ଟିଏଫ୍‌ଏଲ୍‌ ପାଇଁ ଆସିଲା ଯନ୍ତ୍ରାଂଶ

ତାଳଚେର,୨୩ା୭(ନି.ପ୍ର.): ଅନୁଗୋଳ ଜିଲାର ତାଳଚେର ସାର କାରଖାନାଠାରେ ନିର୍ମାଣାଧୀନ ଦେଶର ପ୍ରଥମ କୋଇଲା ଗ୍ୟାସ୍‌ ଭିତ୍ତିକ ସାର କାରଖାନା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ (ଟିଏଫ୍‌ଏଲ୍‌) ନିମନ୍ତେ ଆନୁଷଙ୍ଗିକ ଯନ୍ତ୍ରାଂଶ ଆସିବା ଆରମ୍ଭ ହୋଇଛି। ଏକ ୧୨୮ ଚକିଆ ବିରାଟ ଟ୍ରେଲରରେ ଆସିଥିବା କିଛି ଯନ୍ତ୍ରାଂଶ ଶୁକ୍ରବାର ସାର କାରଖାନା ପରିସରରେ ପହଞ୍ଚିଛି। ଏସବୁ ଯନ୍ତ୍ରାଂଶ ଗୁଜରାଟର ସୁରଟସ୍ଥିତ ଏଲ୍‌ଆଣ୍ଡଟି କାରଖାନାରେ ନିର୍ମାଣ ହୋଇଥିଲା। ମାର୍ଚ୍ଚ ୨୦୨୦ରୁ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୨୨ ଏପ୍ରିଲରେ ଶେଷ ହୋଇଥିଲା। ଏହାପରେ ସୁରଟରୁ ପାରାଦୀପ ବନ୍ଦର ଦେଇ ଉକ୍ତ ଯନ୍ତ୍ରାଂଶକୁ ତାଳଚେର ଅଣାଯାଇଛି। ଜାତୀୟ ରାଜପଥରେ ଏକ ସମୟରେ ଏସବୁ ବଡ଼ ଯନ୍ତ୍ରାଂଶ ଆସିବା ଅସମ୍ଭବ ହୋଇଥିବାରୁ ଛୋଟ ଛୋଟ ଖଣ୍ଡ ମାଧ୍ୟମରେ ତାହାକୁ ତାଳଚେର ଅଣାଯାଉଛି। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ନିର୍ମାଣରେ ଲାଗିବାକୁ ଥିବା ସମସ୍ତ ଯନ୍ତ୍ରାଂଶ ତାଳଚେରରେ ପହଞ୍ଚିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଟିଏଫ୍‌ଏଲ୍‌ ସମ୍ପୂର୍ଣ୍ଣ କୋଇଲାରୁ ଗ୍ୟାସ ଆଧାରିତ ୟୁରିଆ ଉପତ୍ାଦନ କାରଖାନା। ଦୀର୍ଘବର୍ଷ ହେଲା ବନ୍ଦ ହୋଇ ପଡିଥିବା ତାଳଚେର ସାର କାରଖାନାକୁ ଏପରି ନୂଆ ଟେକ୍ନୋଲୋଜି ବ୍ୟବହାର କରି ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୪ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭିତ୍ତି ପକାଇଥିଲେ। ଗ୍ୟାସ୍‌ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌), କୋଲ୍‌ ଇଣ୍ଡିଆ ଲିମିଟେଡ(ସିଆଇଏଲ୍‌), ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍‌ ଫର୍ଟିଲାଇଜର ଲିମିଟେଡ(ଆର୍‌ସିଏଫ୍‌ଏଲ୍‌) ଏବଂ ଫର୍ଟିଲାଇଜର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ(ଏଫ୍‌ସିଆଇଏଲ୍‌)ର ମିଳିତ ଉଦ୍ୟମରେ ଏହା ସ୍ଥାପନ ହେଉଛି। ୧୩ ହଜାର କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି କାରଖାନାରୁ ବାର୍ଷିକ ୧.୨୭ ନିୟୁତ ଟନ୍‌ ୟୁରିଆ ଉପତ୍ାଦନ ହେବ। ୨୦୨୪ ସେପ୍ଟେମ୍ବର ୧୦ ସୁଦ୍ଧା ଟିଏଫ୍‌ଏଲ୍‌କୁ କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ପ୍ଲାଣ୍ଟର ୨୭.୪୨% କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପ ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?