ପରିବେଶ ଦ୍ରଷ୍ଟା

ମଦର ଟେରେସା ପୁରସ୍କାର ସାଧାରଣରେ ମଦର ଟେରେସା ସ୍ମୃତି ସମ୍ମାନ ନାମରେ ପରିଚିତ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି, ସମାନତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବା ସଙ୍ଗଠନକୁ ଏହା ୨୦୦୪ ଠାରୁ ବାର୍ଷିକ ବା ଦ୍ୱିବାର୍ଷିକ ପ୍ରଦାନ କରାଯାଇଆସୁଛି। ମୁମ୍ବାଇର ଡକ୍ଟର ଆବ୍ରାହମ ମାଥାଇଙ୍କ ଦ୍ୱାରା ଗଢ଼ାଯାଇଥିବା ‘ହାର୍ମୋନୀ ଫାଉଣ୍ଡେଶନ’ର ଏହା ଏକ ସାମାଜିକ କାର୍ଯ୍ୟ ଭାବେ ଜଣାଶୁଣା। ମିଶ୍‌ନାରିଜ୍‌ ଅଫ୍‌ ଚାରିଟିର ସୁପର ଜେନେରାଲ ସିଷ୍ଟର ପ୍ରେମାଙ୍କ ଦ୍ୱାରା ମଦର ଟେରେସା ପୁରସ୍କାର ସ୍ବୀକୃତ ହୋଇଥିବାରୁ ତାହାର ଗୁରୁତ୍ୱ ଯଥେଷ୍ଟ ରହିଛି। ପରିବେଶବିତ୍‌ ଡକ୍ଟର ଅନିଲ ପ୍ରକାଶ ଜୋଷୀ, ବିଦ୍ୟୁତ୍‌ ମୋହନ ଓ ରିଦ୍ଧିମା ପାଣ୍ଡେ ଚଳିତବର୍ଷ ଲାଗି ମଦର ଟେରେସା ପୁରସ୍କାର ବିଜୟୀ ହୋଇଛନ୍ତି। ତେବେ ସାମାଜିକ ନ୍ୟାୟ ପ୍ରତିଷ୍ଠା ସହ ପରିବେଶ ପୋଷଣୀୟକୁ ବୃଦ୍ଧି କରାଇବା ଦିଗରେ ଅନିଲଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ନିଜ ସଂସ୍ଥା ହିମାଲୟାନ୍‌ ଏନ୍‌ଭାର୍ନମେଣ୍ଟାଲ ଷ୍ଟଡିଜ୍‌ ଆଣ୍ଡ୍‌ କଞ୍ଜରଭେଶନ ଅର୍ଗାନାଇଜେଶନ (ହେସ୍‌କୋ) ଜରିଆରେ ହିମାଳୟ ଅଞ୍ଚଳର ୧୦,୦୦୦ ଗ୍ରାମରେ ପରିବେଶ ରକ୍ଷା ଦିଗରେ ତାଙ୍କ ପରିବର୍ତ୍ତନକାରୀ ଭୂମିକାର ପ୍ରଭାବ ପଡ଼ିବା ଯୋଗୁ ତାହା ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଦେଇଛି। ଫଳରେ ସେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସ୍ତରରୁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ସେଥିମଧ୍ୟରୁ ୧୯୯୯ରେ ଭାରତୀୟ ବିଜ୍ଞାନ କଂଗ୍ରେସ ସମ୍ମାନ, ୨୦୦୨ରେ ‘ଦି ଉଇକ୍‌’ ପତ୍ରିକା ପକ୍ଷରୁ ‘ମ୍ୟାନ୍‌ ଅଫ୍‌ ଦି ଇୟର’, ୨୦୦୬ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ଏବଂ ୨୦୨୦ରେ ତୃତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମଭୂଷଣ’ରେ ତାଙ୍କୁ ବିଭୂଷିତ କରାଯାଇଛି। ତେବେ ମଦର ଟେରେସାଙ୍କ ନାମରେ ନାମିତ ମଦର ଟେରେସା ସ୍ମୃତି ସମ୍ମାନ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବ୍ୟାପ୍ତ କରିଦେଇଛି।
ଅନିଲ ୬ ଏପ୍ରିଲ ୧୯୫୫ରେ ଉତ୍ତରାଖଣ୍ଡର ପାଉରି ଗରଓ୍ବାଲ ଜିଲାର କୋଟ୍‌ଦ୍ୱାରଠାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର ଓ ପରିବେଶ ବିଜ୍ଞାନରେ ପିଏଚ୍‌.ଡି. ଅର୍ଜନ କରିଛନ୍ତି। କୋଟ୍‌ଦ୍ୱାର ଗଭର୍ନମେଣ୍ଟ ପିଜି କଲେଜରେ ଅଧ୍ୟାପକ ଭାବେ ସେ କର୍ମମୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୧୯୭୯ରେ ଚାକିରିରୁ ଇସ୍ତଫା ଦେଇ ହେସ୍‌କୋ ନାମରେ ଏକ ବେସରକାରୀ ସଂସ୍ଥା ଗଠନ କରିଥିଲେ। ଏହାରି ମାଧ୍ୟମରେ ସେ କୃଷି ଲାଗି ନୂତନ ପରିବେଶ ଉପଯୋଗୀ ପ୍ରଯୁକ୍ତି ବିକଶିତ କରିବା ସକାଶେ ଗବେଷଣା ଓ ବିକାଶ କାର୍ଯ୍ୟକୁ ପ୍ରୋତ୍ସାହନ ଦେଇଆସୁଛନ୍ତି। ଏଥିସହିତ ସ୍ଥାନୀୟ ସମ୍ବଳକୁ ଠିକ୍‌ ଭାବେ ବ୍ୟବହାର କରିବାର କୌଶଳ ଜନସାଧାରଣଙ୍କୁ ଶିଖାଇବାରେ ତାଙ୍କ ସଙ୍ଗଠନ କାର୍ଯ୍ୟ କରୁଛି। ଏହିସବୁ ଜନହିତୈଷୀ କାର୍ଯ୍ୟ କରିବା ଦିଗରେ ତାଙ୍କୁ ୩୦ ଜଣ ସହଯୋଗ କରୁଛନ୍ତି। ଉତ୍ତରାଖଣ୍ଡର ୪୦ଟି ଗ୍ରାମରେ ସିଧାସଳଖ ପରିବେଶ ଅନୁକୂଳ କୌଶଳ ଓ ପ୍ରଯୁକ୍ତିକୁ ଉପଯୋଗ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ହେସ୍‌କୋର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି। ଅନିଲଙ୍କ ସାମଗ୍ରିକ ପରିବେଶ ସାମଗ୍ରୀଧର୍ମୀ କାର୍ଯ୍ୟକୁ ରାଜ୍ୟ ସରକାର ସରକାରୀ ନୀତିରେ ସନ୍ନିବେଶିତ କରିବା ତାଙ୍କ ପ୍ରତି ବଡ଼ ସମ୍ମାନ ଆଣିଦେଇଛି। ସେହିପରି ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା-ସମ୍ବଳଭିତ୍ତିକ ଗ୍ରାମୀଣ ବିକାଶ, ମହିଳା ପ୍ରଯୁକ୍ତି ପାର୍କ, ପର୍ବତ ପରିବେଶ ବ୍ୟବସ୍ଥାରେ ପ୍ରଯୁକ୍ତିର ବିନିଯୋଗ, ପାହାଡ଼ରେ ପରିବେଶ ସମ୍ବନ୍ଧୀୟ ଖାଦ୍ୟ ମିଶନ ଏବଂ ସ୍ବୟଂନିଯୁକ୍ତି ଲାଗି ମହିଳାଙ୍କ ପଦକ୍ଷେପ ବା ଓ୍ବିମେନ୍ସ ଇନିସିଏଟିଭ୍‌ ଫର୍‌ ସେଲ୍ଫ ଏମ୍ପ୍ଲଏମେଣ୍ଟ (ଡବ୍ଲ୍ୟୁଆଇଏସ୍‌ଇ) କରିବାରେ ସକ୍ଷମ ହୋଇଛନ୍ତି। ଏଥିସହିତ ଗ୍ରାମଗୁଡ଼ିକୁ ଓ୍ବାଟର ମିଲ୍‌ ଯୋଗାଇବା, ଶୌଚାଳୟ ବସାଇବା, ଉଦ୍ଭିଦଜାତୀୟ କୀଟନାଶକ ଏବଂ ବର୍ଷାଜଳ ସଂରକ୍ଷଣର କୌଶଳ ଦର୍ଶାଇ ଚାଲିଛନ୍ତି।
ଅନିଲ ପଢ଼ିଥିବା ପାଠର ବ୍ୟବହାରିକ ଦିଗକୁ ଅନିଶା କରି ଲୋକଙ୍କ ଉନ୍ନତି ଦିଗରେ ନିଜକୁ ସାମିଲ କରିଦେଇଛନ୍ତି। ତାଙ୍କ ଦ୍ୱାରା ଲିଖିତ ପରିବେଶ ଉପଯୋଗୀ ୬୦ଟି ଲେଖା ଓ ୧୦ଟି ପୁସ୍ତକ ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣିଦେଇଛି। ଉଚ୍ଚଶିକ୍ଷିତ ହୋଇ କେବଳ ଜଣେ ଶିକ୍ଷକ ବା ଅଧ୍ୟାପକ ଭାବେ ଜୀବନରେ ବଞ୍ଚତ୍ବାକୁ ଚାହିଁଥିଲେ ହୁଏତ ଆରାମ ଜୀବନଟିଏ ଜିଇଥାଆନ୍ତେ। କିନ୍ତୁ ଏହାର ବହୁ ଊର୍ଦ୍ଧ୍ୱକୁ ଯାଇ ସେ ସାର୍ବଜନୀନ ମଙ୍ଗଳ ସକାଶେ ନେଇଥିବା ପଦକ୍ଷେପ ତାଙ୍କୁ ଅନ୍ୟତମ ପରିବେଶ ଦ୍ରଷ୍ଟା ସ୍ତରକୁ ଉନ୍ନୀତ କରିଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?