Posted inଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ୟେଲୋର ପ୍ରଥମ ବିଜୟ

ଭୁବନେଶ୍ୱର, ୨୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ୟେଲୋ ୬ ଉଇକେଟରେ ଭାଓଲେଟ୍‌କୁ ପରାସ୍ତ କରିଛି। ପୂର୍ବରୁ ଗ୍ରୀନ୍‌ ନିକଟରୁ ୩ ଉଇକେଟରେ ହାରିଥିବା ୟେଲୋର ୨ ମ୍ୟାଚରୁ ଏହା ପ୍ରଥମ ବିଜୟ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାଓଲେଟ୍‌ ୨୦ ଓଭରରେ ୨ ଉଇକେଟ ହରାଇ ୧୦୭ ରନ କରିଥିଲା। ଅଧିନାୟିକା ଅଞ୍ଜଳି ସିଂ ସର୍ବାଧିକ ୫୮(୫୧ ବଲ୍‌, ୬ ଚୌକା, ୧ ଛକା) ଓ ରଶ୍ମିତା ଚିନ୍ନାରା ୩୦ ରନ କରିଥିଲେ। ବିପକ୍ଷ ଦଳର ସୁଜାତା ମଲିକ ଓ ପ୍ରିୟଙ୍କା ସାହୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୦୮ ରନର ବିଜୟ ଲକ୍ଷ୍ୟକୁ ୟେଲୋ ୧୯.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ସଙ୍ଗିତା ଖାଡ଼ିଆ ସର୍ବାଧିକ ୪୬ ଓ ପ୍ରିୟଙ୍କା ୨୩ ରନ କରି ଅପରାଜିତ ରହିଥିଲେ। ସସ୍ମିତା ମଲିକ ୨୮ ରନର ଯୋଗଦାନ ଦେଇଥିଲେ। ପରାଜିତ ଦଳର ବୋଲରଙ୍କ ମଧ୍ୟରେ ଅଞ୍ଜଳି ସିଂ, କଳ୍ପନା ନାୟକ ଓ ସ୍ମୃତି ମହନ୍ତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ସଙ୍ଗୀତାଙ୍କୁ ଓମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଓସିଏ ସଦସ୍ୟ ଗୌତମ ଗଜପତି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ…

ଶକିରାଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଲା; ଉଦଘାଟନୀ ଉତ୍ସବରେ ଅନେକ ଆନ୍ତର୍ଜାତୀୟ ତାରକା ଦେଖାଇଲେ ଜଲଓ୍ବା

ମେକ୍ସିକୋ ସିଟି,୧୧।୬: ଫିଫା ବିଶ୍ୱକପ 2026 ର ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ତାରକାମାନେ ଦର୍ଶକଙ୍କୁ ମୋହିତ କରିଥିଲେ। ଇତିହାସର ସବୁଠାରୁ ବଡ଼ ଫୁଟବଲ ବିଶ୍ୱକପର ଉଦଘାଟନୀ ଉତ୍ସବ…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri