Posted inଫୁରସତ

୮୬ ବର୍ଷ ର୍ପୂବରୁ ଏହି ଚିମିନିରେ ଜଳାଯାଉଥିଲା ନୋଟ୍ 

ଆଗ୍ରା: କଳକାରଖାନା ଓ ଇଟା ଭାଟିରେ ତିଆରି ହୋଇଥିବା ବଡ ବଡ ଚିମିନିକୁ ପ୍ରାୟ ଅଧିକାଂଶ ଲୋକେ ଦେଖିଥିବେ । ଏଥିରୁ ବାହାରୁଥିବା ଧୂଆ ପରିବେଶକୁ ବହୁ ପରିମାଣରେ ନଷ୍ଟ କରିଥାଏ ବୋଲି କୁହାଯାଏ । ହେଲେ ତାଜମହଲ ସହର ଆଗ୍ରାରେ ଏମିତି ଏକ ଚିମିନି ରହିଛି ଯେଉଁଠି କେବଳ ନୋଟ୍ ଜଳାଯାଉଥିଲା । ହେଲେ ୮୬ ବର୍ଷ ପୂର୍ବରୁ ଏହାକୁ ବନ୍ଦ କରି ଦିଆଯାଇଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏ ସମ୍ପର୍କରେ ଅଧିକାଂଶ ସ୍ଥାନୀୟ ବାସିନ୍ଦା ମଧ୍ୟ ଜାଣନ୍ତି ନାହିଁ । ୨୦୧୪ରେ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ତତ୍‌କାଳିନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଦ୍ୱାରା ଲୋକାର୍ପିତ ଫ୍ଲେକ୍ସ ଲଗାଇ ଏହାର ପରିଚୟ ଦେଇଥିଲା । ଛିପିଟୋଲା ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ପରିସରରେ ରହିଛି ଏହି ନୋଟ୍ ଜଳାଇବା ଚିମିନି । ଏଠାରେ ସାରା ଦେଶରୁ ଆସୁଥିବା ଚିରାଫଟା ଓ ପୁରୁଣା ନୋଟ୍‌କୁ ଜାଳି ଦିଆଯାଉଥିଲା । ଏହାପରେ ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କ ନୋଟ ଜଳାଇବା କାମକୁ ଜୟପୁର ସ୍ଥାନାନ୍ତର କରି ଦେଇଥିଲା । କୁହାଯାଏ ମାରୱାଡି ଶେଠଙ୍କ ଦ୍ୱାରା ରାଜୱାଡେଙ୍କ ସହ ମିଶି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆରମ୍ଭ କରିବା ପରେ ଏଭଳି ଘଟିଛି । ଏଠାରେ ଆଗ୍ରାର ବିଶେଷ ଲୋଗୋକୁ ଚିମିନି ଉପରେ ଲାଗାଇ ଦିଆଯାଇଛି ଯେଉଁଥିରେ ଚିମିନିର ଇତିହାସ ଲେଖାଯାଇଛି । ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କର ସ୍ଥାପନା ୨୭ ଜାନୁୟାରୀ, ୧୯୨୧ରେ ମୁମ୍ବାଇରେ ହୋଇଥିଲା । ୨ ଜୁନ୍ ୧୮୦୬ର ବ୍ୟାଙ୍କ ଅଫ୍ ବଙ୍ଗାଲ, ୧୫ ଏପ୍ରିଲ ୧୮୪୦ରେ ବ୍ୟାଙ୍କ ଅଫ୍ ବମ୍ବେ, ୧୮୪୩ରେ ବ୍ୟାଙ୍କ ଅଫ୍ ମାଡ୍ରାସକୁ ମିଶାଇ ଏହାକୁ ନିର୍ମାଣ କରାଯାଇଥିଲା । ୩୦ ଏପ୍ରିଲ ୧୯୫୫ ପର୍ଯ୍ୟନ୍ତ ଇଣ୍ଡିଆନ ଇମ୍ପିରିୟଲ ବ୍ୟାଙ୍କ କାମ କରିବା ପରେ ଏହାକୁ ପରିବର୍ତ୍ତନ କରି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କରି ଦିଆଗଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏରୋପ୍ଲେନ୍‌ ଘର

ସମସ୍ତଙ୍କର ଇଚ୍ଛା ନିଜର ଏକ ସୁନ୍ଦର ଘର କରିବା, ଯାହା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ହୋଇଥିବ। ଏମିତି ଏକ ସ୍ବପ୍ନ ଥିଲା ଆମେରିକାର ୬୪ ବର୍ଷୀୟ...

ଭାରତ ସମେତ ଏହି ୨ ଦେଶ ପାଇଁ ଜାତୀୟ ସଂଗୀତ ଲେଖିଛନ୍ତି ଟାଗୋର

କବି, କାହାଣୀକାର, ଗୀତିକାର, ସଂଗୀତକାର, ନାଟ୍ୟକାର ତଥା ଚିତ୍ରକାର ରବୀନ୍ଦ୍ରନାଥ ଟାଗୋରଙ୍କର ଅଗଷ୍ଟ ୭ ହେଉଛି ଶ୍ରାଦ୍ଧ ବାର୍ଷିକୀ। ୧୯୪୧ରେ କୋଲକାତାରେ ତାଙ୍କର ଦେହାନ୍ତ ହୋଇଥିଲା।...

ଏହି ଦେଶର କଠୋର ନିୟମ : ଓଜନ କମ୍‌ ବେଶି ହେଲେ କରିବାକୁ ପଡ଼ିବ ନୂଆ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ।...

ଜେଲରୁ ଖସିବା ପାଇଁ ଝିଅକୁ ବ୍ୟବହାର କଲେ ବାପା

ଜେଲରୁ ବାହାରି ଯିବା ପାଇଁ ଜଣେ ବାପ ତା’ ଝିଅକୁ ବ୍ୟବହାର କରିପାରେ! କଥାଟି ଶୁଣିବାକୁ କେମିତି ଟିକେ ଅଡୁଆ ମନେ ହେଉଛି। ଜଣେ ବାପ...

ବିପଦରେ ୧ ନିୟୁତ ପ୍ରାଣୀ

ବ୍ରସିଲିଆ,୨ା୧: ବାୟୁମଣ୍ଡଳ ପ୍ରଦୂଷଣ ଜୀବଜଗତକୁ ପ୍ରଭାବିତ କରିଛି। ପୃଥିବୀରେ ପଶୁଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। କହିବାକୁ ଗଲେ ବହୁ ଦୁର୍ଲଭ ଜୀବଙ୍କ ବିଲୋପ...

ଫିଲ୍ମ ଷ୍ଟାଇଲ୍‌ରେ ମୋବାଇଲ୍‌ ଚୋରକୁ କାବୁ କଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଚୋର ଧରିବା ପୋଲିସର କାମ। ହେଲେ ଅନେକ ସମୟରେ ଏପରି କିଛି ଘଟେ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ମାଙ୍ଗାଲୁର ପୋଲିସର ସେଭଳି ଏକ ଭିଡିଓ...

ରୋଗୀଙ୍କ ଗଳାରୁ ବାହାରୁଥିଲା ରକ୍ତ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ବ୍ରିଟେନ୍‌ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍‌ ଜ୍ୟାକ୍‌ଙ୍କ ଗଳାରୁ ରକ୍ତ ବାହାରୁଥିଲା।  ଜ୍ୟାକ୍‌ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ...

ଭାବି ଦିଅରଙ୍କ ସହ ଡିଜେର ତାଳେ ତାଳେ ନାଚିଲେ କନ୍ୟା, ଭିଡିଓ ଦେଖିଲେ…

ବିବାହ ସମୟରେ ଯଦି ଡିଜେ ତାଳେ ତାଳେ ବରଯାତ୍ରୀ ଡ୍ୟାନ୍ସ ନ କରିଲେ ତେବେ ବାହାଘରର ମଜା ଆସି ନ ଥାଏ। ଏହି ମଜା ଅଧିକ...

Advertisement
Archives

Model This Week