Posted inଖେଳ

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ବେଲଜିୟମ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଆଉଟ୍‌

ସେଭିଲ,୨୯।୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଦଳ ବେଲଜିୟମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌- ୧୬ର ଦ୍ୱିତୀୟ ମ୍ୟାଚ୍‌ରେ ବେଲଜିୟମ ୧-୦ ଗୋଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନେତୃତ୍ୱାଧୀନ ତଥା ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲକୁ ହରାଇ ଅଗ୍ରଗତି କରିଛି। ପୂର୍ବରୁ କେବେ କୌଣସି ମେଜର ଟାଇଟଲ ହାସଲ କରି ନ ଥିବା ବେଲଜିୟମ ଏବେ ଶୁକ୍ରବାର କ୍ୱାର୍ଟର ଫାଇନାଲରେ ଇଟାଲୀକୁ ଭେଟିବ।
ସ୍ଥାନୀୟ ଇଷ୍ଟାଡିଓ ଡେ ଲା କାର୍ଟୁଜାରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପର୍ତ୍ତୁଗାଲ ଅପେକ୍ଷାକୃତ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଜଣେ ଆଟାକିଙ୍ଗ୍‌ ମିଡ୍‌ଫିଲ୍ଡର ଭାବେ ଜଣାଶୁଣା ଥିବା ଥୋରଗାନ ହାଜାର୍ଡ ୪୨ତମ ମିନିଟ୍‌ରେ ଗୋଲ ସ୍କୋର କରି ବେଲଜିୟମକୁ ଅଗ୍ରଣୀ କରାଇଥିଲେ। ଏହପରେ ଉଭୟ ଦଳ ତରଫରୁ କୌଣସି ଗୋଲ ନ ହେବା ଫଳରେ ବେଲଜିୟମ ବିଜୟୀ ହୋଇଥିଲା। ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ ରୋନାଲ୍ଡୋ ବିଶ୍ୱର ସର୍ବାଧିକ ଗୋଲ ସ୍କୋରର ଭାବେ ରେକର୍ଡ କରିଥାନ୍ତେ ଓ ଇରାନର ପୂର୍ବତନ ଷ୍ଟ୍ରାଇକର ଅଲି ଦାଏଇ (୧୦୯ ଗୋଲ)ଙ୍କୁ ପଛରେ ପକାଇଥାନ୍ତେ। ୩୬ ବର୍ଷରେ ପଦାର୍ପଣ କରିଥିତ୍ବାରୁ ରୋନାଲ୍ଡୋଙ୍କର ଏହା ଶେଷ ୟୁରୋକପ୍‌ ବିବେଚନା କରାଯାଉଛି।
କେଭିନ ଡି ବ୍ରୁଏନ, ଏଡେନ ହାଜାର୍ଡ ଓ ରୋମେଲୁ ଲୁକାକୁଙ୍କ ନେଇ ବେଲଜିୟମର ଆକ୍ରମଣ ବେଶ୍‌ ଶକ୍ତିଶାଳୀ ଥିଲେ ମଧ୍ୟ ଦଳ ସଂଘର୍ଷ କରୁଥିବା ଦେଖାଯାଇଥିଲା। ତେବେ ହାଜାର୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ବେଲଜିୟମକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ପର୍ତ୍ତୁଗାଲ ପ୍ରତ୍ୟାବର୍ତ୍ତନ କରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। କିନ୍ତୁ ପର୍ତ୍ତୁଗାଲ ଏକାଧିକ ଗୋଲ ସୁଯୋଗ ହରାଇଥିଲା। ଫଳରେ ଗୋଲ ସମ୍ଭବ ହୋଇପାରି ନ ଥିଲା। ଭାଗ୍ୟ ପର୍ତ୍ତୁଗାଲକୁ ସହାୟ ହୋଇ ନ ଥିଲା। ବଲ ପଜେଶନରେ ପର୍ତ୍ତୁଗାଲ ବେଲଜିୟମକୁ ପଛରେ ପକାଇଥିଲା। ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମଧ୍ୟ ପର୍ତ୍ତୁଗାଲ ଯଥେଷ୍ଟ ଆଗରେ ରହିଥିଲା। ବେଲଜିୟମ ଖେଳାଳି ୬ଟି ଶଟ୍‌ ଗୋଲ ପୋଷ୍ଟ ଉପରକୁ ମାରିଥିଲେ ଓ ଗୋଟିଏ ଗୋଲ ସମ୍ଭବ ହୋଇଥିଲା। ଅନ୍ୟପଟେ ପର୍ତ୍ତୁଗାଲ ୨୩ଟି ଶଟ୍‌ ବେଲଜିୟମ ଗୋଲ ପୋଷ୍ଟକୁ ମାରିଥିଲା। କିନ୍ତୁ ଗୋଲ ସମ୍ଭବ ହୋଇପାରି ନ ଥିଲା।
ଗତ ୯ଟି ୟୁରୋକପ୍‌ ମ୍ୟାଚ୍‌ରେ ପର୍ତ୍ତୁଗାଲ ପ୍ରଥମଥର ପାଇଁ ଗୋଲ ସ୍କୋର କରିବାରେ ବିଫଳ ହୋଇଛି। ରୋନାଲ୍ଡୋଙ୍କ ସମେତ ୩୮ ବର୍ଷୀୟ ଡିଫେଣ୍ଡର ପେପେ ପରାଜୟରେ ବେଶ୍‌ ନିରାଶ ହୋଇଥିଲେ। ଏହି ଦୁହିଁଙ୍କ ପାଇଁ ଏହା ଶେଷ ୟୁରୋକପ୍‌ ସାବ୍ୟସ୍ତ ହେବ ବୋଲି ମନେହୁଏ। ତେବେ କାତାରରେ ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଏହି ଦୁଇଜଣ ଖେଳିବା ଆଶା କରାଯାଉଛି। ଏହାପୂର୍ବରୁ ୧୯୭୨ରେ ବେଲଜିୟମ ଶେଷଥର ପାଇଁ କ୍ୱାର୍ଟରକୁ ଉଠିଥିଲା। ଗତ ୧୩ଟି ମ୍ୟାଚରେ ବେଲଜିୟମ ଅପରାଜେୟ ରହିଛି। ଗତ ୨୭ଟି ମ୍ୟାଚ୍‌ରେ ବେଲଜିୟମ ଥରେ ହାରିଛି, ୨୩ଟିରେ ବିଜୟୀ ହୋଇଛି ଓ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି। କ୍ୱାର୍ଟରରେ ଇଟାଲୀ ଓ ବେଲଜିୟମ ମୁହାଁମୁହିଁ ହେବେ। ଇଟାଲୀ ବିପକ୍ଷରେ ବେଲଜିୟମ ୨୨ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୪ଟି ଡ୍ର ରହିଛି ଓ ୧୪ଟି ମ୍ୟାଚ୍‌ ହାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?