ସଶସ୍ତ୍ର ସେନାରେ ମହିଳାଙ୍କୁ ସମାନତା

ଅଜୟ କୁମାର

ବ୍ରିଟିଶ ଶାସନ କାଳରୁ ଭାରତୀୟ ପ୍ରତିରକ୍ଷା ବଳରେ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରବେଶାଧିକାର ରହିଆସିଥିଲେ ସୁଦ୍ଧା, ସେମାନଙ୍କ ଭୂମିକା ମୁଖ୍ୟତଃ ନର୍ସିଂ ଓ ମେଡିକାଲ ଅଧିକାରୀ ଏବଂ ସେନା, ସେମାନଙ୍କ ପରିବାର ଓ କୌଣସି ସ୍ଥାନରେ ସେନା ମୁତୟନ ଥିବାବେଳେ ସେଠାକାର ଜନସାଧାରଣଙ୍କ ସେବା ମଧ୍ୟରେ ହିଁ ସୀମିତ ରହିିଥିଲା। କିନ୍ତୁ ଭାରତୀୟ ସଶସ୍ତ୍ର ସେନାବଳର କେତେକ ଗୋଷ୍ଠୀଙ୍କ ମନରେ ମହିଳାମାନଙ୍କ ଶାରୀରିକ ଗଢ଼ଣ, ମାତୃତ୍ୱ ଓ ଶାରୀରିକ ସାମର୍ଥ୍ୟକୁ ନେଇ କିଛିମାତ୍ରାରେ ଉଦ୍‌ବେଗ ଥିବାରୁ ସେମାନଙ୍କୁ (ମହିଳାମାନଙ୍କୁ) ସମାନ ଅଧିକାର ମିଳିପାରୁ ନ ଥିଲା।
ସରକାର ମହିଳାମାନଙ୍କୁ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଗୌରବ ତଥା ପ୍ରମୁଖ ସଦସ୍ୟ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି ଏବଂ ସେମାନେ ମଧ୍ୟ ନିଜ ସାମର୍ଥ୍ୟର ପରାକାଷ୍ଠା ଅନୁରୂପ ଭାବେ ପ୍ରମାଣିତ କରିଛନ୍ତି। ତେଣୁ ଗତ ଛଅ ବର୍ଷ ମଧ୍ୟରେ ସରକାର ଦେଶର ପ୍ରତିରକ୍ଷା ବାହିନୀରେ ମହିଳାମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବା ସକାଶେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହ ଏହି କ୍ଷେତ୍ରରେ ଚାକିରି କ୍ଷେତ୍ରରେ ଥିବା ସର୍ତ୍ତାବଳୀରେ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ସମାନ ସର୍ତ୍ତାବଳୀ ସୃଷ୍ଟି କରିଛନ୍ତି। ଏହା ଫଳରେ ମହିଳାମାନେ ପ୍ରତିରକ୍ଷା କ୍ଷେତ୍ର- ତାହା ସ୍ଥଳସେନା, ନୌସେନା ଅବା ବାୟୁସେନା ହୋଇଥାଏ ସେଥିରେ ଯଥେଷ୍ଟ ମାତ୍ରାରେ ସଶକ୍ତ ହୋଇପାରିଛନ୍ତି। ସରକାରଙ୍କର ଏହି ପରିକଳ୍ପନାର ପରିଚୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିମ୍ନଲିଖିତ ଉଦ୍ଧୃତିରୁ ସ୍ପଷ୍ଟ ସୂଚିତ ହୁଏ: ‘ଭାରତ ସରକାର’ସ୍ତ୍ରୀ ଶକ୍ତିକୁ ସଶକ୍ତ କରିବା ନିମନ୍ତେ ଆମର ସଶସ୍ତ୍ର ସେନାରେ ସେମାନଙ୍କୁ ସାମିଲ କରିଛନ୍ତିି ଏବଂ ଏହି ଦିଗରେ ଆମେ ଆଗକୁ ଅଗ୍ରସର ହେବା ନିମନ୍ତେ କୃତସଂକଳ୍ପ।
ସ୍ବାଧୀନୋତ୍ତର କାଳରେ, ମହିଳା ସ୍ବତନ୍ତ୍ର ପ୍ରବେଶ ଯୋଜନା (ଡବ୍ଲ୍ୟୁଏସ୍‌ଇଏସ୍‌) ଜରିଆରେ ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ସାମିଲ କରିବା ନିମନ୍ତେ ୧୯୯୨ ମସିହାରେ ଆରମ୍ଭ କରାଯାଇଥିଲା। ୨୦୧୯ ଫେବୃୟାରୀରେ ସୈନ୍ୟବାହିନୀ ପକ୍ଷରୁ ମହିଳା ଅଫିସରମାନଙ୍କୁ ଆଠଟି ବର୍ଗରେ ଯଥା, ସିଗନାଲ୍ସ, ଇଞ୍ଜିନିୟର୍ସ, ଆର୍ମି ଏଭିଏଶନ, ଆର୍ମି ଏୟାର ଡିଫେନ୍ସ, ଇଲେକ୍ଟ୍ରୋନିକ୍ସ ଏବଂ ମେକାନିକାଲ ଇଞ୍ଜିନିୟର୍ସ, ଆର୍ମି ସେବା କୋର, ଆର୍ମି ଗୋଳାବାରୁଦ କୋର ଏବଂ ଗୁଇନ୍ଦା ବିଭାଗରେ ସ୍ଥାୟୀ ଭାବେ କମିଶନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ପୂର୍ବରୁ ୨୦୦୮ ମସିହାରେ ଜେଏଜି ଏବଂ ଏଇସି ବିଭାଗରେ ମଧ୍ୟ ଏଭଳି ଅନୁମତି ମଞ୍ଜୁର କରାଯାଇଥିଲା। ସରକାର ଏ କଥାକୁ ସୁନିଶ୍ଚିତ କରିଥିଲେ ଯେ, ମହିଳା ଅଧିକାରୀମାନଙ୍କ ନିମନ୍ତେ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କଠାରୁ ଭିନ୍ନ ଭିନ୍ନ ଚାକିରି ସର୍ତ୍ତାବଳୀକୁ ହଟାଇ ଦିଆଯିବ। ଏବେ ମହିଳାମାନେ ଭାରତୀୟ ସୈନ୍ୟବାହିନୀରେ ଛାମୁଆ କ୍ଷେତ୍ରରେ ମଧ୍ୟ ନେତୃତ୍ୱ ନେଉଛନ୍ତି।
ସେହିଭଳି ଭାରତୀୟ ନୌସେନାରେ ମଧ୍ୟ ମହିଳାମାନଙ୍କୁ ୨୦୦୮ ମସିହାଠାରୁ ଶିକ୍ଷା ବିଭାଗ, ଆଇନ ଓ ନୌସେନା କନ୍‌ଷ୍ଟ୍ରକ୍ଟର କୋରରେ ସ୍ଥାୟୀ କମିଶନ ପଦ ପାଇଁ ଅନୁମତି ମିଳିଛି। ତେବେ ଏଥିରେ ଥିବା କେତେକ ଆଇନଗତ ବିବାଦ କୋର୍ଟରେ ସମାଧାନ ହେବା ପରେ ୨୦୨୦ ମସିହା ଅକ୍ଟୋବରଠାରୁ ତାହା ପ୍ରବର୍ତ୍ତିତ ହୋଇଛି। ଫଳସ୍ବରୂପ, ପ୍ରଥମଥର ପାଇଁ ୪୧ଜଣ ମହିଳାଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ସ୍ଥାୟୀ କମିଶନ ପଦ ମଞ୍ଜୁର କରାଯାଇଛି। ବସ୍ତୁତଃ ଭାରତୀୟ ନୌସେନାର ପ୍ରତ୍ୟେକ ବିଭାଗରେ ଏବେ ମହିଳାମାନଙ୍କ ପାଇଁ ସ୍ଥାୟୀ କମିଶନ ଉପଲବ୍ଧ ହୋଇଛି। ତେଣୁ କେବଳ ସ୍ଥାୟୀ କମିଶନ ନୁହେଁ, ସରକାର ଏବେ ମହିଳା ଅଧିକାରୀମାନଙ୍କ ନିମନ୍ତେ ବ୍ୟାପକ ସୁଯୋଗର ସମ୍ପ୍ରସାରଣ ଘଟାଇଛନ୍ତି। ଯଥା ୨୦୧୯ ଡିସେମ୍ବରରେ ଡୋର୍ନିଅର ବିମାନ ଚାଳନା ସକାଶେ ଜଣେ ମହିଳା ଅଫିସରଙ୍କୁ ନୌସେନା ପାଇଲଟ ଭାବେ ଚୟନ କରାଯାଇଥିଲା। ସେହିଭଳି ୨୦୨୦ ସେପ୍ଟେମ୍ବରରେ ଦୁଇଜଣ ମହିଳା ‘ଅବଜରଭର’ ଅଫିସରଙ୍କୁ ସି-କିଙ୍ଗ୍‌ ହେଲିକପ୍ଟର ଚାଳନା ନିମନ୍ତେ ମନୋନୀତ କରାଯାଇଥିଲା। ଭାରତୀୟ ନୌସେନା ଜାହାଜରେ ଦାୟିତ୍ୱ ନିର୍ବାହ ନିମନ୍ତେ ଚାରିଜଣ ମହିଳା ଅଧିକାରୀଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି ଏବଂ ଜଣେ ମହିଳା ଅଧିକାରୀଙ୍କୁ ପ୍ରଥମ ଥର ପାଇଁ ରିମୋଟଲି ପାଇଲଟେଡ ଏୟାରକ୍ରାଫ ଚାଳନା ନିମନ୍ତେ ଚୟନ କରାଯାଇଛି। ବିଶ୍ୱ ପରିକ୍ରମା ନିମନ୍ତେ ‘ନାବିକା ସାଗର ପରିକ୍ରମା’ କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର କେବଳ ମହିଳା ନାବିକମାନେ ଆଇଏନ୍‌ଏସଭି ତାରିଣୀରେ ୨୦୧୭-୨୦୧୮ରେ ସେମାନଙ୍କର ଏହି ଅଭିଯାନକୁ ସଫଳତାର ସହ ସମ୍ପାଦନ କରିପାରିଛନ୍ତି। ଭାରତୀୟ ନୌସେନା ଅଭିଯାନରେ ମହିଳା ଶକ୍ତିକୁ ଏହା ପ୍ରମାଣସିଦ୍ଧ କରିଛି।
୧୯୯୩ ମସିହାରେ ଭାରତୀୟ ବାୟୁସେନାରେ ପ୍ରଥମ ଥର ପାଇଁ ମହିଳା ଅଫିସରମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେହିଭଳି ୧୯୯୪ ଡିସେମ୍ବରରେ ବାୟୁସେନାର ପରିବହନ ବିମାନ ଓ ହେଲିକପ୍ଟର ଚାଳନା ନିମନ୍ତେ ମହିଳା ପାଇଲଟମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା।
କିନ୍ତୁ ଭାରତୀୟ ବାୟୁସେନା ୨୦୧୬ ମସିହାରେ ହିଁ ଏହାର ସମସ୍ତ ବିଭାଗ ମହିଳାମାନଙ୍କ ନିମନ୍ତେ ଉନ୍ମୁକ୍ତ କରିଥିଲା। ଫଳସ୍ବରୂପ ଅତୀତର ସମସ୍ତ ବାଧାବନ୍ଧନକୁ ତୁଟାଇ ୨୦୧୬ ଜୁନରେ ଭାରତ ତା’ର ପ୍ରଥମ ମହିଳା ଲଢ଼ୁଆ ବିମାନ ପାଇଲଟ ହାସଲ କରିଥିଲା। ୨୦୨୦ ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାରେ ୧,୮୭୫ ଜଣ ମହିଳା ଅଫିସର ସାମିଲ ହୋଇଛନ୍ତି ଏବଂ ସେମାନଙ୍କ ଭିତରୁ ୧୦ଜଣ ବାୟୁସେନାର ଲଢ଼ୁଆ ପାଇଲଟ ହୋଇଥିବାବେଳେ ୧୮ଜଣ ନାଭିଗେଟର ଅଛନ୍ତି।
ଭାରତୀୟ ବାୟୁସେନାର ଅନେକ ମହିଳା ଦେଶକୁ ସେମାନଙ୍କ କର୍ମକୁଶଳ ଦ୍ୱାରା ଗୌରବାନ୍ବିତ କରିଛନ୍ତି। ୨୦୧୯ ମେ ୨୯ ତାରିଖରେ ଉଭୟ ଦିବା ଓ ରାତ୍ର ଲଢ଼ୁଆ ବିମାନ ଚାଳନା କରିବାରେ ଫ୍ଲାଇଟ ଲ୍ୟୁଟନାଣ୍ଟ ଭାୱନା କାନ୍ତ ପ୍ରଥମ ମହିଳା ପାଇଲଟର ମାନ୍ୟତା ହାସଲ କରିଛନ୍ତି। ଅପରନ୍‌ପକ୍ଷରେ ‘ସାରଙ୍ଗ ଫର୍ମେସନ ଏରୋବାଟିକ୍‌ ଡିସପ୍ଲେ’ ଦଳରେ ଫ୍ଲାଇଟ ଲ୍ୟୁଟନାଣ୍ଟ ଦୀପିକା ମିଶ୍ର ପ୍ରଥମ ମହିଳା ପାଇଲଟ ଭାବେ ସାମିଲ ହୋଇଛନ୍ତି।
୨୦୧୯ ମେ ମାସରେ ଫ୍ଲାଇଟ ଲ୍ୟୁଟ୍‌ନାଣ୍ଟ ପରୁଲ ଭରଦ୍ୱାଜ, ଫ୍ଲାଇଂ ଅଫିସର ଅମନ ନିଧି ଏବଂ ଫ୍ଲାଇଟ ଲ୍ୟୁଟ୍‌ନାଣ୍ଟ ହୀନା ଜୟସ୍ବାଲ ବାୟୁସେନାର ବିମାନ ଉଡାଣରେ ପ୍ରଥମ ‘କେବଳ ମହିଳା’ ପାଇଲଟ ଦଳ ଭାବେ ଗୌରବ ଅର୍ଜନ କରିଛନ୍ତି। ସ୍କ୍ବାଡ୍ରନ ଲିଡର ମିନତୀ ଅଗ୍ରୱାଲ, ଯିଏ କି ଜଣେ ଫାଇଟର କଣ୍ଟ୍ରୋଲର ଭାବେ ସୁପରିଚିତ, ୨୦୧୯ ମସିହାରେ କଶ୍ମୀର ଆକାଶରେ ଶତ୍ରୁପକ୍ଷଙ୍କ ସକଳ ଷଡ଼ଯନ୍ତ୍ରକୁ ବିଫଳ କରିବାରେ ଗ୍ରହଣ କରିଥିବା ବିଶେଷ ଭୂମିକା ନିମନ୍ତେ ଯୁଦ୍ଧସେନା ମେଡାଲ ଅର୍ଜନ କରିଛନ୍ତି। ୱିଙ୍ଗ କମାଣ୍ଡର ଆଶା ଜ୍ୟୋତିର୍ମୟୀ ଦେଶରେ ସର୍ବାଧିକ ଥର ପାରା ଜମ୍ପର ଆଖ୍ୟା ହାସଲର ରେକର୍ଡ଼ର ଅଧିକାରିଣୀ ହୋଇଛନ୍ତି।
୨୦୧୭ରେ ପ୍ରଥମ ଥର ପାଇଁ ଦେଶର ସୈନିକ ବିଦ୍ୟାଳୟମାନଙ୍କରେ ବାଳିକାମାନଙ୍କୁ ନାମ ଲେଖାଇବା ସକାଶେ ସରକାର ଏହାର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ମିଜୋରାମର ଛିଙ୍ଗଛିପସ୍ଥିତ ସୈନିକ ସ୍କୁଲ ୨୦୧୮-୧୯ରେ ବାଳିକାମାନଙ୍କ ନାମ ଲେଖାଇ ଦେଶର ଏଭଳି ଧରଣର ପ୍ରଥମ ବିଦ୍ୟାଳୟ। ସେହି ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ସକଳ ପ୍ରକାର କାର୍ଯ୍ୟକ୍ରମ ତାହା କ୍ରୀଡ଼ା ହୋଇଥାଉ କିମ୍ବା ବିଦ୍ୟାଧ୍ୟୟନ ସେଥିରେ ସକ୍ରିୟତାର ସହ ଅଂଶଗ୍ରହଣ କରିଆସୁଛନ୍ତି ଏବଂ ସବୁଥିରେ ସେମାନଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି। ଦେଶର ଅନ୍ୟ ପାଞ୍ଚଟି ବିଦ୍ୟାଳୟ ଯଥା ସୈନିକ ସ୍କୁଲ, ବିଜାପୁର; ସୈନିକ ସ୍କୁଲ କୋଡାଗୁ, କର୍ନାଟକ; ସୈନିକ ସ୍କୁଲ,ଚନ୍ଦ୍ରପୁର, ମହାରାଷ୍ଟ୍ର; ସୈନିକ ସ୍କୁଲ, ଘୋରାଖାଲ, ଉରାଖଣ୍ଡ ଏବଂ ସୈନିକ ସ୍କୁଲ, କାଲିକିରି, ଆନ୍ଧ୍ର ପ୍ରଦେଶଙ୍କୁ ୨୦୨୦-୨୧ଠାରୁ ଛାତ୍ରୀମାନଙ୍କୁ ନାମ ଲେଖିବା ନିମନ୍ତେ ସୁଯୋଗ ଦେବା ସକାଶେ ନିର୍ଦ୍ଦେଶ ଦିଆଯାଇଛି। ଦେଶର ଅବଶିଷ୍ଟ ସୈନିକ ବିଦ୍ୟାଳୟଗୁଡ଼ିକ ୨୦୨୧-୨୨ ମସିହାଠାରେ ଏହି ଧାରା ଅବଲମ୍ବନ କରିବେ।
ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହିସବୁ ପଦକ୍ଷେପ ସ୍ବରୂପ, ମହିଳା ଅଫିସରମାନଙ୍କ ପ୍ରତି ଥିବା ଲିଙ୍ଗଗତ ବୈଷମ୍ୟ ଚିନ୍ତାଧାରା ଓ ବୈଷମ୍ୟର ସମାଧାନ କରାଯାଇପାରିଛି। ଏହା ଫଳରେ ଅଧିକରୁ ଅଧିକ ସଂଖ୍ୟକ ମହିଳା ପ୍ରତିରକ୍ଷା ବାହିନୀରେ ସାମିଲ ହେଉଛନ୍ତି ଏବଂ ରାଷ୍ଟ୍ରର ସେବା କରିବା ସହିତ ଦେଶକୁ ଗୌରବାନ୍ବିତ କରୁଛନ୍ତି।

ପ୍ରତିରକ୍ଷା ସଚିବ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?