ରଥଯାତ୍ରା ବେଳେ ପୁରୀକୁ ଚାଲିବନି ଟ୍ରେନ୍‌

ପୁରୀ ଅଫିସ,୨୯।୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ଏ ନେଇ ସୋମବାର ଦଇତାପତି ନିଯୋଗ ସହ ପ୍ରଶାସନ ଆଲୋଚନା କରିଛି। ଦଇତାପତି ନିଯୋଗ କିଭଳି ଶୃଙ୍ଖଳିତ ଭାବେ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପାଦନ କରିବ ସେ ନେଇ ଆଲୋଚନା ହୋଇଛି। ସେହିଭଳି ଏସ୍‌ପି କନୱର ବିଶାଲ ସିଂ ଶ୍ରୀଗୁଣ୍ଡିଚା ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବୁଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱ ସମେତ ବଡଦାଣ୍ଡ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ନେଇ ସେ ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ ପ୍ରକ୍ରିୟା କିଭଳି କାର୍ଯ୍ୟକାରୀ କରାଯିବ ସେ ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ରଥ ନିର୍ମାଣଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ନୀତିକାନ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଚାଲିଛି। ଏଥର ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହେବ। ରଥଯାତ୍ରା ସମୟରେ ପୁରୀକୁ ଟ୍ରେନ୍‌ ଓ ବସ୍‌ ଚଳାଚଳ ବନ୍ଦ ରହିବ। ସେହିପରି ପୁରୀରେ ୧୪୪ ଧାରା ଲାଗୁ କରାଯିବା ସହ ଏଣ୍ଟ୍ରି ପୋଷ୍ଟରେ କଡ଼ାକଡ଼ି ଚେକିଂ ହେବ। ତେବେ ସହରର ହୋଟେଲ୍‌ଗୁଡ଼ିକରେ ଥିବା ଲୋକେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍କା ଅପେକ୍ଷାରେ ୧୦ ପଥ

ବଇଣ୍ଡା,୨ା୭ ଗ୍ରାମାଞ୍ଚଳର ସହରୀକରଣ ଚାଲିଛି। କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁ ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ସଡ଼କ ସହ ଯୋଡ଼ାଯାଉଛି। ବସୁଧା ଯୋଜନାରେ...

ଆବାସ ଯୋଜନା ବାଟ୍‌ବନା: ଦଦ୍‌ରା କୁରିଆରେ ଦୁଇ ଗରିବ୍‌ ପରିବାର

  ଜମନକିରା, ୧୧।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦେଉଛନ୍‌। ଅନେକ୍‌ ହକ୍‌ଦାର ହିତାଧିକାରୀ...

ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ

କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...

ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର...

ରାଜପଥ ଅବରୋଧ, ଦୋକାନ ବଜାର ବନ୍ଦ

କୁଆଁରମୁଣ୍ଡା,୭।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ତଲସରାଠାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ରାଜପଥ ଖାଲଖମା ପୂର୍ଣ୍ଣ ହୋଇ ପଡ଼ିଛି।...

ଶିଶୁ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା

ମ.ରାମପୁର,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ସ୍ଥିତ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ଶୋଭଯାତ୍ରା ହୋଇଯାଇଛି...

ବୁଥ୍‌ରେ ଅବ୍ୟବସ୍ଥା, ରାତି ୯ ଯାଏ ହେଲା ଭୋଟ ଗ୍ରହଣ

ଝରିଗାଁ, ୧୭।୨(ସ୍ବ.ପ୍ର.)  ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଝରିଗାଁ ବ୍ଲକ ସଦର ମହକୁମା ୮ ,୧୧ ଏବଂ ୧୨ ନମ୍ବର ବୁଥ୍‌ରେ ଭୋଟରମାନେ ଅବ୍ୟବସ୍ଥା ହୋଇଥିବା...

ଅନଲାଇନ୍‌ ପାଠପଢ଼ାରେ ନେଟ୍‌ଓ୍ବାର୍କ ବାଧକ: ଥ୍ରୀ-ଜି ସେବା ପାଇଁ ଦାବି କଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୩୧ା୫(ଡି.ଏନ୍‌.ଏ.)- କରୋନା ପାଇଁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଡୋରି ବନ୍ଧାହୋଇଛି। ଫଳରେ ଅନ୍‌ଲାଇନରେ ପଢିବାକୁ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଟାଓ୍ବାର ନ...

Advertisement
Archives

Model This Week