Posted inଫୁରସତ

୮୬ ବର୍ଷ ର୍ପୂବରୁ ଏହି ଚିମିନିରେ ଜଳାଯାଉଥିଲା ନୋଟ୍ 

ଆଗ୍ରା: କଳକାରଖାନା ଓ ଇଟା ଭାଟିରେ ତିଆରି ହୋଇଥିବା ବଡ ବଡ ଚିମିନିକୁ ପ୍ରାୟ ଅଧିକାଂଶ ଲୋକେ ଦେଖିଥିବେ । ଏଥିରୁ ବାହାରୁଥିବା ଧୂଆ ପରିବେଶକୁ ବହୁ ପରିମାଣରେ ନଷ୍ଟ କରିଥାଏ ବୋଲି କୁହାଯାଏ । ହେଲେ ତାଜମହଲ ସହର ଆଗ୍ରାରେ ଏମିତି ଏକ ଚିମିନି ରହିଛି ଯେଉଁଠି କେବଳ ନୋଟ୍ ଜଳାଯାଉଥିଲା । ହେଲେ ୮୬ ବର୍ଷ ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଇଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏ ସମ୍ପର୍କରେ ଅଧିକାଂଶ ସ୍ଥାନୀୟ ବାସିନ୍ଦା ମଧ୍ୟ ଜାଣନ୍ତି ନାହିଁ । ୨୦୧୪ରେ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ତତ୍‌କାଳିନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଦ୍ୱାରା ଲୋକାର୍ପିତ ଫ୍ଲେକ୍ସ ଲଗାଇ ଏହାର ପରିଚୟ ଦେଇଥିଲା । ଛିପିଟୋଲା ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ପରିସରରେ ରହିଛି ଏହି ନୋଟ୍ ଜଳାଇବା ଚିମିନି । ଏଠାରେ ସାରା ଦେଶରୁ ଆସୁଥିବା ଚିରାଫଟା ଓ ପୁରୁଣା ନୋଟ୍‌କୁ ଜାଳି ଦିଆଯାଉଥିଲା । ଏହାପରେ ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କ ନୋଟ ଜଳାଇବା କାମକୁ ଜୟପୁର ସ୍ଥାନାନ୍ତର କରି ଦେଇଥିଲା । କୁହାଯାଏ ମାରୱାଡି ଶେଠଙ୍କ ଦ୍ୱାରା ରାଜୱାଡେଙ୍କ ସହ ମିଶି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆରମ୍ଭ କରିବା ପରେ ଏଭଳି ଘଟିଛି । ଏଠାରେ ଆଗ୍ରାର ବିଶେଷ ଲୋଗୋକୁ ଚିମିନି ଉପରେ ଲାଗାଇ ଦିଆଯାଇଛି ଯେଉଁଥିରେ ଚିମିନିର ଇତିହାସ ଲେଖାଯାଇଛି । ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କର ସ୍ଥାପନା ୨୭ ଜାନୁୟାରୀ, ୧୯୨୧ରେ ମୁମ୍ବାଇରେ ହୋଇଥିଲା । ୨ ଜୁନ୍ ୧୮୦୬ର ବ୍ୟାଙ୍କ ଅଫ୍ ବଙ୍ଗାଲ, ୧୫ ଏପ୍ରିଲ ୧୮୪୦ରେ ବ୍ୟାଙ୍କ ଅଫ୍ ବମ୍ବେ, ୧୮୪୩ରେ ବ୍ୟାଙ୍କ ଅଫ୍ ମାଡ୍ରାସକୁ ମିଶାଇ ଏହାକୁ ନିର୍ମାଣ କରାଯାଇଥିଲା । ୩୦ ଏପ୍ରିଲ ୧୯୫୫ ପର୍ଯ୍ୟନ୍ତ ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କ କାମ କରିବା ପରେ ଏହାକୁ ପରିବର୍ତ୍ତନ କରି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କରି ଦିଆଗଲା ।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri