ପରିତ୍ୟକ୍ତ ଖାଦାନକୁ ନେଇ ବଢୁଛି ଚିନ୍ତା

ଉତ୍କଳବନ୍ଧୁ ପଣ୍ଡା
ଖଇରା, ୨୩।୭: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ ରହିଥିବା ଜଳଭର୍ତ୍ତି ପରିତ୍ୟକ୍ତ ମୋରମ ଓ ମାଙ୍କଡା ଖାଦାନରେ ପଡ଼ି ୧୦ବର୍ଷରେ ୩୦ ଜଣଙ୍କ ପ୍ରାଣ ଗଲାଣି। କେବଳ ମଣିଷ ନୁହେଁ, ଗୃହପାଳିତ ପ୍ରାଣୀଙ୍କ ମଧ୍ୟ ଜୀବନହାନି ହେଉଛି।
ଉପରୋକ୍ତ ୨ ରାଜସ୍ବ କ୍ଷେତ୍ରର ସରକାରୀ ଜମିରୁ ମୋରମ, ମାଙ୍କଡା ବେଆଇନ ଭାବେ ଉତ୍ତୋଳନ କରି ଛାଡିଦେବା ପରେ ଏଗୁଡିକ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହୁଛି। ବର୍ଷାଋତୁ ଆସିଲେ ଏଗୁଡିକରେ ଜଳ ଭର୍ତ୍ତି ହେବା ପରେ ସ୍ଥାନୀୟ ଗ୍ରାମବାସୀ, ଅଜଣା ପଥିକ ଏବଂ ଖାଦାନ ସଂଲଗ୍ନ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ଏଗୁଡିକ ମୃତ୍ୟୁର ଫାଶ ଭଳି କାମ କରୁଛି। ଏଗୁଡିକର ଗଭୀରତା ପ୍ରାୟ ୧୫ ଫୁଟରୁ ଊର୍ଦ୍ଧ୍ୱ ହେବ। ଥରେ ଗୋଡ଼ ଖସିଗଲେ ଶିଶୁ କିମ୍ବା ବୟସ୍କମାନେ ଏଥିରେ ବୁଡ଼ି ପ୍ରାଣ ହରାଇବା ଏକପ୍ରକାର ନିଶ୍ଚିତ ା କିଛି ବର୍ଷ ପୂର୍ବେ କୁପାରୀ ରାଜସ୍ବ କ୍ଷେତ୍ର ଅଧୀନ ଭୁଦେଇଶୁଳ ଗ୍ରାମର ବାବାଜୀ ପାତ୍ର, ଗଡପୋଖରୀ ଗ୍ରାମର ବିଶ୍ୱଦେବ ଦଳେଇ, ବାରାଯୋଡି ଗ୍ରାମର ଦେବେନ୍ଦ୍ର ମଲ୍ଲିକ, ଗୁଆପାଳ ଗ୍ରାମର ନୃସିଂହ ଚରଣ ସାହୁ, ଗଗୁଆ ସ୍କୁଲ ଛାତ୍ରୀ ଝୁନୁ ବିନ୍ଧାଣି, ଗଡପୋଖରୀସ୍ଥିତ ଏକ ଘରୋଇ ବିଦ୍ୟାଳୟ ଛାତ୍ର କ୍ରିଷ୍ଣା ଦାସ, କୁପାରୀ ଆଦିବାସୀ ସାହିର ରତନା ସିଂଙ୍କର ୨ଶିଶୁ ସନ୍ତାନଙ୍କ ମୃତ୍ୟୁ ହୋଇଥିଲା। ସପ୍ତାହେ ପୂର୍ବେ ଗଗୁଆ ସେବାଶ୍ରମର ୪ର୍ଥ ଶ୍ରେଣୀ ଛାତ୍ର ତଥା ଗଗୁଆ ଗ୍ରାମର ସୁରେଶ ନାଇକଙ୍କ ପୁଅ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ବରପଦାର ଏକ ପରିତ୍ୟକ୍ତ ମାଙ୍କଡା ଖଣି ପାଣିରେ ବୁଡି ପ୍ରଦୀପ ଜେନା ପ୍ରାଣ ହରାଇବାର କୋହ ପରିବାର ଲୋକଙ୍କ ମନରୁ ଏପର୍ଯ୍ୟନ୍ତ ଯାଇନାହିଁ। ଏହି ଖାଦାନଗୁଡିକର କଡ଼କୁ ଲାଗି ରହିଥିବା ଗଗୁଆ ସେବାଶ୍ରମ, ବାରାଯୋଡି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର, ଗଡପୋଖରୀ ୟୁପି ସ୍କୁଲ ଓ ସରସ୍ବତୀ ଶିଶୁମନ୍ଦିର ଭଳି କିଛି ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଏହି ଜଳଭର୍ତ୍ତି ଖାଦାନ ପ୍ରତି କ୍ଷଣରେ ବିପଦକୁ ନିମନ୍ତ୍ରଣ କରୁଛି। ମୋରମ ମାଙ୍କଡ଼ା ଖଣି ବ୍ୟବହାର ପରେ ଏଗୁଡିକୁ ପୋତିବାର ନିୟମ ରହିଛି ା ହେଲେ ପ୍ରଶାସନର ସ୍ଥାଣୁତା ଯୋଗୁ ଏଗୁଡିକୁ ପରିତ୍ୟକ୍ତ ଭାବେ ଛାଡି ଦିଆଯାଉଛି ା ଏଗୁଡିକୁ ଆବଦ୍ଧ କରାଯିବା ଆବଶ୍ୟକ ବୋଲି ଗୁଆପାଳ ଗ୍ରାମବାସୀ ବିଜୟ କୁମାର ବାରିକ କହିନ୍ତି। ଖଣି ମାଫିଆଙ୍କ ଏଭଳି ଖେଳ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି ା ଏଣୁ ପରିତ୍ୟକ୍ତ ଖାଦାନଗୁଡିକ ପୋତିବାକୁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ପ୍ରାକ୍ତନ ଜିଲା ପରିଷଦ ସଭ୍ୟ କଳ୍ପନା ନାଇକ କହିଛନ୍ତି। ବର୍ତ୍ତମାନ ଏଭଳି ଖାଦାନ ପ୍ରତ୍ୟେକ ବର୍ଷାଋତୁରେ ବିପଦ ସୃଷ୍ଟି କରୁଥିବାରୁ ଗାଁ ଲୋକେ ନିଜେ ଭୟ କରିବା ସହ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ସୁରକ୍ଷିତ ମଣୁ ନ ଥିବା କହିଛନ୍ତି ା ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସ୍ଥାନୀୟ ସରପଞ୍ଚ ଟିକିରାଣୀ ସେଠୀ କହନ୍ତି। ପୂର୍ବରୁ ଏହି ଖଣିଗୁଡିକ ବ୍ୟବହାର ପରେ ଛାଡି ଦିଆଯାଇଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ତହସିଲଦାର ମହେନ୍ଦ୍ର କୁମାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପଶିଲା ଓମିକ୍ରନ: ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟରେ ମଙ୍ଗଳବାର ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱ: ଅସମାହିତ ପ୍ରଶ୍ନର ସମାହାର

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜନୀତିରେ ସବୁକିଛି ସମ୍ଭବ। ଏଠି କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହନ୍ତି। ରାଜ୍ୟରେ ଖାଲିଥିବା ୩ଟି ରାଜ୍ୟ ସଭା ଆସନ...

ସୁରଟ୍‌ରୁ ଆସିଲା ଆଲୋକଙ୍କ ମୃତଦେହ

ପରଜଙ୍ଗ, ୧।୫(ଡି.ଏନ୍‌.ଏ.)-ସୁରଟ୍‌ରେ ରହି କାର୍ଯ୍ୟ କରୁଥିବାବେଳେ ୪ ମହଲା କୋଠାରୁ ଖସି ପ୍ରାଣ ହରାଇଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଆଲୋକ ନାୟକଙ୍କ...

ହୋଇପାରୁନି ଡ୍ରେନେଜ୍‌, ସାମାନ୍ୟ ବର୍ଷାରେ ସ୍କୁଲରେ ଜମୁଛି ପାଣି

ତେନ୍ତୁଳିଖୁଣ୍ଟି, ୧୦।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମାନ୍ୟ ବର୍ଷାରେ ମଧ୍ୟ ଜଳମଗ୍ନ ହୋଇଯାଉଛି। ଜଳ ନିଷ୍କାସିତ ହୋଇ ନ...

ଗୁଡ୍‌ଫ୍ରାଇଡେ ଚର୍ଚ୍ଚରେ ପାଳନ ନ କରିବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୯।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଖ୍ରୀଷ୍ଟ ସମ୍ପ୍ରଦାୟ ପକ୍ଷରୁ ଗୁଡ୍‌ ଫ୍ରାଇଡେ ପାଳନ ହୋବାକୁ ଥିଲା ା ଏହାକୁ ଚର୍ଚ୍ଚ ପରିସରରେ ନ କରିବା...

ନିଯୁକ୍ତି ଆଳରେ ଯୁବତୀଯୁବକଙ୍କୁ ଠକୁଛି ଟ୍ରଷ୍ଟ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାପାଇଁ ସ୍ବାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ଖୋଲିଛି।...

୯ରେ ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୮।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଶନିବାର ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ସ୍ବଚ୍ଛ ବିନ୍ଦୁ...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ...

Advertisement
Archives

Model This Week