Posted inଖେଳ

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ବେଲଜିୟମ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଆଉଟ୍‌

ସେଭିଲ,୨୯।୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଦଳ ବେଲଜିୟମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌- ୧୬ର ଦ୍ୱିତୀୟ ମ୍ୟାଚ୍‌ରେ ବେଲଜିୟମ ୧-୦ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନେତୃତ୍ୱାଧୀନ ତଥା ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲକୁ ହରାଇ ଅଗ୍ରଗତି କରିଛି। ପୂର୍ବରୁ କେବେ କୌଣସି ମେଜର ଟାଇଟଲ ହାସଲ କରି ନ ଥିବା ବେଲଜିୟମ ଏବେ ଶୁକ୍ରବାର କ୍ୱାର୍ଟର ଫାଇନାଲରେ ଇଟାଲୀକୁ ଭେଟିବ।
ସ୍ଥାନୀୟ ଇଷ୍ଟାଡିଓ ଡେ ଲା କାର୍ଟୁଜାରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପର୍ତ୍ତୁଗାଲ ଅପେକ୍ଷାକୃତ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଜଣେ ଆଟାକିଙ୍ଗ୍‌ ମିଡ୍‌ଫିଲ୍ଡର ଭାବେ ଜଣାଶୁଣା ଥିବା ଥୋରଗାନ ହାଜାର୍ଡ ୪୨ତମ ମିନିଟ୍‌ରେ ଗୋଲ ସ୍କୋର କରି ବେଲଜିୟମକୁ ଅଗ୍ରଣୀ କରାଇଥିଲେ। ଏହପରେ ଉଭୟ ଦଳ ତରଫରୁ କୌଣସି ଗୋଲ ନ ହେବା ଫଳରେ ବେଲଜିୟମ ବିଜୟୀ ହୋଇଥିଲା। ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ ରୋନାଲ୍ଡୋ ବିଶ୍ୱର ସର୍ବାଧିକ ଗୋଲ ସ୍କୋରର ଭାବେ ରେକର୍ଡ କରିଥାନ୍ତେ ଓ ଇରାନର ପୂର୍ବତନ ଷ୍ଟ୍ରାଇକର ଅଲି ଦାଏଇ (୧୦୯ ଗୋଲ)ଙ୍କୁ ପଛରେ ପକାଇଥାନ୍ତେ। ୩୬ ବର୍ଷରେ ପଦାର୍ପଣ କରିଥିତ୍ବାରୁ ରୋନାଲ୍ଡୋଙ୍କର ଏହା ଶେଷ ୟୁରୋକପ୍‌ ବିବେଚନା କରାଯାଉଛି।
କେଭିନ ଡି ବ୍ରୁଏନ, ଏଡେନ ହାଜାର୍ଡ ଓ ରୋମେଲୁ ଲୁକାକୁଙ୍କ ନେଇ ବେଲଜିୟମର ଆକ୍ରମଣ ବେଶ୍‌ ଶକ୍ତିଶାଳୀ ଥିଲେ ମଧ୍ୟ ଦଳ ସଂଘର୍ଷ କରୁଥିବା ଦେଖାଯାଇଥିଲା। ତେବେ ହାଜାର୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ବେଲଜିୟମକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ପର୍ତ୍ତୁଗାଲ ପ୍ରତ୍ୟାବର୍ତ୍ତନ କରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। କିନ୍ତୁ ପର୍ତ୍ତୁଗାଲ ଏକାଧିକ ଗୋଲ ସୁଯୋଗ ହରାଇଥିଲା। ଫଳରେ ଗୋଲ ସମ୍ଭବ ହୋଇପାରି ନ ଥିଲା। ଭାଗ୍ୟ ପର୍ତ୍ତୁଗାଲକୁ ସହାୟ ହୋଇ ନ ଥିଲା। ବଲ ପଜେଶନରେ ପର୍ତ୍ତୁଗାଲ ବେଲଜିୟମକୁ ପଛରେ ପକାଇଥିଲା। ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମଧ୍ୟ ପର୍ତ୍ତୁଗାଲ ଯଥେଷ୍ଟ ଆଗରେ ରହିଥିଲା। ବେଲଜିୟମ ଖେଳାଳି ୬ଟି ଶଟ୍‌ ଗୋଲ ପୋଷ୍ଟ ଉପରକୁ ମାରିଥିଲେ ଓ ଗୋଟିଏ ଗୋଲ ସମ୍ଭବ ହୋଇଥିଲା। ଅନ୍ୟପଟେ ପର୍ତ୍ତୁଗାଲ ୨୩ଟି ଶଟ୍‌ ବେଲଜିୟମ ଗୋଲ ପୋଷ୍ଟକୁ ମାରିଥିଲା। କିନ୍ତୁ ଗୋଲ ସମ୍ଭବ ହୋଇପାରି ନ ଥିଲା।
ଗତ ୯ଟି ୟୁରୋକପ୍‌ ମ୍ୟାଚ୍‌ରେ ପର୍ତ୍ତୁଗାଲ ପ୍ରଥମଥର ପାଇଁ ଗୋଲ ସ୍କୋର କରିବାରେ ବିଫଳ ହୋଇଛି। ରୋନାଲ୍ଡୋଙ୍କ ସମେତ ୩୮ ବର୍ଷୀୟ ଡିଫେଣ୍ଡର ପେପେ ପରାଜୟରେ ବେଶ୍‌ ନିରାଶ ହୋଇଥିଲେ। ଏହି ଦୁହିଁଙ୍କ ପାଇଁ ଏହା ଶେଷ ୟୁରୋକପ୍‌ ସାବ୍ୟସ୍ତ ହେବ ବୋଲି ମନେହୁଏ। ତେବେ କାତାରରେ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଏହି ଦୁଇଜଣ ଖେଳିବା ଆଶା କରାଯାଉଛି। ଏହାପୂର୍ବରୁ ୧୯୭୨ରେ ବେଲଜିୟମ ଶେଷଥର ପାଇଁ କ୍ୱାର୍ଟରକୁ ଉଠିଥିଲା। ଗତ ୧୩ଟି ମ୍ୟାଚରେ ବେଲଜିୟମ ଅପରାଜେୟ ରହିଛି। ଗତ ୨୭ଟି ମ୍ୟାଚ୍‌ରେ ବେଲଜିୟମ ଥରେ ହାରିଛି, ୨୩ଟିରେ ବିଜୟୀ ହୋଇଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି। କ୍ୱାର୍ଟରରେ ଇଟାଲୀ ଓ ବେଲଜିୟମ ମୁହାଁମୁହିଁ ହେବେ। ଇଟାଲୀ ବିପକ୍ଷରେ ବେଲଜିୟମ ୨୨ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୪ଟି ଡ୍ର ରହିଛି ଓ ୧୪ଟି ମ୍ୟାଚ୍‌ ହାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri