ଆଦିି ଦୋକାନକୁ ଭଙ୍ଗା ଯାଇଥିଲା। ଏହାପରେ ସେଠାରେ ନିର୍ମାଣ ହୋଇଥିବା ଏକ ଦୁଇ ମହଲା ଗୃହକୁ ମଧ୍ୟ ବୁଲଡ଼ୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ଏହି ଉଚ୍ଛେଦ ସମୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। କେତେଜଣ ଯୁବକ ବିରୋଧ କରିଥିଲେ। ବୁଲଡୋଜର ବୁଲିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ପରେ ପୋଲିସ, ତାମାଡା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପ୍ରଶାସନିକ ଅଧିକାରୀମାନେ ଉକ୍ତ ଘରଗୁଡ଼ିକୁ ଭାଙ୍ଗି ଦେଇଥିଲେ। ସେଠରେ ଜବରଦଖଲ କରିଥିବା ବ୍ୟକ୍ତିମାନେନିଜ ଘର ନ ଭାଙ୍ଗିଲେ, ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିବ ବୋଲି କହିଥିଲେ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ସରକାରୀ ଜାଗାକୁ ଜବର ଦଖଲରୁ ମୁକ୍ତ କରାଯିବ। ଏନେଇ ଉଚ୍ଛେଦ ପ୍ରକ୍ରିୟା ଜାରି ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?