Posted inଜାତୀୟ

ମାଟି ମା’ଠାରୁ ଦୂରରେ ରହିଲେ ବି ପ୍ରବାସୀଙ୍କ ମନରେ ରହିଛି ଭାରତ ପ୍ରତି ଶ୍ରଦ୍ଧା-ସମ୍ମାନ: ମୋଦି

ନୂଆଦିଲ୍ଲୀ,୯।୧: ପ୍ରବାସୀ ଭାରତୀୟମାନେ ମାଟି ମା’ଠାରୁ ଦୂରରେ ରହିଥିଲେ ବି ସେମାନଙ୍କ ମନରେ ଦେଶ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ରହିଛି। କରୋନା ମହାମାରୀ ସଙ୍କଟ ସମୟରେ ଭାରତୀୟମାନେ ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନେ ପାଖପଡ଼ୋଶୀଙ୍କୁ ସହାୟତା କରିବା ସହିତ ମହାନ୍‌ ସେବା ମନୋଭାବର ପ୍ରଦର୍ଶନ କରିଛନ୍ତିି। ୧୬ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏଭଳି କହିଛନ୍ତି। ଯେବେ ବି ଭାରତର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠିଛି ସେବେ ଭାରତବାସୀ ଏହାକୁ ଭୁଲ୍‌ ପ୍ରମାଣିତ କରି ନିଜର ଦକ୍ଷତାର ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି। ଭାରତବାସୀ ପୃଥିବୀର ଯେଉଁ ଅଞ୍ଚଳରେ ଥିଲେ ବି ସବୁବେଳେ ବିଶ୍ୱ ସମୁଦାୟ ପାଇଁ ନୂଆ ଉଦାହରଣ ହିଁ ସୃଷ୍ଟି କରିଥାନ୍ତି। ଭାରତ ପରାଧୀନ ଥିବାବେଳେ ୟୁରୋପରେ କୁହାଯାଉଥିଲା ଯେ, ଭାରତ କେବେ ସ୍ବାଧୀନ ହୋଇ ପାରିବ ନାହିଁ। ମାତ୍ର ତାହା ଭୁଲ୍‌ ପ୍ରମାଣିତ ହୋଇଥିଲା। ସେହିପରି ସ୍ବାଧୀନତା ପରେ ପାଶ୍ଚାତ୍ୟ ଦେଶ ଭାରତକୁ ଗରିବ ବୋଲି କହୁଥିଲେ। ମାତ୍ର ଶେଷରେ ସେଭଳି ଧାରଣା ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଥିଲା। ଏବେ ଭାରତର ଲୋକତନ୍ତ୍ର ସଫଳତାର ସହିତ ପୃଥିବୀ ଆଗରେ ଉଭା ହୋଇଛି। ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରବାସୀଙ୍କ ଯୋଗଦାନ ଅତୁଳନୀୟ। କରୋନ ସଙ୍କଟରେ ଭାରତ ପଛେଇ ନ ଯାଇ ପ୍ରତିଷେଧକ ଟିକା ପ୍ରସ୍ତୁତିରେ ଆଗୁଆ ରହିଛି। ଦେଶରେ ଦୁଇଟି ଟିକା ପ୍ରସ୍ତୁତ ହୋଇଛି। ଭାରତର ଟିକାକୁ ଏବେ ପୃଥିବୀବାସୀ ଅପେକ୍ଷା କରି ରହିଛନ୍ତି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ ଲକ୍ଷ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ପ୍ରେମ ବିବାହକୁ ବିରୋଧ କଲେ ପରିବାର ଲୋକେ, ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

ପାଟଣା,୬ା୫: ବିହାରର ଗୋପାଳଗଞ୍ଜରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ପ୍ରେମୀଯୁଗଳ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ ବିବାହ କରିଥିଲେ। ଏବେ ନବଦମ୍ପତି...

ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ମିଳିଲା ଧମକ, କହିଲେ ବଞ୍ଚାଇ ପାରିବେନି ଆଇପିଏସ୍ ଶ୍ୱେତା

ନୂଆଦିଲ୍ଲୀ, ପୂର୍ବତନ କ୍ରିକେଟର ତଥା ଭାରତୀୟ ଜତନା ପାର୍ଟି ଏମ୍‌ପି ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ପୁଣିଥରେ ଜୀବନରୁ ମାରିଦେବାକୁ ଧମ ଦିଆଯାଇଛି ।...

‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ ଭଳି, ଯଦି ଆପଣ…’, କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଭାରତୀୟ ମହିଳା ଅଧିକ ଚାପଗ୍ରସ୍ତ…

ନୂଆଦିଲ୍ଲୀ,୨୯।୪ : ଆମେରିକାରୁ ଆରମ୍ଭ କରି ଆଫ୍ରିକା ଏବଂ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ସ୍ଥିତି ଗତ ୧୦ ବର୍ଷ ମଧ୍ୟରେ ଦ୍ରୁତ ଗତିରେ ବଦଳି ଯାଇଛି।...

ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍‌ ନେଇଥିବା ବ୍ୟକ୍ତି

ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ...

ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ...

ଶାହା ଫଟୋ ପୋଷ୍ଟକରି ଫିଲ୍ମନିର୍ମାତା ଗିରଫ

ଗାନ୍ଧୀନଗର, ୨୦ା୭: ଅହମଦାବାଦ କ୍ରାଇମ୍‌ ବ୍ରାଞ୍ଚ ମଙ୍ଗଳବାର ଫିଲ୍ମ ନିର୍ମାତା ଅବିନାଶ ଦାଶଙ୍କୁ ଗିରଫ କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଆଇଏଏସ୍‌ ଅଫିସର ପୂଜା...

Advertisement
Archives

Model This Week