ପରିବେଶ ଦ୍ରଷ୍ଟା

ମଦର ଟେରେସା ପୁରସ୍କାର ସାଧାରଣରେ ମଦର ଟେରେସା ସ୍ମୃତି ସମ୍ମାନ ନାମରେ ପରିଚିତ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି, ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବା ସଙ୍ଗଠନକୁ ଏହା ୨୦୦୪ ଠାରୁ ବାର୍ଷିକ ବା ଦ୍ୱିବାର୍ଷିକ ପ୍ରଦାନ କରାଯାଇଆସୁଛି। ମୁମ୍ବାଇର ଡକ୍ଟର ଆବ୍ରାହମ ମାଥାଇଙ୍କ ଦ୍ୱାରା ଗଢ଼ାଯାଇଥିବା ‘ହାର୍ମୋନୀ ଫାଉଣ୍ଡେଶନ’ର ଏହା ଏକ ସାମାଜିକ କାର୍ଯ୍ୟ ଭାବେ ଜଣାଶୁଣା। ମିଶ୍‌ନାରିଜ୍‌ ଅଫ୍‌ ଚାରିଟିର ସୁପର ଜେନେରାଲ ସିଷ୍ଟର ପ୍ରେମାଙ୍କ ଦ୍ୱାରା ମଦର ଟେରେସା ପୁରସ୍କାର ସ୍ବୀକୃତ ହୋଇଥିବାରୁ ତାହାର ଗୁରୁତ୍ୱ ଯଥେଷ୍ଟ ରହିଛି। ପରିବେଶବିତ୍‌ ଡକ୍ଟର ଅନିଲ ପ୍ରକାଶ ଜୋଷୀ, ବିଦ୍ୟୁତ୍‌ ମୋହନ ଓ ରିଦ୍ଧିମା ପାଣ୍ଡେ ଚଳିତବର୍ଷ ଲାଗି ମଦର ଟେରେସା ପୁରସ୍କାର ବିଜୟୀ ହୋଇଛନ୍ତି। ତେବେ ସାମାଜିକ ନ୍ୟାୟ ପ୍ରତିଷ୍ଠା ସହ ପରିବେଶ ପୋଷଣୀୟକୁ ବୃଦ୍ଧି କରାଇବା ଦିଗରେ ଅନିଲଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ନିଜ ସଂସ୍ଥା ହିମାଲୟାନ୍‌ ଏନ୍‌ଭାର୍ନମେଣ୍ଟାଲ ଷ୍ଟଡିଜ୍‌ ଆଣ୍ଡ୍‌ କଞ୍ଜରଭେଶନ ଅର୍ଗାନାଇଜେଶନ (ହେସ୍‌କୋ) ଜରିଆରେ ହିମାଳୟ ଅଞ୍ଚଳର ୧୦,୦୦୦ ଗ୍ରାମରେ ପରିବେଶ ରକ୍ଷା ଦିଗରେ ତାଙ୍କ ପରିବର୍ତ୍ତନକାରୀ ଭୂମିକାର ପ୍ରଭାବ ପଡ଼ିବା ଯୋଗୁ ତାହା ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଦେଇଛି। ଫଳରେ ସେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସ୍ତରରୁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ସେଥିମଧ୍ୟରୁ ୧୯୯୯ରେ ଭାରତୀୟ ବିଜ୍ଞାନ କଂଗ୍ରେସ ସମ୍ମାନ, ୨୦୦୨ରେ ‘ଦି ଉଇକ୍‌’ ପତ୍ରିକା ପକ୍ଷରୁ ‘ମ୍ୟାନ୍‌ ଅଫ୍‌ ଦି ଇୟର’, ୨୦୦୬ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ଏବଂ ୨୦୨୦ରେ ତୃତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମଭୂଷଣ’ରେ ତାଙ୍କୁ ବିଭୂଷିତ କରାଯାଇଛି। ତେବେ ମଦର ଟେରେସାଙ୍କ ନାମରେ ନାମିତ ମଦର ଟେରେସା ସ୍ମୃତି ସମ୍ମାନ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବ୍ୟାପ୍ତ କରିଦେଇଛି।
ଅନିଲ ୬ ଏପ୍ରିଲ ୧୯୫୫ରେ ଉତ୍ତରାଖଣ୍ଡର ପାଉରି ଗରଓ୍ବାଲ ଜିଲାର କୋଟ୍‌ଦ୍ୱାରଠାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଓ ପରିବେଶ ବିଜ୍ଞାନରେ ପିଏଚ୍‌.ଡି. ଅର୍ଜନ କରିଛନ୍ତି। କୋଟ୍‌ଦ୍ୱାର ଗଭର୍ନମେଣ୍ଟ ପିଜି କଲେଜରେ ଅଧ୍ୟାପକ ଭାବେ ସେ କର୍ମମୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୧୯୭୯ରେ ଚାକିରିରୁ ଇସ୍ତଫା ଦେଇ ହେସ୍‌କୋ ନାମରେ ଏକ ବେସରକାରୀ ସଂସ୍ଥା ଗଠନ କରିଥିଲେ। ଏହାରି ମାଧ୍ୟମରେ ସେ କୃଷି ଲାଗି ନୂତନ ପରିବେଶ ଉପଯୋଗୀ ପ୍ରଯୁକ୍ତି ବିକଶିତ କରିବା ସକାଶେ ଗବେଷଣା ଓ ବିକାଶ କାର୍ଯ୍ୟକୁ ପ୍ରୋତ୍ସାହନ ଦେଇଆସୁଛନ୍ତି। ଏଥିସହିତ ସ୍ଥାନୀୟ ସମ୍ବଳକୁ ଠିକ୍‌ ଭାବେ ବ୍ୟବହାର କରିବାର କୌଶଳ ଜନସାଧାରଣଙ୍କୁ ଶିଖାଇବାରେ ତାଙ୍କ ସଙ୍ଗଠନ କାର୍ଯ୍ୟ କରୁଛି। ଏହିସବୁ ଜନହିତୈଷୀ କାର୍ଯ୍ୟ କରିବା ଦିଗରେ ତାଙ୍କୁ ୩୦ ଜଣ ସହଯୋଗ କରୁଛନ୍ତି। ଉତ୍ତରାଖଣ୍ଡର ୪୦ଟି ଗ୍ରାମରେ ସିଧାସଳଖ ପରିବେଶ ଅନୁକୂଳ କୌଶଳ ଓ ପ୍ରଯୁକ୍ତିକୁ ଉପଯୋଗ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ହେସ୍‌କୋର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଅନିଲଙ୍କ ସାମଗ୍ରିକ ପରିବେଶ ସାମଗ୍ରୀଧର୍ମୀ କାର୍ଯ୍ୟକୁ ରାଜ୍ୟ ସରକାର ସରକାରୀ ନୀତିରେ ସନ୍ନିବେଶିତ କରିବା ତାଙ୍କ ପ୍ରତି ବଡ଼ ସମ୍ମାନ ଆଣିଦେଇଛି। ସେହିପରି ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା-ସମ୍ବଳଭିତ୍ତିକ ଗ୍ରାମୀଣ ବିକାଶ, ମହିଳା ପ୍ରଯୁକ୍ତି ପାର୍କ, ପର୍ବତ ପରିବେଶ ବ୍ୟବସ୍ଥାରେ ପ୍ରଯୁକ୍ତିର ବିନିଯୋଗ, ପାହାଡ଼ରେ ପରିବେଶ ସମ୍ବନ୍ଧୀୟ ଖାଦ୍ୟ ମିଶନ ଏବଂ ସ୍ବୟଂନିଯୁକ୍ତି ଲାଗି ମହିଳାଙ୍କ ପଦକ୍ଷେପ ବା ଓ୍ବିମେନ୍ସ ଇନିସିଏଟିଭ୍‌ ଫର୍‌ ସେଲ୍ଫ ଏମ୍ପ୍ଲଏମେଣ୍ଟ (ଡବ୍ଲ୍ୟୁଆଇଏସ୍‌ଇ) କରିବାରେ ସକ୍ଷମ ହୋଇଛନ୍ତି। ଏଥିସହିତ ଗ୍ରାମଗୁଡ଼ିକୁ ଓ୍ବାଟର ମିଲ୍‌ ଯୋଗାଇବା, ଶୌଚାଳୟ ବସାଇବା, ଉଦ୍ଭିଦଜାତୀୟ କୀଟନାଶକ ଏବଂ ବର୍ଷାଜଳ ସଂରକ୍ଷଣର କୌଶଳ ଦର୍ଶାଇ ଚାଲିଛନ୍ତି।
ଅନିଲ ପଢ଼ିଥିବା ପାଠର ବ୍ୟବହାରିକ ଦିଗକୁ ଅନିଶା କରି ଲୋକଙ୍କ ଉନ୍ନତି ଦିଗରେ ନିଜକୁ ସାମିଲ କରିଦେଇଛନ୍ତି। ତାଙ୍କ ଦ୍ୱାରା ଲିଖିତ ପରିବେଶ ଉପଯୋଗୀ ୬୦ଟି ଲେଖା ଓ ୧୦ଟି ପୁସ୍ତକ ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣିଦେଇଛି। ଉଚ୍ଚଶିକ୍ଷିତ ହୋଇ କେବଳ ଜଣେ ଶିକ୍ଷକ ବା ଅଧ୍ୟାପକ ଭାବେ ଜୀବନରେ ବଞ୍ଚତ୍ବାକୁ ଚାହିଁଥିଲେ ହୁଏତ ଆରାମ ଜୀବନଟିଏ ଜିଇଥାଆନ୍ତେ। କିନ୍ତୁ ଏହାର ବହୁ ଊର୍ଦ୍ଧ୍ୱକୁ ଯାଇ ସେ ସାର୍ବଜନୀନ ମଙ୍ଗଳ ସକାଶେ ନେଇଥିବା ପଦକ୍ଷେପ ତାଙ୍କୁ ଅନ୍ୟତମ ପରିବେଶ ଦ୍ରଷ୍ଟା ସ୍ତରକୁ ଉନ୍ନୀତ କରିଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri