‘ପ୍ରତିଷ୍ଠା ହେଉ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର’

ବାଲେଶ୍ୱର ଅଫିସ,୨୧।୭- ବାଲେଶ୍ୱର ଜିଲାରେ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ଏକାଠି ହୋଇଛନ୍ତି। ସୋମବାର ପୂର୍ବାହ୍ନରେ ସହରର ଚାନ୍ଦମାରି ପଡ଼ିଆ ସ୍ଥିତ ବରିଷ୍ଠ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ବାସଭବନରେ ସେମାନେ ଏକତ୍ରିତ ହୋଇ ବିରଳ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଏବଂ ଜିଲାରେ ସାମୁଦ୍ରିକ ଜୀବମାନଙ୍କର ସୁରକ୍ଷା ନିମନ୍ତେ ଆଲୋଚନା କରି ଦାବି ଉଠାଇଛନ୍ତି। ନୀଳରକ୍ତ କଙ୍କଡ଼ା ଉପରେ ବିଦେଶରେ ବହୁ ଗବେଷଣା ଓ ଗବେଷଣାଲବ୍ଧ ଜ୍ଞାନକୁ ଉପଯୋଗ କରି ସ୍ବାସ୍ଥ୍ୟସେବା ଦିଗରେ ବିନିଯୋଗ କରାଯାଉଥିବା ବେଳେ ରାଜ୍ୟ ଓ ଦେଶରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଅଧିକ କିଛି କରାଯାଇ ପାରିନାହିଁ। ଜିଲାର ଚାନ୍ଦିପୁରଠାରୁ ତାଳସାରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଏହି କଙ୍କଡ଼ା ପ୍ରାୟ ପ୍ରତିମାସର ଅମାବାସ୍ୟା ଓ ପୂର୍ଣ୍ଣିମା ସମୟରେ ଦେଖାଯାଆନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆ ନ ଯିବାରୁ ସ୍ଥାନୀୟ ପଶୁପକ୍ଷୀ ଓ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ି ମୃତ୍ୟୁବରଣ କରନ୍ତି। ଗତ କିଛିବର୍ଷ ପୂର୍ବରୁ ଏହି ବିରଳ ପ୍ରଜାତି କଙ୍କଡ଼ାର ବଂଶବୃଦ୍ଧି ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ତାହା ସୀମିତ ସମୟପରେ ବନ୍ଦ ହୋଇଯାଇଛି। ଏହାକୁ କାର୍ଯ୍ୟକ୍ଷମ କରି ଜିଲାରେ ଏକ ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ରର ବହୁ ମହତ୍ତ୍ୱ ରହିଛି।
ନୀଳରକ୍ତ କଙ୍କଡ଼ା ଉପରେ ଉପାଧ୍ୟୁତ୍ତୋର ଗବେଷଣା କରିଥିବା ଡ.ଗୋବିନ୍ଦଚନ୍ଦ୍ର ବିଶ୍ୱାଳ ଏବଂ ଡ. ସିଦ୍ଧାର୍ଥ ପତି ବୈଠକରେ ଯୋଗଦେଇ ନୀଳରକ୍ତ କଙ୍କଡ଼ାରୁ ପ୍ରସ୍ତୁତ ଔଷଧଗୁଡ଼ିକ ମାନବସମାଜ ପାଇଁ କିପରି ଦୁରାରୋଗ ଚିହ୍ନଟ ଓ ଉପଶମ କରିବାରେ ବୈଜ୍ଞାନିକମାନେ ବିଦେଶରେ ସଫଳ ହୋଇଛନ୍ତି ତାହାର ଦୃଷ୍ଟାନ୍ତ ଦେଇଥିଲେ। ଦୀର୍ଘ ଆଲୋଚନା ପରେ ‘ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କମିଟି’ ନାମରେ ଏକ ସଂଗଠନ ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଜିଲାରେ ଏହି ଗବେଷଣାକେନ୍ଦ୍ର ପ୍ରତିଷ୍ଠା ହୋଇପାରିଲେ ନୀଳରକ୍ତ କଙ୍କଡ଼ା ସମେତ ଅନ୍ୟସବୁ ସାମୁଦ୍ରିକ ଜୀବଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା କରିବାର ସୁଯୋଗ ପାଇବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଏକ ପରିବର୍ଦ୍ଧିତ ବୈଠକ ଆହ୍ବାନ କରିବାକୁ ଆବାହକ ଭାବେ ସମାଜସେବୀ ପାଣିଗ୍ରାହୀ, ଶିଳ୍ପୀ କେଶୁ ଦାସ ଓ ସାମାଜିକକର୍ମୀ ଗୋବିନ୍ଦ ବଲ୍ଲଭ ଦଳାଇଙ୍କୁ ମନୋନୀତ କରାଯାଇଛି। ବୈଠକରେ ବାଲେଶ୍ୱର ସରକାରୀ ମେଡିକାଲ୍‌ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ନିରଞ୍ଜନ ପରିଡ଼ା, ବରିଷ୍ଠ ଆଇନଜୀବୀ ମନୋଜ ନାୟକ ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଜିଲା ସମ୍ପାଦକ ଇଂ. କୁମାର କାର୍ତ୍ତିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri