ବିଧାନସଭାରେ ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଲେ ସବୁ ଦଳ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ସମସ୍ତ ଦଳ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ଧନ୍ୟବାଦ ପ୍ରସ୍ତାବ ବିଧାନସଭାରେ ଆଗତ କରିବାକୁ ଭାଜପା ପକ୍ଷରୁ ଦାବି କରାଯାଇଥିଲା। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଲେ, ଗତକାଲି ଦେଶ ଏବଂ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ ଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ଧନ୍ୟବାଦ। ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ କଂଗ୍ରେସ ସଭ୍ୟ ମହମ୍ମଦ ମୋକିମଙ୍କୁ ଏବଂ ଯେଉଁମାନେ ଭୋଟ ଦେଇନାହାନ୍ତି ସେମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ। ଓଡ଼ିଶାର ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦବୀରେ ବସିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ଲାଗି ଗୃହରେ ଏକ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଉ ଓ ଏହାକୁ ସର୍ବସମ୍ମତିକ୍ରମେ ପାରିତ କରାଯାଉ ବୋଲି ସେ ଦାବି କରିଥ୍‌ତ୍ଲେ। ବିଜେଡି ସଭ୍ୟ ଅମର ଶତପଥୀ କହିଥିଲେ ଯେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା। ସୁରେଶ କୁମାର ରାଉତରାୟ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡ଼ିଶା ପାଇଁ
ଗର୍ବ ଓ ଗୌରବ। ତାଙ୍କ ପାଇଁ ଆମେ ଗର୍ବିତ। ଆମେ ପାର୍ଟି ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ଭୋଟ ନ ଦେଇଥିଲେ ମଧ୍ୟ ଓଡ଼ିଶାର ଝିଅ ହିସାବରେ ଆମେ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ପାଣି ଚିନ୍ତା

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡବାସୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଯେଉଁଠି ରାତି ପାହିଲେ ଲୋକଙ୍କୁ ପାଣିର ଚିନ୍ତା ଘାରୁଛି। ପାଇପ୍‌ ପାଣି...

କୋଭିଡ୍‌ ହସ୍ପିଟାଲରେ ଏଏସ୍‌ଆଇଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୩୧ା୭- ଗଞ୍ଜାମ ଜିଲାରେ କରେନା କାୟା ବିସ୍ତାର କରି ଚାଲିଛି। ଏହାକୁ ପ୍ରତିହତ କରିବା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି।...

ନବବିବାହିତାଙ୍କ ଆତ୍ମହତ୍ୟା: ଯୌତୁକ ଯୋଗୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା, ୬।୭(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଢ଼ା ଗ୍ରାମର ଜନୈକା ନବବିବାହିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାବିତ୍ରୀ ରଣା।...

୫ ଦିନ ଯାଏ ସାରା ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୭ା୫ (ବ୍ୟୁରୋ): ପୂର୍ବ ବିହାର, ଦକ୍ଷିଣ ତାମିଲନାଡୁ, ବିଦର୍ଭ ଏବଂ ରୟାଲ ସୀମା ଉପରେ ଏକ ଟ୍ରପ ଲାଇନ ରହିଛି। ଏଥିସହିତ ବିଦର୍ଭ ଏବଂ ଏହାର...

୧୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ବୌଦ୍ଧ,୧୯।୯(ସ୍ବ.ପ୍ର): ବୌଦ୍ଧ ଜିଲା ଶିକ୍ଷା ବିଭାଗ ଏକ ପ୍ରକାର ଅବ୍ୟବସ୍ଥା ଘେରରେ ରହିଛି। ଜିଲାରେ ବହୁ ଶିକ୍ଷୟତ୍ରୀ ଶିକ୍ଷକ ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଛନ୍ତି।...

ପରିସ୍ରା ଯିବା ବାହାନାରେ ଥାନାରୁ ଚମ୍ପଟ ମାରିଲେ ବଳାତ୍କାର ଅଭିଯୁକ୍ତ

ଚାନ୍ଦବାଲି, ୩ା୧୦(ଡି.ଏନ.ଏ.)-ନାବାଳିକା ଅପହରଣ ଓ ବଳାକତ୍ାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ...

ପରୀକ୍ଷାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କ ଧାରଣା

ଯୋଡ଼ା,୧୮ା୩(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବଡ଼କାଳିମାଟି ପଞ୍ଚାୟତର ଦୁବୁନା ଠାରେ ଥିବା ଆସେର୍ର୍ଲର୍‌ ମିତ୍ତଲ ନିପନ ଷ୍ଟିଲ କମ୍ପାନୀ ଖଣିରୁ ଟ୍ରକ ଯୋଗେ ଖଣିଜ...

ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ: ‘ବାବୁଙ୍କ ପାଇଁ ଆଣିଥିଲେ ବାଘଛାଲ’

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବାଘ ଛାଲ ବେପାର। କଲରାପତରିଆ ବାଘର ଛାଲ ସହ ଅଭିଯୁକ୍ତ ଧରାପଡ଼ିବା ପରେ ଏବେ ଫିଟୁଛି ଗୁମର। ଗିରଫ...

Advertisement
Archives

Model This Week