ଟିଏଫ୍‌ଏଲ୍‌ ପାଇଁ ଆସିଲା ଯନ୍ତ୍ରାଂଶ

ତାଳଚେର,୨୩ା୭(ନି.ପ୍ର.): ଅନୁଗୋଳ ଜିଲାର ତାଳଚେର ସାର କାରଖାନାଠାରେ ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ଗ୍ୟାସ୍‌ ଭିତ୍ତିକ ସାର କାରଖାନା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ (ଟିଏଫ୍‌ଏଲ୍‌) ନିମନ୍ତେ ଆନୁଷଙ୍ଗିକ ଯନ୍ତ୍ରାଂଶ ଆସିବା ଆରମ୍ଭ ହୋଇଛି। ଏକ ୧୨୮ ଚକିଆ ବିରାଟ ଟ୍ରେଲରରେ ଆସିଥିବା କିଛି ଯନ୍ତ୍ରାଂଶ ଶୁକ୍ରବାର ସାର କାରଖାନା ପରିସରରେ ପହଞ୍ଚିଛି। ଏସବୁ ଯନ୍ତ୍ରାଂଶ ଗୁଜରାଟର ସୁରଟସ୍ଥିତ ଏଲ୍‌ଆଣ୍ଡଟି କାରଖାନାରେ ନିର୍ମାଣ ହୋଇଥିଲା। ମାର୍ଚ୍ଚ ୨୦୨୦ରୁ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୨୨ ଏପ୍ରିଲରେ ଶେଷ ହୋଇଥିଲା। ଏହାପରେ ସୁରଟରୁ ପାରାଦୀପ ବନ୍ଦର ଦେଇ ଉକ୍ତ ଯନ୍ତ୍ରାଂଶକୁ ତାଳଚେର ଅଣାଯାଇଛି। ଜାତୀୟ ରାଜପଥରେ ଏକ ସମୟରେ ଏସବୁ ବଡ଼ ଯନ୍ତ୍ରାଂଶ ଆସିବା ଅସମ୍ଭବ ହୋଇଥିବାରୁ ଛୋଟ ଛୋଟ ଖଣ୍ଡ ମାଧ୍ୟମରେ ତାହାକୁ ତାଳଚେର ଅଣାଯାଉଛି। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ନିର୍ମାଣରେ ଲାଗିବାକୁ ଥିବା ସମସ୍ତ ଯନ୍ତ୍ରାଂଶ ତାଳଚେରରେ ପହଞ୍ଚିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଟିଏଫ୍‌ଏଲ୍‌ ସମ୍ପୂର୍ଣ୍ଣ କୋଇଲାରୁ ଗ୍ୟାସ ଆଧାରିତ ୟୁରିଆ ଉପତ୍ାଦନ କାରଖାନା। ଦୀର୍ଘବର୍ଷ ହେଲା ବନ୍ଦ ହୋଇ ପଡିଥିବା ତାଳଚେର ସାର କାରଖାନାକୁ ଏପରି ନୂଆ ଟେକ୍ନୋଲୋଜି ବ୍ୟବହାର କରି ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୪ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭିତ୍ତି ପକାଇଥିଲେ। ଗ୍ୟାସ୍‌ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌), କୋଲ୍‌ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌), ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍‌ ଫର୍ଟିଲାଇଜର ଲିମିଟେଡ(ଆର୍‌ସିଏଫ୍‌ଏଲ୍‌) ଏବଂ ଫର୍ଟିଲାଇଜର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ(ଏଫ୍‌ସିଆଇଏଲ୍‌)ର ମିଳିତ ଉଦ୍ୟମରେ ଏହା ସ୍ଥାପନ ହେଉଛି। ୧୩ ହଜାର କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି କାରଖାନାରୁ ବାର୍ଷିକ ୧.୨୭ ନିୟୁତ ଟନ୍‌ ୟୁରିଆ ଉପତ୍ାଦନ ହେବ। ୨୦୨୪ ସେପ୍ଟେମ୍ବର ୧୦ ସୁଦ୍ଧା ଟିଏଫ୍‌ଏଲ୍‌କୁ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ପ୍ଲାଣ୍ଟର ୨୭.୪୨% କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପ ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳଗାଁ ନିକଟରେ ରେଳ ଦୁର୍ଘଟଣା ଘଟଣା: ଆହତଙ୍କ ସୂଚନା ପାଇଁ ହେଲ୍ପଲାଇନ୍‌ ନଂ-୧୦୭୨ ଜାରି

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ...

ଖଲ୍ଲିକୋଟ ସିଡିପିଓଙ୍କୁ କାରଣଦର୍ଶାଅ ନୋଟିସ: ମମତା ସହାୟତା ଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୨୩ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସମାଜ ମଙ୍ଗଳ ବିଭାଗର ଏକ ସମୀକ୍ଷା ବୈଠକ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା...

ଆରମ୍ଭ ହୋଇପାରୁନି ଶ୍ରୀସେତୁ କାମ

ପୁରୀ ଅଫିସ,୨୦।୭: ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରିବାକୁ ଦୀର୍ଘମିଆଦୀ...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା ଅଫିସ,୧୮।୩: ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି...

ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାସୁଦେବପୁର, ୧୩।୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ମଳିକ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରଭାସ ଚନ୍ଦ୍ର ମହାନ୍ତି ଶ୍ରୀମଦ୍‌ ଭଗବଦ୍‌ ଗୀତା...

ଚାଷୀଙ୍କୁ ଭଣ୍ଡାଉଛି ବିଜେଡି: ଭାଜପା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ନେଇ ବିଜେଡି ମିଛ ଅଭିଯୋଗ ଆଣିବା ସହ ରାଜନୀତି କାର୍ଡ ଖେଳୁଛି। ଚାଷୀଙ୍କୁ ଭଣ୍ଡାଇବା...

ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ

ରେମୁଣା, ୨୩।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ଜଙ୍ଖରାଇ-ଚଷାଖଣ୍ଡ ନୋଡ଼ାଲ (ମଇ) ସ୍କୁଲରେ ମଙ୍ଗଳବାର ପିଲାମାନଙ୍କୁ ଦିଆଯାଇଥିବା ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ ବାହାରିବା ପରେ...

ଗଞ୍ଜାମରେ କରୋନା ନେଲାଣି ୨୦୦ ଜୀବନ

ଛତ୍ରପୁର, ୫ା୯(ଡି.ଏନ୍‌.ଏ.)- କରୋନାରେ ଗଞ୍ଜାମ ଜ଼ିଲାର ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଜ଼ିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି...

Advertisement
Archives

Model This Week